World Cup 2023: ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଯିବା ନିଶ୍ଚିତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ଦଳର ଅବସ୍ଥା ଖରାପ
Advertisement
Article Detail0/zeeodisha/odisha1924032

World Cup 2023: ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଯିବା ନିଶ୍ଚିତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ଦଳର ଅବସ୍ଥା ଖରାପ

World Cup 2023: ବିଶ୍ୱକପ୍ ୨୦୨୩ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଦଳ ପଦର୍ଶନ ଚତ୍ମକାର ରହିଛି । ଏହା ପ୍ରାୟ ନିଶ୍ଚିତ ଯେ ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିବେ । 

World Cup 2023 Semifinal

World Cup 2023 Semifinal: ବିଶ୍ୱକପ୍ ୨୦୨୩ ଧୀରେ ଧୀରେ ରୋମାଞ୍ଚକ ହେବାକୁ ଲାଗିଛି । ଏପର୍ଯ୍ୟନ୍ତ କେବଳ ଆୟୋଜକ ଭାରତ ଓ ଗତ ସିଜିନର ରନର୍ ଅପ୍ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛନ୍ତି । ଉଭୟ ଦଳ ୪ଟି ଲେଖାଁଏ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଏମାନା ସମସ୍ତ ମ୍ୟାଚକୁ ଜିତିଛନ୍ତି । ଉଭୟ ଦଳର କ୍ରମାଗତ ବିଜୟ ଧାରା ଯୋଗୁଁ ଏହା ସ୍ପଷ୍ଟ ହେବାରେ ଲାଗିଛି ଯେ ଉଭୟ ସେମିଫାଇନାଲରେ ପ୍ରବେଶ କରିବେ । ଏଥି ସହିତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ଭଳି ଦଳର ଅବସ୍ଥା ଅତ୍ୟନ୍ତ ଖରାପ ଦେଖାଯାଉଛି ।

ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ +1.923 ର ନିଟ୍ ରନ୍ ରେଟ୍ ସହିତ ଶୀର୍ଷ ସ୍ଥାନରେ ଅଛି । ଟିମ୍ ଇଣ୍ଡିଆ ୮ ପଏଣ୍ଟ ଓ  +1.659  ନେଟ୍ ରନ୍ ରେଟ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଟେବୁଲର ଶ୍ରେଷ୍ଠ-୪ ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । କୌଣସି ଦଳ ସେମିଫାଇନାଲ ମ୍ୟାଚ୍ ଖେଳିବା ପାଇଁ ୯ ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ୭ଟି ମ୍ୟାଚକୁ ଜିତିବାକୁ ପଡିବ । ଏଭଳି ପରିସ୍ଥିତିରେ ଆସନ୍ତା ୫ଟି ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡକୁ ୩ଟି ଲେଖାଁଏ ମ୍ୟାଚ୍ ଜିତିବାକୁ ପଡିବ ।

ଟୁର୍ଣ୍ଣାମେଣ୍ଟର ଫେବୋରାଇଟ୍ ବୋଲି କୁହାଯାଉଥିବା ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି । ଏପର୍ଯ୍ୟନ୍ତ ପାକିସ୍ତାନ ୩ ଟି ମ୍ୟାଚ ମଧ୍ୟରୁ ୨ଟି ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ୩ଟି ଲେଖାଁଏ ମ୍ୟାଚ ମଧ୍ୟରୁ ଗୋଟିଏ ଲେଖାଁଏ ମ୍ଯାଚରେ ଜିତିଛନ୍ତି । ସମସ୍ତ ତିନୋଟି ଦଳର ନେଟ୍ ରନ୍ ରେଟ୍ ନେଗେଟିଭ୍ ରହିଛି । ଯେତେବେଳେ କି ଦକ୍ଷିଣ ଆଫ୍ରିକା ଦଳ ୩ଟି ମ୍ୟାଚ ମଧ୍ୟରୁ ୨ଟି ଜିତିବା ପରେ ତୃତୀୟ ସ୍ଥାନରେ ରହିଛି ଓ ଦଳର ରନ୍ ରେଟ୍ ମଧ୍ୟ ପଜିଟିଭ୍ ରହିଛି ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରବିବାର ହେବ ଏକ ବଡ଼ ମ୍ୟାଚ୍
କହି ରଖୁଛୁ ଯେ, ଭାରତ ଓ ନ୍ୟୁଜିଲାଣ୍ଡର ଦଳ, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜୟ ଅଛନ୍ତି, ସେମାନେ ରବିବାର ଦିନ (୨୨ ଅକ୍ଟୋବର) ଧର୍ମଶାଳା ଠାରେ ମୁହାଁମୁହିଁ ହେବେ । ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଗୋଟିଏ ଦଳର ବିଜୟ ଧାରା ଭାଙ୍ଗିଯିବ । ଏବେ କେଉଁ ଦଳ ରବିବାର ଦିନ ଜିତିବ ତାହା ଦେଖିବା ମଜାଦାର ହେବ ।