IND vs ENG: ଚିନ୍ତାରେ ଟିମ୍ ଇଣ୍ଡିଆ; ପୁଣି ଫ୍ଲପ୍ ହେଲେ ବିରାଟ କୋହଲି
Advertisement
Article Detail0/zeeodisha/odisha1230433

IND vs ENG: ଚିନ୍ତାରେ ଟିମ୍ ଇଣ୍ଡିଆ; ପୁଣି ଫ୍ଲପ୍ ହେଲେ ବିରାଟ କୋହଲି

India vs Leicestershire Warm Up Match: ମାର୍ଚ୍ଚ ପରେ ବିରାଟ କୋହଲି (Virat Kohli) ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାକୁ ଆଜି ପଡିଆକୁ ଓଲ୍ହାଇ ଥିଲେ । କିନ୍ତୁ ଲିସେଷ୍ଟେରଶର୍ ବିପକ୍ଷ ଅଭ୍ୟାସ ମ୍ୟାଚରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି ।

ସାଙ୍କେତିକ ଫଟୋ

India vs Leicestershire Warm Up Match: ଦୀର୍ଘ ଦିନ ଧରି ବିରାଟ କୋହଲିଙ୍କ (Virat Kohli) ଫର୍ମକୁ ନେଇ ପ୍ରଶ୍ନ ଉଠିଛି । ଅଭ୍ୟାସ ମ୍ୟାଚରେ ସେ ପୁଣି ଥରେ ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । କ୍ୟାପଟେନ ରୋହିତ ଶର୍ମା (Rohit Sharma) ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳର ଆରମ୍ଭ ଭଲ ନଥିଲା ଓ ମାତ୍ର ୮୧ ରନ୍ କରି ୫ ୱିକେଟ୍ ହରାଇଥିଲେ । ଏହା ପରେ କୋହଲି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତଙ୍କ ସହ ଭାଗିଦାରୀ କରି ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୋହଲି ୩୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ । ପ୍ରଥମ ଦିନ ପର୍ଯ୍ୟନ୍ତ ୪୬ ଓଭରରେ ୭ ୱିକେଟ୍ ନେଇ ଭାରତ ୧୭୫ ରନ୍ ସଂଗ୍ରହ କରିଛି । କେ.ଏସ୍ ଭରତ ୩୪ ଓ ଉମେଶ ଯାଦବ ୮ ରନରେ ଖେଳୁଛନ୍ତି । ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଜୁଲାଇ ୧ ରୁ ଆରମ୍ଭ ହେବ ।

ବିରାଟ କୋହଲି ୬୯ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ୪ ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ସେ ଦ୍ରୁତ ବୋଲର ରୋମାନ ୱାକରଙ୍କ ବଲରେ ଆଉଟ୍ ହୋଇଥିଲେ । କୋହଲି ଭରତଙ୍କ ସହ ୫୭ ରନ୍ ଭାଗିଦାରୀ କରିଛନ୍ତି । ୨୧ ବର୍ଷୀୟ ୱାକର୍ ଏପର୍ଯ୍ୟନ୍ତ ୭ ଟି ୱିକେଟ୍ ମଧ୍ୟରୁ ୫ ଟି ୱିକେଟ୍ ନେଇ ସାରିଛନ୍ତି । କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା, ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍ ମଧ୍ୟ ଏଥିରେ ସାମିଲ ଅଛି । ରୋହିତ ଶର୍ମା ମାତ୍ର ୨୫ ରନ୍ ସଂଗ୍ରହ କରି ଆଉଟ ହୋଇ ଯାଇଥିଲେ ।'

ପ୍ରଥମ ୯ ଓଭରରେ ଭାରତୀୟ ଦଳ କୌଣସି ୱିକେଟ୍ ହରାଇ ନଥିଲା । ୱିଲ ଡେଭିସ୍ ଦଶମ ଓଭରରେ ଶୁଭମନ ଗିଲଙ୍କୁ ଆଉଟ କରି ଦଳକୁ ପ୍ରଥମ ଝଟକା ଦେଇଥିଲେ । ସେ ୨୮ ବଲରୁ ୨୧ ରନ୍ ସଂଗ୍ରହ କରିଥିଲେ । ଏହା ପରେ ରୋହିତ ଓ ହନୁମା ବିହାର ୩ ରନ୍ ବ୍ୟବଧାନରେ ୱାକରଙ୍କ ଶିକାର ହୋଇଥିଲେ । ୫୪ ରନରେ ୩ ୱିକେଟ୍ ଯିବା ପରେ ଶ୍ରେୟସ୍ ଆୟରଙ୍କ ଠାରୁ ଦଳ କିଛି ଆଶା କରିଥିଲା ​​। କିନ୍ତୁ ସେ ୧୧ ଟି ବଲରେ କୌଣସି ଖାତା ନ ଖୋଲି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲରେ ଆଉଟ ହୋଇଥିଲେ ।

ରବିନ୍ଦ୍ର ଜାଡେଜା ଆସିବା ମାତ୍ରେ ଦୁଇଟି ଚୌକା ମାରିଥିଲେ । କିନ୍ତୁ ସେ ୧୩ ବଲରୁ ୧୩ ରନ୍ ସ୍କୋର କରିବା ପରେ ୱାକରଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଶାର୍ଦ୍ଦୁଲ ଠାକୁର ୬ ରନ୍ ସ୍କୋର କରି ୱାକରଙ୍କ ପଞ୍ଚମ ଶିକାର ହୋଇଥିଲେ । ଏବେ ଦଳ କେ.ଏସ୍ ଭରତଙ୍କଠାରୁ ଭଲ ବ୍ୟାଟିଂର ଆଶା ରଖିଛି । ତାଙ୍କ ସହ ଉମେଶ ଯାଦବ ବର୍ତ୍ତମାନ କ୍ରିଜରେ ଅଛନ୍ତି ।

ଏହା ବି ପଢ଼ନ୍ତୁ: EPFO: ଖୁବ୍ ଶୀଘ୍ର ମିଳିବ ଖୁସି ଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!