IPL 2023 Final: ବର୍ତ୍ତମାନ ଅହମ୍ମଦାବାଦରେ କିପରି ରହିଛି ପାଣିପାଗ; ରିଜର୍ଭ ଡେ'ରେ ଯଦି ବର୍ଷା ହେବ ତେବେ କ’ଣ ହେବ? ଜାଣନ୍ତୁ ସବୁକିଛି
Advertisement

IPL 2023 Final: ବର୍ତ୍ତମାନ ଅହମ୍ମଦାବାଦରେ କିପରି ରହିଛି ପାଣିପାଗ; ରିଜର୍ଭ ଡେ'ରେ ଯଦି ବର୍ଷା ହେବ ତେବେ କ’ଣ ହେବ? ଜାଣନ୍ତୁ ସବୁକିଛି

IPL 2023 Final, GT vs CSK: ସୋମବାର ଦିନ ପୁଣିଥରେ ଗୁଜୁରାଟର ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏପରି ପରିସ୍ଥିତିରେ ମ୍ୟାଚ୍ ହେବ କି ନାହିଁ? ଆସନ୍ତୁ ଆପଣଙ୍କୁ ମ୍ୟାଚକୁ ନେଇ ଥିବା ସବୁ ପ୍ରଶ୍ନର ଉତ୍ତର ଜଣାଉଛୁ । 

ସାଙ୍କେତିକ ଫଟୋ

IPL 2023 Final: ଆଇପିଏଲ ୨୦୨୩ ର ଫାଇନାଲ ମ୍ୟାଚ୍ ମେ ୨୮ ରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ବର୍ଷା ଯୋଗୁଁ ଏହାକୁ ରିଜର୍ଭ ଡେ (Reserve Day) ଅର୍ଥାତ୍ ଆଜିର ଦିନକୁ ସ୍ଥାନାନ୍ତର କରାଯାଇଛି । ଯେହେତୁ ସୋମବାର ଦିନ ପୁଣିଥରେ ଗୁଜୁରାଟର ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ଅଛି । ଏପରି ପରିସ୍ଥିତିରେ ମ୍ୟାଚ୍ ହେବ କି ନାହିଁ? ଏହା ବିଷୟରେ କିଛି କୁହାଯାଇ ନ ପାରେ ।

କ୍ରିକେଟ୍ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରହିଛି ଯେ ରିଜର୍ଭ ଡେ'ରେ ବର୍ଷା ଯୋଗୁଁ ମ୍ୟାଚ୍ ଧୋଇଗଲେ କଣ ହେବ? ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଆଣିଛୁ । କହି ରଖୁଛୁ ଯେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ଟାଇଟଲ୍ ଲଢେଇ ହେବାକୁ ଯାଉଛି । ଚେନ୍ନାଇ ପଞ୍ଚମ ଟ୍ରଫି ଜିତିବାକୁ ଚାହୁଁଥିବାବେଳେ, ଗୁଜୁରାଟ ଦଳ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ଏହି ଟ୍ରଫିକୁ କବଜା କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଉହ୍ଲାଇବକୁ ଆଜି ଚେଷ୍ଟା କରିବ ।

ଆଜି ଯଦି ବର୍ଷା ଦ୍ୱାରା ମ୍ୟାଚ୍ ଧୋଇଯାଏ ତେବେ କଣ ହେବ?

  • ରିଜର୍ଭ ଡେ ଅର୍ଥାତ୍ ଯଦି ଆଜି ମ୍ୟାଚ୍ ରାତି ୯.୩୫ ରେ ଆରମ୍ଭ ହୁଏ, ତେବେ ଓଭରରେ କୌଣସି ହ୍ରାସ ହେବ ନାହିଁ । ଏହା ପରେ ଓଭର କଟିବା ଆରମ୍ଭ ହେବ ।
  • ଯଦି ଆଜି ରାତି ୯.୩୫ ପରେ ବର୍ଷା ଜାରି ରହେ, ତେବେ ପାଞ୍ଚ ଓଭର ମ୍ୟାଚ୍ ପାଇଁ ରାତି ୧୨:୦୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଯଦି ଏହା ମଧ୍ୟ ନହୁଏ, ତେବେ ଏକ ସୁପର ଓଭର କରାଯିବାକୁ ଚେଷ୍ଟା କରାଯିବ ।
  • ଖରାପ ପାଗ ଯୋଗୁଁ ଯଦି ସୁପର ଓଭର ମଧ୍ୟ ହୋଇନପାରେ ତେବେ ଗୁଜୁରାଟ ଟାଇଟାନ୍ସକୁ IPL 2023 ର ବିଜେତା ଘୋଷିତ କରାଯିବ ।

ଉଭୟ ଦଳର କିପରି ରହିଛି ପ୍ରଦର୍ଶନ
ଯଦି ମ୍ୟାଚ୍ ନହୁଏ ତେବେ ଗୁଜୁରାଟ ଟାଇଟାନ୍ସକୁ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲ ଉପରେ ରହିଥିବାରୁ ଚାମ୍ପିୟନ ଘୋଷିତ ହେବ । ଏହି ସିଜିନରେ ଗୁଜୁରାଟ ୧୪ଟି ମ୍ୟାଚ ମଧ୍ୟରୁ ୧୦ଟିରେ ଜିତିଛି । ଏଥି ସହିତ ଚେନ୍ନାଇ ୧୪ଟି ମ୍ୟାଚରେ ୧୭ ପଏଣ୍ଟ ପାଇଛି । ଧୋନିଙ୍କ ଦଳ ୧୪ଟି ମ୍ୟାଚ ମଧ୍ୟରୁ ୮ଟି ଜିତିଛି । ସେ ୫ଟିରେ ପରାସ୍ତ ହୋଇଥିଲା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ଖେଳାଯାଇ ପାରି ନଥିଲା, ତେଣୁ ଦଳକୁ ୧ ପଏଣ୍ଟ ମିଳିଥିଲା ​​।

କେମିତି ରହିବ ଆଜି ସନ୍ଧ୍ୟାରେ ପାଗ ?
ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ରିଜର୍ଭ ଡେ ମ୍ୟାଚରେ ବର୍ଷା ହେବାର ଆଶଙ୍କା ରହିଛି, ଯଦିଓ ଗତକାଲି ଭଳି ରିଜର୍ଭ ଡେ'ରେ ବର୍ଷା ହେବାର ସମ୍ଭାବନା ନାହିଁ । ସୋମବାର ଦିନ ଅହମ୍ମଦାବାଦରେ ଖରା ହେବ କିନ୍ତୁ ସନ୍ଧ୍ୟାରେ ମେଘ ଦେଖା ଦେଇପାରେ । ମ୍ୟାଚ୍ ସମୟରେ ୧୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ଆର୍ଦ୍ରତା ୪୫-୫୦ ପ୍ରତିଶତ ମଧ୍ୟରେ ରହିପାରେ । ପବନର ବେଗ ୧୧ କିଲୋମିଟର ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ: World Cup 2023: ବିଶ୍ୱକପ୍ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଖେଳାଯିବ ମ୍ୟାଚ୍