IPL ରେ କେଉଁ ଖେଳାଳି ନେଇଥିଲେ ପ୍ରଥମ ୱିକେଟ୍? କିଏ ହୋଇଥିଲେ ଆଉଟ୍, ବର୍ତ୍ତମାନ ଉଭୟ ନେଇ ସାରିଛନ୍ତି ଅବସର
Advertisement

IPL ରେ କେଉଁ ଖେଳାଳି ନେଇଥିଲେ ପ୍ରଥମ ୱିକେଟ୍? କିଏ ହୋଇଥିଲେ ଆଉଟ୍, ବର୍ତ୍ତମାନ ଉଭୟ ନେଇ ସାରିଛନ୍ତି ଅବସର

IPL History: ପ୍ରଥମ ଆଇପିଏଲ୍ ୨୦୦୮ ମସିହାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଓ ଆରସିବି ଦଳ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍ ସ୍କୋର କରିଥିଲା ।

ସୌ: ସୋସିଆଲ ମିଡିଆ

IPL Facts: ଆଇପିଏଲ ୨୦୨୩ (IPL 2023) ଟୁର୍ଣ୍ଣାମେଣ୍ଟ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ (Chennai Super Kings Vs Gujarat Titans) ମଧ୍ୟରେ ହେବ । ଏଥର ପ୍ରଥମ ୱିକେଟ୍ କିଏ ନେବ ତାହା ଦେଖିବାକୁ କୌତୁହଳପ୍ରଦ ହେବ । କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ଇତିହାସର ପ୍ରଥମ ମ୍ୟାଚରେ କିଏ ପ୍ରଥମ ୱିକେଟ୍ ନେଇଥିଲା ଓ କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ? ଆଜି ଆପଣଙ୍କୁ ଏହି ବିଷୟରେ କହିଛୁ...

ବାସ୍ତବରେ କ୍ରିକେଟ୍ ଓ ଆଇପିଏଲ୍ ପ୍ରଶଂସକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଅଛି । ସେମାନେ ଜାଣିବାକୁ ଚାହାଁନ୍ତି ଯେ କେଉଁ ବୋଲର ଆଇପିଏଲରେ ପ୍ରଥମ ୱିକେଟ୍ ପାଇଥିଲେ, କେଉଁ ବ୍ୟାଟ୍ସମ୍ୟାନ୍ ପ୍ରଥମେ ଆଉଟ୍ ହୋଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଗାଙ୍ଗୁଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଆଇପିଏଲ୍ ଇତିହାସରେ ପ୍ରଥମେ ଆଉଟ୍ ହୋଇଥିବାବେଳେ, ପ୍ରଥମ ୱିକେଟ୍ ଜହିର ଖାନ ନେଇଥିଲେ ।

ବାସ୍ତବରେ, ଆରସିବି ଦ୍ରୁତ ବୋଲର ଜହିର ଖାନ ଆଇପିଏଲର ପ୍ରଥମ ମ୍ୟାଚରେ କେକେଆର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଆଉଟ୍ କରିଥିଲେ । ସେହି ମ୍ୟାଚ୍‌ରେ ଗାଙ୍ଗୁଲି ଓପନ କରିବାକୁ ଆସି ବ୍ୟକ୍ତିଗତ ୧୦ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ ଓ ସ୍ଲିପ୍ସରେ ଠିଆ ହୋଇଥିବା ଜ୍ୟାକ୍ କଲିସ୍ ତାଙ୍କ କ୍ୟାଚ୍ ଧରିଥିଲେ । ଏହି ମ୍ୟାଚ୍ ବିଷୟରେ ଆସନ୍ତୁ ଜାଣିବା ବିସ୍ତୃତ ଭାବରେ ।

ପ୍ରଥମ ଆଇପିଏଲ୍ ୨୦୦୮ ମସିହାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଓ ଆରସିବି ଦଳ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍ ସ୍କୋର କରିଥିଲା । ବ୍ରେଣ୍ଡନ୍ ମ୍ୟାକକୁଲମ୍ ୧୫୮ ରନର ଏକ ତୁଫାନି ଇନିଂସ ଖେଳି KKR ପାଇଁ ଇତିହାସ ସୃଷ୍ଟି କରିଥିଲେ ।

୨୨୩ ରନର ଲକ୍ଷ୍ୟକୁ ପଛରେ ପକାଇ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ଦଳ ୨୦ ଓଭରରେ ୮୨ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇ ଯାଇଥିଲା । କେକେଆର୍ ଏହି ମ୍ୟାଚ୍କୁ ୧୪୦ ରନ୍ ବ୍ୟବଧାନରେ ଜିତିଥିଲା ​​। ସେହି ସିଜିନରେ କେକେଆର୍ ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି, ବାଙ୍ଗାଲୋର ଦଳର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ ।

ଏହା ବି ପଢ଼ନ୍ତୁ: IPL 2023: ଋଷଭ ପନ୍ତଙ୍କ ସ୍ଥାନରେ ଦିଲ୍ଲୀ ଦଳରେ ସୁଯୋଗ ପାଇଲେ ଏହି ୨୦ ବର୍ଷୀୟ ଅଜ୍ଞାତ ଖେଳାଳି, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ: IPL 2023: ଆଇପିଏଲ୍ ଟ୍ରଫି ଉପରେ ସଂସ୍କୃତରେ ଲେଖା ହୋଇଛି ଶ୍ଲୋକ, ଆପଣ ଜାଣିଛନ୍ତି ଏହାର ଅର୍ଥ?

ଏହା ବି ପଢ଼ନ୍ତୁ: World Cup 2023: ଭାରତ-ପାକିସ୍ତାନ ମ୍ୟାଚ୍ କେଉଁଠାରେ ହେବ? ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଲା ୫ଟି ବଡ ଅପଡେଟ୍