IND vs SA Playing XI: ସ୍ଥିର ହୋଇସାରିଛି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଟିମରେ କରାଇବେ ଏଣ୍ଟ୍ରି!
Advertisement
Article Detail0/zeeodisha/odisha1415198

IND vs SA Playing XI: ସ୍ଥିର ହୋଇସାରିଛି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଟିମରେ କରାଇବେ ଏଣ୍ଟ୍ରି!

IND vs SA: ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଥିଲା । ଏହା ପରେ ଦଳ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ୫୬ ରନରେ ଜିତିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆ ପର୍ଥ ଗ୍ରାଉଣ୍ଡରେ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ । 

IND vs SA Playing XI: ସ୍ଥିର ହୋଇସାରିଛି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଟିମରେ କରାଇବେ ଏଣ୍ଟ୍ରି!

India vs South Africa ICC T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ଭାରତୀୟ ଦଳର ପ୍ରଦର୍ଶନ ବର୍ତ୍ତମାନ ପର୍ଯ୍ୟନ୍ତ ଚମତ୍କାର ରହିଛି । ଚଳିତ ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆ ଲଗାତର ୨ଟି ମ୍ୟାଚ ଜିତିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଜୋରଦାର ଫର୍ମରେ ଚାଲିଛି । ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଥିଲା । ଏହା ପରେ ଦଳ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ୫୬ ରନରେ ଜିତିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆ ପର୍ଥ ଗ୍ରାଉଣ୍ଡରେ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ସେମିଫାଇନାଲ୍ ଆଡକୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛି । 

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚୂଡ଼ାନ୍ତ ଏକାଦଶରେ ଅଧିନାୟକ ରୋହିତ ଶର୍ମା ବଡ଼ ପରିବର୍ତ୍ତନ କରିପାରନ୍ତି । ଚଳିତ ଟି-20 ବିଶ୍ୱକପ ୨୦୨୨ରେ କେଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ତାଙ୍କ ବ୍ୟାଟରୁ ରନ୍ ବାହାରିବା କଷ୍ଟସାଧ୍ୟ ହୋଇପଡିଛି । କିନ୍ତୁ ତାଙ୍କୁ ବଡ଼ ମ୍ୟାଚର ଖେଳାଳି ଭାବେ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଖୋଲୁଥିବା ଦେଖିବାକୁ ମିଳିପାରେ । ରୋହିତ ଶର୍ମା ନେଦରଲ୍ୟାଣ୍ଡ ବିପକ୍ଷରେ ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ । ରୋହିତ-ରାହୁଲ ୱିକେଟ୍ ମଧ୍ୟରେ ଭଲ ଦୌଡ଼ି ଥାଏ । ବିଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଭାରତ ପାଇଁ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୁଏ । 

କୋହଲି ଦମଦାର୍ ଫର୍ମରେ ଅଛନ୍ତି । ସେ ପାକିସ୍ତାନ ବିପକ୍ଷରେ ୮୨ ରନର ଇନିଂସ ଖେଳିଥିଲେ । ଏହା ସହିତ ସେ ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ୬୨ ରନର ଇନିଂସ ଖେଳିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ସ୍ଥାନ ପାଇପାରନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଞ୍ଚ ନମ୍ବରରେ ସ୍ଥାନ ପାଇପାରନ୍ତି । ବୋଲିଂ ଓ ବ୍ୟାଟିଂରେ ହାର୍ଦ୍ଦିକ ଜଣେ ଦମଦାର୍ ଖେଳାଳି । ଏଥି ସହିତ ଦୀନେଶ କାର୍ତ୍ତିକ ୱିକେଟ୍ କିପର ଦାୟିତ୍ୱ ତୁଳାଉଥିବାର ଦେଖିବାକୁ ମିଳିପାରେ ।

ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ଭବନେଶ୍ୱର କୁମାର କରୁଥିବାର ନଜର ଆସିପାରେ । ତାଙ୍କ ସାଥ୍ ଦେବାକୁ ଦଳରେ ଅର୍ଶଦୀପ ସିଂ ଓ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିପାରେ । ସ୍ପିନ୍ ବିଭାଗର ଦାୟିତ୍ୱ ଅକ୍ଷର ପଟେଲଙ୍କୁ ହସ୍ତାନ୍ତର କରାଯାଇପାରେ । ଏଥି ସହିତ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦିଆଯାଇପାରେ । ଚହଲ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପ ୨୦୨୨ରେ ଗୋଟିଏ ବି ମ୍ୟାଚ ଖେଳି ନାହାଁନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ ।

ଅଧିକ ପଢ଼ନ୍ତୁ:-ଆମେରିକାର କେବଳ ଗୋଟିଏ ନିଷ୍ପତ୍ତି ଆଉ ବର୍ବାଦ ହୋଇଯିବ ସାଉଦି ଆରବ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଭରସାରେ ପାକିସ୍ତାନର ସେମିଫାଇନାଲ ଟିକେଟ୍...ବାବର ବ୍ରିଗେଡକୁ ଡରାଉଛି ଏହି ଭୟାନକ ରେକର୍ଡ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।