IND Vs SA T20I : ଡିସାଇଡର ମ୍ୟାଚ ଜିତିଲେ ଇତିହାସ ରଚିବ ଟିମ୍ ଇଣ୍ଡିଆ, ଭାଙ୍ଗିବ ଦ.ଆଫ୍ରିକାର ରେକର୍ଡ
Advertisement

IND Vs SA T20I : ଡିସାଇଡର ମ୍ୟାଚ ଜିତିଲେ ଇତିହାସ ରଚିବ ଟିମ୍ ଇଣ୍ଡିଆ, ଭାଙ୍ଗିବ ଦ.ଆଫ୍ରିକାର ରେକର୍ଡ

ଦକ୍ଷିଣ ଆଫ୍ରିକା (South Africa) ସାମାନ୍ୟ ଟେନସନରେ ରହିଛି । ପ୍ରଥମ ଦୁଇ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ପରେ ଲଗାତର ଦୁର୍ବଳ ପ୍ରଦର୍ଶନ ଦଳ ପାଇଁ ନିହାତି ଚିନ୍ତାଜନକ । ତେବେ ଏସବୁ ଭୁଲି ଦକ୍ଷିଣ ଆଫ୍ରିକା ଖେଳାଳି ଟପ୍ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି । 

ଫାଇଲ ଫଟୋ

IND Vs SA T20I : ଆଜି ବେଙ୍ଗାଲୁରୁରେ ଭାରତ-ଦକ୍ଷିଣ ଆଫ୍ରିକା ଡିସାଇଡର । ସନ୍ଧ୍ୟା ୭ଟାରେ ସିରିଜର ଅନ୍ତିମ ଟି-ଟ୍ୱେଣ୍ଟି ଖେଳାଯିବ । ଉଭୟ ଟିମ୍ ସିରିଜରେ ୨-୨ ବରାବର ସ୍ଥିତିରେ ଅଛନ୍ତି । ଆଜି ଯିଏ ଜିତିବ ସେ ସିରିଜ୍ ହାତେଇବ । ଜିତିବା ପାଇଁ ଉଭୟ ଦଳ ଜୋରଦାର ଉଦ୍ୟମ କରିବେ । ଆଜିର ମ୍ୟାଚ ଜିତିଲେ ଟିମ୍ ଇଣ୍ଡିଆ ଇତିହାସ ରଚିବ ।

ପ୍ରଥମ ଦୁଇ ମ୍ୟାଚରେ ଭାରତ (Team India) ଫେଲ୍ ମାରିବା ପରେ ବିଶାଖାପାଟଣା ଏବଂ ରାଜକୋଟରେ ଦମଦାର ପ୍ରଦର୍ଶନ କରିଛି । ଭାରତୀୟ ଖେଳାଳି ବିସ୍ଫୋରକ ବ୍ୟାଟିଂ, ଘାତକ ବୋଲିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି । ଗାଏକୱାଡ, ଈଶାନ କିଷନ ଭଲ ଷ୍ଟାର୍ଟ ଦେଉଥିବା ବେଳେ ଶେଷ ଭାଗରେ ପାଣ୍ଡ୍ୟା ଏବଂ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ବୋଲିଂରେ ବି ଖେଳାଳିମାନେ କମାଲ କମାଲ କରୁଛନ୍ତି । ଅଭେସ ଖାନ, ହର୍ଷଲ ପଟେଲ, ଚହଲ ଘାତକ ବୋଲିଂ କରି ଭ୍ରମଣକାରୀ ଟିମ୍ ପାଇଁ ଘାତକ ସାଜିଛନ୍ତି । ସମସ୍ତ ଖେଳାଳି ଟ୍ରାକକୁ ଫେରି ନିଜ ନିଜର ପରଫରମାନ୍ସ ଦେଉଛନ୍ତି । ତେଣୁ ଆଜି ପ୍ଲେଇଂ ଇଲେଭେନରେ ଟିମ୍ ଇଣ୍ଡିଆ ସେମିତି କୌଣସି ପରିବର୍ତ୍ତନ କରିବ ନାହିଁ । ଇନଫର୍ମ ପ୍ଲେୟାର କ୍ଲିକ୍ କଲେ ଦଳ ଜିତିବା ଏକପ୍ରକାର ନିଶ୍ଚିତ । ଖେଳାଳିଙ୍କ ମନୋବଳ ବଢ଼ିଥିବା ବେଳେ ଆଜି ନିଜର ସେମାନେ ଦମ୍ ଦେଖାଇବେ ।

Also Read: IND vs SA 5th T20: ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ସେପଟେ ଦକ୍ଷିଣ ଆଫ୍ରିକା (South Africa) ସାମାନ୍ୟ ଟେନସନରେ ରହିଛି । ପ୍ରଥମ ଦୁଇ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ପରେ ଲଗାତର ଦୁର୍ବଳ ପ୍ରଦର୍ଶନ ଦଳ ପାଇଁ ନିହାତି ଚିନ୍ତାଜନକ । ତେବେ ଏସବୁ ଭୁଲି ଦକ୍ଷିଣ ଆଫ୍ରିକା ଖେଳାଳି ଟପ୍ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି । ଭାରତକୁ ହରାଇବା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି କରାଯାଇଛି । ଆଜି ପୂରା ଦମ୍ ଲଗାଇ ଖେଳାଳିମାନେ ଲଢ଼େଇ କରିବେ । ମଇଦାନରେ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳିଙ୍କୁ ଘାଇଲା କରିବେ । ସନ୍ଧ୍ୟା ୭ଟାରେ ମଇଦାନରେ ଖେଳାଳିଙ୍କ ବ୍ୟାଟରୁ ଚୌକା ଓ ଛକା ଦେଖିବାକୁ ମିଳିବ । ଯିଏ ଜିତିବ ସେ ୩-୨ରେ ଟି-ଟ୍ୱେଣ୍ଟି ସିରିଜ୍ ପୋଛିନେବ । ତେଣୁ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ, ରୋମାଞ୍ଚକ ହେବା ନେଇ ଦର୍ଶକମାନେ ଆଶା ରଖିଛନ୍ତି ଦର୍ଶକ ।

ଆଜିର ମ୍ୟାଚ ଜିତିଲେ ଭାରତ ଇତିହାସ ରଚିବ । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ପ୍ରଥମ ଥର ଟି ଟ୍ୱିଣ୍ଟି ସିରିଜ ହାରିବ । ୨୦୧୫-୧୬ ମସିହାରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ଖେଳିଥିଲା ଟି-୨୦ ସିରିଜ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୨-୦ରେ ଜିତିଥିଲା ଦକ୍ଷିଣ ଆଫ୍ରିକା । ସେତେବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ପର; ୨୦୧୯-୨୦ ମସିହାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଇଥିଲା । ୧-୧ରେ ସିରିଜ ଶେଷ ହୋଇଥିଲା । ସିରିଜ ଶେଷ ମ୍ୟାଚ୍‌ ବର୍ଷା କାରଣରୁ ରଦ୍ଦ ହୋଇଥିଲା। ବେଙ୍ଗାଲୁରୁ ରବିବାର ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି ।