୭ ମାସରେ ୭ ଜଣ ଅଧିନାୟକ .... ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୃଷ୍ଟି ହେବ ଇତିହାସ!
Advertisement
Article Detail0/zeeodisha/odisha1267457

୭ ମାସରେ ୭ ଜଣ ଅଧିନାୟକ .... ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୃଷ୍ଟି ହେବ ଇତିହାସ!

India Vs West Indies: ଆସନ୍ତାକାଲି ଧାୱନ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଭାରତ ବିଶ୍ୱ କ୍ରିକେଟର ଦ୍ୱିତୀୟ ଏପରି ଦଳ ହୋଇଯିବ, ଯିଏ ଏକ ବର୍ଷରେ ୭ ଟି ଅଧିନାୟକ ନିଯୁକ୍ତି କରିଛି । ଏହାପୂର୍ବରୁ ପଡୋଶୀ ଦେଶ ଶ୍ରୀଲଙ୍କା ୨୦୧୭ ରେ ୭ ଜଣ କ୍ୟାପଟେନର ବ୍ୟବହାର କରି ସାରିଛି ।

ସାଙ୍କେତିକ ଫଟୋ

India Vs West Indies: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ୨୨ ଜୁଲାଇରୁ ଆରମ୍ଭ ହେବ । ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନ (Shikhar Dhawan)ଙ୍କୁ ନୀଳ ଜର୍ସିରେ ଭାରତୀୟ ଦଳକୁ (Team India) ଆଗେଇ ନେଉଥିବା ନଜର ଆସିବେ । ଆସନ୍ତାକାଲି ଧାୱନ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ହେବ, ଯେତେବେଳେ ଗୋଟିଏ ବର୍ଷରେ ସପ୍ତମ ଖେଳାଳୀ ଦଳର ନେତୃତ୍ୱ ନେଉଥିବା ନଜର ଆସିବେ ଓ ଭାରତ ବିଶ୍ୱ କ୍ରିକେଟର ଦ୍ୱିତୀୟ ଏପରି ଦଳ ହେବ, ଯିଏ ଗୋଟିଏ ବର୍ଷରେ ୭ ଜଣ ଅଧିନାୟକ ନିଯୁକ୍ତ କରିଛି । ଏହାପୂର୍ବରୁ ପଡୋଶୀ ଦେଶ ଶ୍ରୀଲଙ୍କା ୨୦୧୭ ରେ ୭ ଜଣ କ୍ୟାପଟେନର ବ୍ୟବହାର କରି ସାରିଛି ।

ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲି ଆହତ ହୋଇଥିବା ବେଳେ କେଏଲ ରାହୁଲ ଦଳର ନେତୃତ୍ୱ ସମ୍ଭାଳିଥିଲେ । ଏଥି ସହିତ ଟେଷ୍ଟ ସିରିଜ ୧-୨ ରେ ହାରିଯିବା ପରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହି ଗସ୍ତରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଏକଦିବସୀୟ ଦଳର ନେତୃତ୍ୱ ନେଇଥିଲେ ।

ଏହା ପରେ ରୋହିତ ଶର୍ମା ଫିଟ୍ ହେବା ପରେ ଦଳକୁ ଫେରିଥିଲେ ଓ ସେ ଆଇପିଏଲ୍ ପୂର୍ବରୁ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଓ  ସମସ୍ତ ୧୧ ଟି ମ୍ୟାଚ୍ ଜିତିଥିଲେ । ଏହା ପରେ ଆଇପିଏଲ୍ ହୋଇଥିଲା, ଆଇପିଏଲ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିଥିଲା ।ଯଦିଓ ଅଧିନାୟକ କେ.ଏଲ୍ ରାହୁଲ ଏହି ସିରିଜ୍ ପାଇଁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆହତ ହୋଇଥିଲେ । ରାହୁଲଙ୍କ ସ୍ଥାନରେ ଅଧିନାୟକତ୍ୱ ଦାୟିତ୍ୱ ଋଷଭ ପନ୍ତଙ୍କୁ ଦିଆଯାଇଥିଲା ।

ଆୟର୍ଲାଣ୍ଡ ଗସ୍ତରେ ଭାରତ ପଞ୍ଚମ ଅଧିନାୟକ ପାଇଥିଲା, ଯେତେବେଳେ ରୋହିତ ଶର୍ମା, କେ.ଏଲ୍ ରାହୁଲ ଓ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ବିସିସିଆଇ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଥିଲା । ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଆୟୋଜକଙ୍କୁ କ୍ଲିନ୍ ସ୍ୱିପ କରିଥିଲା ।

ଏହା ପରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ୍ ଟେଷ୍ଟ ପୂର୍ବରୁ ରୋହିତ ଶର୍ମା କୋରୋନା ପଜିଟିଭ ହୋଇଥିଲେ । ରୋହିତଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରାଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତ ଏହି ଟେଷ୍ଟକୁ ୭ ୱିକେଟରେ ହାରିଯାଇଥିଲା ।

ବର୍ତ୍ତମାନ ଜୁଲାଇ ୨୨ ରେ ଭାରତ ଶିଖର ଧାୱନ ଚଳିତ ବର୍ଷର ସପ୍ତମ ଅଧିନାୟକ ହେବେ । ଧୱନ ଜଣେ ଅଭିଜ୍ଞ ଅଧିନାୟକ, ଆଇପିଏଲର ଅଧିନାୟକତ୍ୱ କରିବା ସହ, ସେ ଟିମ୍ ଇଣ୍ଡିଆର ଶେଷ ଶ୍ରୀଲଙ୍କାର ଗସ୍ତରେ ଦଳର ନେତୃତ୍ୱ ନେଇ ସାରିଛନ୍ତି । ଆଉ ୫ ମାସ ବାକି ଅଛି, ଯଦି ବିସିସିଆଇ ଅଧିନାୟକତ୍ୱର ଦାୟିତ୍ୱ ଅନ୍ୟ ଜଣେ ନୂଆ ଖେଳାଳିଙ୍କୁ ନ୍ୟସ୍ତ କରେ, ତେବେ ଏହା ଏକ ବିଶ୍ୱ ରେକର୍ଡ ହେବ ।

ଏହା ବି ପଢ଼ନ୍ତୁ: T-20 ବିଶ୍ୱକପ ଦଳରେ କୋହଲି ରହିବା ଉଚିତ୍ କି ନୁହେଁ? ରିକି ପଣ୍ଟିଙ୍ଗ ଦେଲେ ଏହି ଜବାବ