IPL 2021: ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ଼ ହାସଲ କଲେ ବିରାଟ
Advertisement
Article Detail0/zeeodisha/odisha994548

IPL 2021: ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ଼ ହାସଲ କଲେ ବିରାଟ

ଆରସିବି ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ ରେକର୍ଡ ନାମିତ କରିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଯିଏ ଟି-୨୦ କ୍ରିକେଟରେ ୧୦,୦୦୦ ରନ୍ ସ୍କୋର କରିଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କୁ ବଲକୁ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

IPL 2021: ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ଼ ହାସଲ କଲେ ବିରାଟ

ଦୁବାଇ: ବିରାଟ କୋହଲି (Virat Kohli) ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇ ପାରିଛନ୍ତି ଯିଏ ଟି-୨୦ କ୍ରିକେଟରେ ୧୦,୦୦୦ ରନ୍ ସ୍କୋର କରିଛନ୍ତି । ଆରସିବି (RCB) ଅଧିନାୟକ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ (RCB vs MI) ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କ ବଲକୁ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ପୂର୍ବରୁ କେବଳ ଚାରିଜଣ କ୍ରିକେଟର ଏହି ସଫଳତା ହାସଲ କରିପାରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ କୋହଲି ଟି-୨୦ ମ୍ୟାଚରେ ୫ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମଧ୍ୟ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି ।

ଏହି ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ୩୨୩ଟି ଟି-୨୦ ମ୍ୟାଚରେ ୨୯୮ ଇନିଂସରେ ୪୨ ହାରାହାରି ସହ ୯୯୮୭ ରନ୍ ସଂଗ୍ରହ କରିଥିଲେ । ଅର୍ଥାତ୍ ତାଙ୍କୁ ୧୦,୦୦୦ ରନ ପୂରଣ କରିବାକୁ ଆଉ ୧୩ ରନ୍ ସ୍କୋର କରିବାକୁ ବାକିଥିଲା । ତାଙ୍କର ଷ୍ଟ୍ରାଇକ୍ ରେଟ ୧୩୪ ଅଟେ । ଏହି କ୍ୟାରିୟରରେ ସେ ୮୮୬ଟି ଚୌକା ଓ ୩୧୬ଟି ଛକା ମାରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆର ଅଧିନାୟକ କୋହଲି ହାରାହାରି ୫୩ଟି ମ୍ୟାଚରେ ୩୧୫୯ ରନ୍ ସଂଗ୍ରହ କରିଛନ୍ତି । ସେ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋରର । ଏହା ସେ ୨୮ ଟି ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଛନ୍ତି । ଯଦିଓ ଆନ୍ତର୍ଜାତୀୟ ଟି-୨୦ ରେ ତାଙ୍କର ପ୍ରଥମ ଶତକକୁ ଅପେକ୍ଷା କରିଛି । ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ୯୪ ର ଇନିଂସ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର । ସେ ODI, List A ଓ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

ଏହା ବି ପଢ଼ନ୍ତୁ: LIC ର ଏହି ଯୋଜନାରେ ପ୍ରିମିୟମ ନ ଦେଇ ପାଆନ୍ତୁ ୭୫୦୦୦ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ 

ବିରାଟ କୋହଲିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଓ କିରନ୍ ପୋଲାର୍ଡ, ପାକିସ୍ତାନର ଶୋଏବ ମଲିକ୍ ଓ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଟି-୨୦ କ୍ରିକେଟରେ ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଗେଲ୍ ୪୪୭ ମ୍ୟାଚ୍ ରେ ୧୪୨୭୫ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ଗେଲ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ପୋଲାର୍ଡ ୧୧୧୯୫, ମଲିକ ୧୦୮୦୮ ଓ ୱାର୍ଣ୍ଣର ୧୦୦୧୯ ରନ ସ୍କୋର କରିଛନ୍ତି ।

ଏହା ବି ପଢ଼ନ୍ତୁ: ରାଜ କୁନ୍ଦ୍ରା ଜେଲରୁ ଫେରିବା ମାତ୍ରେ ବଦଳିଲା ଶିଳ୍ପାଙ୍କ ମନ, ନେଲେ ଏହି ବଡ ନିଷ୍ପତ୍ତି...  

କୋହଲିଙ୍କ ପଛରେ ଅଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା
ବିରାଟ କୋହଲିଙ୍କ ପରେ ଟି -୨୦ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ରୋହିତ ଶର୍ମା ଦୁଇ ନମ୍ବରରେ ଅଛନ୍ତି । ଆରସିବି ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ହାରାହାରି ୩୨ ସହ ୩୫୧ଟି  ଟି-୨୦ ମ୍ୟାଚରେ ୯୩୬୮ ରନ୍ ସ୍କୋର କରିଥିଲେ । ଏହି ସମୟରେ ସେ ୬ଟି ଶତକ ଓ ୭୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ରୋହିତ ହାରାହାରି ୩୩ ସହ ୧୧୧ଟି ମ୍ୟାଚରେ ୨୮୬୪ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ୪ଟି ଶତକ ଓ ୨୨ଟି ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଛନ୍ତି ।