IND vs SL 3rd ODI: ବିରାଟ କୋହଲିଙ୍କ ଦମଦାର ଶତକ, ଭାଙ୍ଗିଲେ 'ଭଗବାନ'ଙ୍କ ରେକର୍ଡ
Advertisement

IND vs SL 3rd ODI: ବିରାଟ କୋହଲିଙ୍କ ଦମଦାର ଶତକ, ଭାଙ୍ଗିଲେ 'ଭଗବାନ'ଙ୍କ ରେକର୍ଡ

Virat Kohli 46th Century: ଥିରୁବନନ୍ତପୁରମରେ ଚାଲିଥିବା ସିରିଜର ଶେଷ ମ୍ୟାଚରେ ବିରାଟ ଏକ ଦମଦାର ଶତକ ମାରିଛନ୍ତି । ବିଶେଷ କଥା ହେଉଛି ଏହି ସିରିଜରେ କୋହଲିଙ୍କ ଏହା ହେଉଛି ଦ୍ୱିତୀୟ ଶତକ ।

ସୌ: ସୋସିଆଲ ମିଡିଆ

IND vs SL 3rd ODI: Virat Kohli, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଏକ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ ସେ ନିଜର ଦିନିକିଆ କ୍ୟାରିୟରର ୪୬ ତମ ଶତକ ହାସଲ କରିଛନ୍ତି । ଥିରୁବନନ୍ତପୁରମରେ ମାତ୍ର ୮୫ ବଲରେ କିଙ୍ଗ କୋହଲି ଏହି ଶତକ ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୧୦ ଚୌକା ଓ ଗୋଟିଏ ଛକା ବାହାରିଥିଲେ । ଏହି ଶତକ ସହ ସେ କ୍ରିକେଟର ଭଗବାନ କୁହାଯାଉଥିବା ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ଥିରୁବନନ୍ତପୁରମରେ ଚାଲିଥିବା ସିରିଜର ଶେଷ ମ୍ୟାଚରେ ବିରାଟ ଏହି ରେକର୍ଡ କରିଛନ୍ତି । ବିଶେଷ କଥା ହେଉଛି ଏହି ସିରିଜରେ କୋହଲିଙ୍କ ଏହା ହେଉଛି ଦ୍ୱିତୀୟ ଶତକ । ଏହା ସହ ଘରୋଇ ମାଟିରେ ସର୍ବାଧିକ ଶତକ ମାରିଥିବା ସଚିନ ତେନ୍ଦୁଲକରଙ୍କର ରେକର୍ଡ ଭାଙ୍ଗିଛନ୍ତି । 

ନୂଆ ବର୍ଷର ପ୍ରଥମ ମ୍ୟାଚ୍‌ରେ କୋହଲି ଗୁଆହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରିଥିଲେ । ନଭେମ୍ବର ୨୦୧୯ ପରେ ଭାରତୀୟ ମାଟିରେ କୌଣସି ଫର୍ମାଟରେ ଏହା ତାଙ୍କର ପ୍ରଥମ ଶତକ ଥିଲା । ସେ ଏହାକୁ କୋଲକାତାରେ ପୁନରାବୃତ୍ତି କରିବାରେ ବିଫଳ ହୋଇଥିଲେ, କିନ୍ତୁ ଥିରୁବନନ୍ତପୁରମରେ ବ୍ୟାଟିଂ ପାଇଁ ଭଲ ସ୍ଥିତିର ସୁଯୋଗ ନେଇ ଓପନରଙ୍କଠାରୁ ଉତ୍କୃଷ୍ଟ ଆରମ୍ଭ କରି କୋହଲି ତାଙ୍କ ରେକର୍ଡ ବୁକରେ ଆଉ ଏକ ଶତକ ରଖିଥିଲେ ।

fallback

ସଚିନ ତେନ୍ଦୁଲକରଙ୍କୁ ଦିନିକିଆ ଶତକ ରେକର୍ଡ ଭାଙ୍ଗିବାପାଇଁ ବିରାଟ କୋହଲିଙ୍କୁ ଆଉ ୪ଟି ଶତକ ମାରିବାକୁ ପଡିବ । ଏହା ପରେ ପୂର୍ବତନ ଭାରତୀୟ ଅଧିନାୟକ ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍ ହେବେ । ତେବେ ବିରାଟ କୋହଲିଙ୍କ ସମ୍ପ୍ରତି ଫର୍ମ ଯେପରି ଜାରି ରହିଛି, ଦେଖାଯାଉଛି କି କିଙ୍ଗ କୋହଲି ଶୀଘ୍ର ଏହି ସଂଖ୍ୟା ଅତିକ୍ରମ କରିପାରିବେ । ତେବେ ଏସିଆ କପ୍ ୨୦୨୨ ପୂର୍ବରୁ ବିରାଟ କୋହଲିଙ୍କ ପାଇଁ ପ୍ରାୟ ୨ ବର୍ଷର ସମୟ ଭଲ ନଥିଲା । ଏହି ସମୟରେ ପୂର୍ବତନ ଭାରତୀୟ ଅଧିନାୟକ ଖରାପ ଫର୍ମ ସହ ସଂଗ୍ରାମ ଜାରି ରଖିଥିଲେ, କିନ୍ତୁ ବିରାଟ କୋହଲି ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଏକ ଶତକ ମାରି ନିଜ ଫର୍ମକୁ ଫେରିଥିଲେ ।

ଏହା ବି ପଢ଼ନ୍ତୁ: Andy Flower On KL Rahul: କେଏଲ୍ ରାହୁଲଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ, ଏହି ଭେଟେରାନ୍ ଏହି କାରଣରୁ ହଠାତ୍ କଲେ ବଡ଼ ଦାବି

ଏହା ବି ପଢ଼ନ୍ତୁ: Rishabh Pant Health Update: ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଏହା ବି ପଢ଼ନ୍ତୁ: Female Cricketer Rajashree Swain Death: ସ୍କୁଟିରୁ ମିଳିଲା ସୁଇସାଇଡ ନୋଟ୍, ୨ଜଣଙ୍କ ପାଇଁ ଜୀବନ ହାରିଲେ ରାଜଶ୍ରୀ