IND vs SA T-20I : ନୂଆ ନେତୃତ୍ୱରେ ଆଜିଠୁ ଲଢ଼େଇ, ପ୍ରଥମ ମ୍ୟାଚରୁ ବାଦ ପଡିଲେ ଏହି ସବୁ ଖେଳାଳି
Advertisement

IND vs SA T-20I : ନୂଆ ନେତୃତ୍ୱରେ ଆଜିଠୁ ଲଢ଼େଇ, ପ୍ରଥମ ମ୍ୟାଚରୁ ବାଦ ପଡିଲେ ଏହି ସବୁ ଖେଳାଳି

ନୂଆ ନେତୃତ୍ୱରେ ଟିମ ଇଣ୍ଡିଆ, ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସରିଜ ଖେଳିବ । ଆହତ କାରଣରୁ କେ.ଏଲ୍.ରାହୁଲ ସିରିଜରୁ ବାଦ୍ ପଡ଼ିଛନ୍ତି । ସ୍ପିନର କୁଲଦୀପ ଯାଦବ ମଧ୍ୟ ସିରିଜରୁ ଆଉଟ୍ ହୋଇଛନ୍ତି । 

ଫାଇଲ ଫଟୋ

IND vs SA T-20I : ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି ।  ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ଟାରେ ଦୁଇ ଦଳ ମୁହାଁମୁହାଁ ହେବେ । ଶକ୍ତିଶାଳୀ ଭାରତ ବିପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ । 

ନୂଆ ନେତୃତ୍ୱରେ ଟିମ ଇଣ୍ଡିଆ, ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସରିଜ ଖେଳିବ । ଆହତ କାରଣରୁ କେ.ଏଲ୍.ରାହୁଲ ସିରିଜରୁ ବାଦ୍ ପଡ଼ିଛନ୍ତି । ସ୍ପିନର କୁଲଦୀପ ଯାଦବ ମଧ୍ୟ ସିରିଜରୁ ଆଉଟ୍ ହୋଇଛନ୍ତି । ରାହୁଲଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଗାଏକୱାଡ, ଚହଲଙ୍କ ପରି ଷ୍ଟାର ଖେଳାଳି ଦଳରେ ସ୍ଥାନ ପାଇଛନ୍ତି । ତେବେ ରୋହିତ ଶର୍ମା, ଧାୱନ, କୋହଲି ଏଥିରେ ସ୍ଥାନ ପାଇନାହାଁନ୍ତି । 

Also Read: Nayan and Wikki wedding; ସାତ ବର୍ଷ ପରେ ସାତ ଜନ୍ମର ସାଥି ହେଲେ ଅଭିନେତ୍ରୀ, ନିର୍ଦ୍ଦେଶକ

ୟଙ୍ଗଷ୍ଟରଙ୍କୁ ନେଇ ବିସ୍ଫୋରକ ପନ୍ତ ମଇଦାନକୁ ଓହ୍ଲାଇବେ। ସେପଟେ, ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଉନ୍ନତ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି । ବାଭୁମା, ଡି-କକ୍, ବିସ୍ଫୋରକ ମିଲରଙ୍କ ସମେତ ରାବଡା, ନର୍ଟଜେ, ମହାରାଜଙ୍କ ପରି ଖେଳାଳି ଦଳରେ ଥିବାରୁ ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି । ସେପଟେ ଆଜି ସନ୍ଧ୍ୟାରେ ମ୍ୟାଚ୍ ଥିବାରୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଚଳାଚଳ ସମୟ ବୃଦ୍ଧି କରାଯାଇଛି ।

ଅନ୍ୟପଟେ, ଜୁନ୍ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଆଜିଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଜାରି ରହିଛି । ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ୍ ବିକ୍ରି କରାଯିବ । ପରିଚୟପତ୍ର ଦେଖାଇଲେ ଜଣଙ୍କୁ ସର୍ବାଧିକ ୨ଟି ଲେଖାଏଁ ଟିକେଟ୍ ମିଳୁଛି । ଟିକେଟ୍ ପାଇବା ପାଇଁ କାଉଣ୍ଟରରେ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ମୃଦୁ ଲାଠିଚାର୍ଜ କରିଥିବା ସୂଚନା ମିଳିଛି।

Also Read: Weather Update : ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ଅସହ୍ୟ ତାତି

ଆହତ ଯୋଗୁଁ ରାହୁଲ ଓ କୁଲଦୀପ ସିରିଜରୁ ବାଦ ପଡ଼ିଛନ୍ତି, ତେଣୁ ଓଡ଼ିଶା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ୧୨ ତାରିଖ ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱର ପହଞ୍ଚି ମେ ଫେୟାର ହୋଟେଲରେ ରହିବେ । ସେଠାରୁ କଟକ ଗସ୍ତ କରିବେ । ସେମାନଙ୍କ ରହିବା, ଖାଇବା ଏବଂ ସୁରକ୍ଷା ବ୍ୟବସ୍ଥାର ନେଇ ଭୁବନେଶ୍ୱର ଡିସିପି ଯାଞ୍ଚ କରିଛନ୍ତି ।