IPL 2024: ଆରମ୍ଭରୁ KKRକୁ ଝଟକା, ଚଳିତ ବର୍ଷ ଆଇପିଏଲରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର କ୍ରିକେଟର
Advertisement

IPL 2024: ଆରମ୍ଭରୁ KKRକୁ ଝଟକା, ଚଳିତ ବର୍ଷ ଆଇପିଏଲରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର କ୍ରିକେଟର

IPL 2024: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ତିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ  ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୂମଲ ସୂଚନା ( IPL Chairman Arun Dhumal )ଦେଇଛନ୍ତି।  ଚଳିତ ବର୍ଷ ସାଧାରଣ ନିର୍ବାଚନ (general election 2024) ହେବ।  ଏହା ସତ୍ତ୍ବେ ପୂରା ଆଇପିଏଲ୍ (IPL)ଭାରତରେ ଖେଳାଯିବ । ପ୍ରଥମେ ୧୫ ଦିନ ଲାଗି କାର୍ଯ୍ୟ ସୂଚୀ ଘୋଷଣା କରାଯିବ।  ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ଝଟକା । 

IPL 2024: ଆରମ୍ଭରୁ KKRକୁ ଝଟକା, ଚଳିତ ବର୍ଷ ଆଇପିଏଲରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର କ୍ରିକେଟର

IPL 2024:  ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ଝଟକା । ଚଳିତ ବର୍ଷ ଆଇପିଏଲ୍ ରୁ ବାଦ ପଡ଼ିପାରନ୍ତି ଶ୍ରେୟସ୍ ଆୟର । ଗତ ବର୍ଷ ମଧ୍ଯ ଆୟର ଟିମ୍ ରୁ ବାଦ ପଡ଼ିଥିଲେ । ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ କୋଲକାତାକୁ ଅଧିନାୟକ ଦାୟିତ୍ବ ଦେଇଥିଲା। ତେବେ ଶ୍ରେୟସ୍ ଚଳିତ ସିଜନ ମଧ୍ଯ ମିସ୍ କରିପାନରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଯଦି ଶ୍ରେୟସ୍ ଏହି ସିଜନରୁ ବାଦ ପଡ଼ନ୍ତି ତାହାଲେ କୋଲକାତାକୁ ପୁଣି ଏକ ନୂଆ ଅଧିନାୟକ ସହ ପଡ଼ିଆକୁ ଓହ୍ଲାଇବ । ତେବେ ଶ୍ରେୟସ୍ ଅନୁପସ୍ଥିତିରେ କୋଲକାତା ଗତ ଆଇପିଏଲରେ ଭଲ ପ୍ରଦର୍ଶନ କରିପାରି ନଥିଲା। ଏହି ଖବର ସାମ୍ନାକୁ ଆସିବା ପରେ କୋଲକତା ଫ୍ୟାନ୍ସ ନିରାଶ ହୋଇଛନ୍ତି ।

କାହିଁକି ଆଇପିଏଲ ୨୦୨୪ ଖେଳିବେନି ଶ୍ରେୟସ୍?

ଭାରତୀୟ ଦଳରୁ ବିଶ୍ରାମ ନେବା ପରେ ଶ୍ରେୟସ୍ ଆୟର ଏବେ ରଣଜୀ ଟ୍ରଫି ଖେଳୁଥିଲେ । କିନ୍ତୁ ପିଠିରେ ଆଘାତ ଲାଗିବା କାରଣରୁ ସେ ରଣଜୀ ଟ୍ରଫି ୨୦୨୩-୨୪ ର କ୍ୱାର୍ଟର ଫାଇନାଲରୁ ବାଦ ପଡିଛନ୍ତି । ଆଘାତଟି ଗଭୀର ହୋଇଥିବାରୁ ଖେଳାଳି ଚଳିତ ଆଇପିଏଲ୍ ମଧ୍ଯ ମିସ୍ କରିବେ ବୋଲି କୁହାଯାଉଛି ।

ଦୀର୍ଘ ଦିନରୁ ଟିମ୍ ରେ ସାମିଲ ଥିବା ଆୟରଙ୍କ ପ୍ରଦର୍ଶନ ଏତେଟା ଖାସ୍ ନଥିଲା । ୧୩ଟି ଟେଷ୍ଟ ଇନିଂସ ସେ ଗୋଟେ ବି ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇନଥିଲେ । ଏହି କାରଣରୁ ଇଂଲଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବା ପରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । କିନ୍ତୁ ଆୟର୍ ଦୀର୍ଘ ଦିନ ଧରି ଦଳ ପାଇଁ ଖେଳୁଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଇଥିଲା ।  

ଭାରତ ଓ ଇଂଲଣ୍ତ ମଧ୍ଯରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ତିଆ । ରବିବାର ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଥିଲା । ଯାହା ଦଳ ପାଇଁ ଏକ ଐତିହାସିକ ବିଜୟ ଅଟେ ।