ଧୋନି ଓ ରାଇନାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିବା ଏହି ଦ୍ରୁତ ବୋଲର ନେଲେ ଅବସର
Advertisement

ଧୋନି ଓ ରାଇନାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିବା ଏହି ଦ୍ରୁତ ବୋଲର ନେଲେ ଅବସର

ଭାରତର ପୂର୍ବତନ ମହାନ ଅଧିନାୟକ ଏମଏସ ଧୋନିଙ୍କ (MS Dhoni) ଅଧିନାୟକତ୍ୱରେ ଏହି ବୋଲର ୨ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତ ପାଇଁ ୨ ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳିଥିବା ଦ୍ରୁତ ବୋଲର ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି । ଭାରତର ପୂର୍ବତନ ମହାନ ଅଧିନାୟକ ଏମଏସ ଧୋନିଙ୍କ (MS Dhoni) ଅଧିନାୟକତ୍ୱରେ ଏହି ବୋଲର 2 ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ପଙ୍କଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର
ପଙ୍କଜ ସିଂ (Pankaj Singh) ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ । ଦ୍ରୁତ ବୋଲର ପଙ୍କଜ ସିଂ କ୍ରିକେଟରୁ ଅବସର ନେଇଛନ୍ତି । ୩୬ ବର୍ଷୀୟ ଏହି ବୋଲର ଭାରତ ପାଇଁ ଦୁଇଟି ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳିଛନ୍ତି । ପଙ୍କଜ ସିଂ ଶେଷ ଥର ପାଇଁ ୨୦୧୪ ମସିହାରେ ଭାରତ ପାଇଁ ଖେଳିଥିଲେ । ଇଂଲଣ୍ଡ ଗସ୍ତରେ ଏମଏସ ଧୋନିଙ୍କ (MS Dhoni) ଅଧିନାୟକତ୍ୱରେ ଏହି ବୋଲର ଦୁଇଟି ଟେଷ୍ଟ ମ୍ୟାଚରେ ଦୁଇଟି ୱିକେଟ୍ ନେଇଥିଲେ ।

ସୁରେଶ ରାଇନାଙ୍କ ଅଧିନାୟକତ୍ୱରେ ନିଜର ODI ଡେବ୍ୟୁ କରିଥିଲେ
ପଙ୍କଜ ସିଂ ଉତ୍ତରପ୍ରଦେଶରୁ ଆସିଛନ୍ତି । ପଙ୍କଜ ନିଜର ଏକମାତ୍ର ODI ମ୍ୟାଚ ୨୦୧୦ ମସିହାରେ ହରାରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ସେ ସୁରେଶ ରାଇନାଙ୍କ (Suresh Raina) ଅଧିନାୟକତ୍ୱରେ ଏହି ମ୍ୟାଚ୍ ଖେଳିଥିଲେ । ୨୦୧୦ ମସିହାରେ ଭାରତୀୟ ଦଳ ରୈନାଙ୍କ ଅଧିନାୟକତ୍ୱରେ ଜିମ୍ବାୱେରେ ଏକ ତ୍ରି-କୋଣୀୟ ସିରିଜ୍ ମ୍ୟାଚ ଖେଳିବାକୁ ଯାଇଥିଲା । ଯଦିଓ ସେ ଡେବ୍ୟୁ ମ୍ୟାଚରେ କୌଣସି ୱିକେଟ୍ ନେଇପାରିନଥିଲେ ।

ଅଧିକ ପଢ଼ନ୍ତୁ: ରୋଗୀ ମାନେ ଧ୍ୟାନ ଦିଅନ୍ତୁ, ୧୨ ଜୁଲାଇରୁ ଛୁଟିରେ ରହିବେ AIIMS ହସ୍ପିଟାଲର ଡାକ୍ତର

ଘରୋଇ କ୍ରିକେଟରେ ବନାଇଛନ୍ତି ଅନେକ ରେକର୍ଡ
ରଣଜୀ ଇତିହାସରେ କେବଳ ୧୧ ତମ ବୋଲର ଯିଏ ୪୦୦ ରୁ ଅଧିକ ୱିକେଟ୍ ନେବାରେ ସକ୍ଷମ ହୋଇପାରିଛନ୍ତି । ଏଥିରେ କେବଳ ଦୁଇଟି ଦ୍ରୁତ ବୋଲର ଅସାମିଲ ଅଛନ୍ତି । ରଣଜୀ କ୍ରିକେଟରେ ପଙ୍କଜ ସିଂ ୪୦୯ ୱିକେଟ୍ ନେଇଛନ୍ତି । ତାଙ୍କ ବ୍ୟତୀତ ଆର ବିନୟ କୁମାର ୪୧୨ ୱିକେଟ୍ ନେଇଛନ୍ତି । ଲଗାତାର ଦୁଇ ବର୍ଷ (୨୦୧୦-୧୧, ୨୦୧୧-୧୨) ରାଜସ୍ଥାନକୁ ରଣଜୀ ଚାମ୍ପିୟନ କରିବାରେ ପଙ୍କଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୦-୧୧ ମସିହାରେ ସେ ରାଜସ୍ଥାନ ପାଇଁ ସର୍ବାଧିକ ୱିକେଟ୍ ନେଇଥିବାବେଳେ ପରବର୍ତ୍ତୀ ସିଜନରେ ସେ ୧୦ ଟି ମ୍ୟାଚ୍ ରେ ୩୪ ଟି ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ରିଲିଫ୍; ସହଜ ହେଲେ LTC କ୍ଲେମ୍ କରିବା, ଜାଣନ୍ତୁ ଡିଟେଲ୍ସ

ପଙ୍କଜ ସିଂଙ୍କ କ୍ୟାରିୟର
୧୧୭ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ପଙ୍କଜ ସିଂ ୪୭୨ ଟି ୱିକେଟ୍ ନେଇଛନ୍ତି । ସେ ୭୯ ଟି ଫାର୍ଷ୍ଟ କ୍ଲାସ ମ୍ୟାଚରେ ୧୧୮ ଟି ୱିକେଟ୍ ଓ ୫୭ ଟି -୨୦ ମ୍ୟାଚରେ ୪୩ ଟି ୱିକେଟ୍ ନେଇଛନ୍ତି । ସିଂ ନିଜ କ୍ରିକେଟ୍ କ୍ୟାରିୟରରେ ୧୫୩ ଟି ମ୍ୟାଚ୍ ରେ ୬୩୩ ଟି ୱିକେଟ୍ ନେଇଛନ୍ତି । ପଙ୍କଜ ନିଜ ଟେଷ୍ଟ ଡେବ୍ୟୁରେ ୧୭୯ ରନ୍ ଦେଇଥିଲେ ଓ ଦୁର୍ଭାଗ୍ୟବଶତ ସେ କୁକଙ୍କୁ ଆଉଟ କରିବାରୁ ବଞ୍ଚିତ ହୋଇଥିଲେ କାରଣ ରବିନ୍ଦ୍ର ଜାଡେଜା ତାଙ୍କ ବଳରେ କୁକଙ୍କ କ୍ୟାଚ୍ ଛାଡିଥିଲେ ।