Ind vs SA World cup 2022: ଦକ୍ଷିଣ ଆଫ୍ରିକାଠୁ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଜାଣନ୍ତୁ ପରାଜୟ ପାଇଁ କାହାକୁ କଲେ ଦାୟୀ
Advertisement

Ind vs SA World cup 2022: ଦକ୍ଷିଣ ଆଫ୍ରିକାଠୁ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଜାଣନ୍ତୁ ପରାଜୟ ପାଇଁ କାହାକୁ କଲେ ଦାୟୀ

Ind vs SA World cup 2022: ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍ ଦେଲେ ଆପ୍ଟସ୍ ଷ୍ଟାଡିୟମରେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ରୁତ ତଥା ବାଉନ୍ସ ପିଚ୍ ସହ ତାଳମେଳ ବସାଇ ପାରିନଥିଲେ । ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ହାତରେ ଟିମ୍ ଇଣ୍ଡିଆର ପରାଜୟ ପରେ ଦଳର ଅଧିନାୟକ ରୋହିତ ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି । 

Ind vs SA World cup 2022: ଦକ୍ଷିଣ ଆଫ୍ରିକାଠୁ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଜାଣନ୍ତୁ ପରାଜୟ ପାଇଁ କାହାକୁ କଲେ ଦାୟୀ

India vs South Africa World cup 2022: ରବିବାର ଅର୍ଥାତ ଅକ୍ଟୋବର ୩୦ରେ ଟି-20 ବିଶ୍ୱକପରେ ସୁପର-12 ରାଉଣ୍ଡର ନିଜର ତୃତୀୟ ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ଦଳ ୫ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ପର୍ଥର ଦ୍ରୁତ ଓ ବାଉଂସ ପିଚରେ ଟିମ୍ ଇଣ୍ଡିଆର ପୋଲ ଖୋଲି ଯାଇଛି ଓ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆଗରେ ଧରାଶାୟୀ ହୋଇଯାଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍ ଦେଲେ ଆପ୍ଟସ୍ ଷ୍ଟାଡିୟମରେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ରୁତ ତଥା ବାଉନ୍ସ ପିଚ୍ ସହ ତାଳମେଳ ବସାଇ ପାରିନଥିଲେ । ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ହାତରେ ଟିମ୍ ଇଣ୍ଡିଆର ପରାଜୟ ପରେ ଦଳର ଅଧିନାୟକ ରୋହିତ ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି । 

ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ୱକପ ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା କହିଛନ୍ତି ଯେ, "ଆମେ ଆଶା କରିଥିଲୁ ଯେ ପିଚ୍‌ରେ କିଛି ଘଟିବ । ଆମେ ଜାଣିଥିଲୁ ପିଚ୍ ଦ୍ରୁତ ବୋଲରମାନଙ୍କୁ ବହୁତ ସାହାଯ୍ୟ କରିବ । ତେଣୁ ଟାର୍ଗେଟକୁ ପିଛା କରିବା ସହଜ ହେବ ନାହିଁ । ଆମେ ବ୍ୟାଟ୍ ସହିତ ଅଳ୍ପ ରନ୍ ସ୍କୋର କରିଥିଲୁ । ଆମେ ଏକ ଭଲ ଲଢ଼େଇ ଲଢ଼ିଥିଲୁ, କିନ୍ତୁ ଆଜି ଦକ୍ଷିଣ ଆଫ୍ରିକା ବହୁତ ଭଲ ଥିଲା । ଆଡେନ ମାର୍କ୍ରାମ ଓ ଡେଭିଡ ମିଲର ଦକ୍ଷିଣ ଆଫ୍ରିକା ପାଇଁ ମ୍ୟାଚ ଜିତାଉ ପାର୍ଟନରଶିପ୍ କରିଛନ୍ତି । ପଡ଼ିଆରେ ଫିଲ୍ଡିଂରେ ବହୁତ ଖରାପ ଥିଲା । ଆମେ ଖରାପ ଫିଲ୍ଡିଂରୁ ଦକ୍ଷିଣ ଆପ୍ରିକାକୁ ଫେରିବାରେ ଅନେକ ସୁଯୋଗ ଦେଇଥିଲୁ । ଗତ ଦୁଇଟି ମ୍ୟାଚରେ ଆମର ଫିଲ୍ଡିଂ ଭଲ ଥିଲା । କିନ୍ତୁ ଆଜି ଆମେ କିଛି ସୁଯୋଗର ଫାଇଦା ଉଠାଇ ପାରିଲୁ ନାହିଁ । ଆମେ ମଧ୍ୟ କିଛି ରନ୍ ଆଉଟ୍ କରିବାର ସୁଯୋଗ ହରାଇଥିଲୁ । ବର୍ତ୍ତମାନ ଆମେ ଏଥିରୁ ଶିଖିବାର ଆବଶ୍ୟକତା ରହିଛି ।"

ଏଠାରେ କହି ରଖୁଛୁ ଯେ, ଡେଭିଡ ମିଲର (୫୯ ଅପରାଜିତ) ଓ ଆଡେନ ମାର୍କ୍ରାମ (୫୨) ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଭାରତର ୧୩୩ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୩୭ ରନ କରି ସଫଳତାପୂର୍ବକ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଭାରତ ପାଇଁ ଅର୍ଶଦୀପ ସିଂ ୨ଟି ୱିକେଟ୍ ନେଇଥିଲେ । ଏଥି ସହ ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଆର ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ:-ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।