IPL Final 2023: ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ ଶୁଭମନ ଗିଲ, ଜାଣନ୍ତୁ କେତେ ରନ୍ ପଛରେ ରହିଗଲେ?
Advertisement
Article Detail0/zeeodisha/odisha1716709

IPL Final 2023: ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ ଶୁଭମନ ଗିଲ, ଜାଣନ୍ତୁ କେତେ ରନ୍ ପଛରେ ରହିଗଲେ?

IPL Final 2023: Shubman Gill, ଆଇପିଏଲ୍ ୨୦୨୩ ର ଫାଇନାଲରେ ଶୁଭମନ ଗିଲ ଆଉ ଏକ ବଡ଼ ରେକର୍ଡ କରିଛନ୍ତି । ସେ କୋହଲିଙ୍କ ଗୋଟିଏ ରେକର୍ଡ ଭାଙ୍ଗିବାରେ ପଛରେ ରହିଯାଇଥିବ ବେଳେ, ଆଉ ଏକ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ସମେତ ଏବି ଡି ଭିଲିୟର୍ସ ଓ କ୍ରିସ୍ ଗେଲଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ସାଙ୍କେତିକ ଫଟୋ

IPL Final 2023: Shubman Gill, ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ (Chennai Super Kings Vs Gujarat Titans) ମଧ୍ୟରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ଫାଇନାଲ୍ ମ୍ୟାଚରେ ଶୁଭମନ ଗିଲ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି (MS Dhoni) ଟସ୍ ଜିତି ଗୁଜରାଟକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଗୁଜୁରାଟ ପାଇଁ ଓପନିଂ କରିବାକୁ ଆସିଥିବା ଶୁଭମନ ଗିଲ କିଛି ରନ୍ ସ୍କୋର କରିବା ମାତ୍ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ । ଏହା ରେକର୍ଡ କରିବା ସହ ସେ ଅନେକ ଭେଟେରାନ ବ୍ୟାଟ୍ସମ୍ୟାନ୍ଙ୍କୁ ପଛରେ ପକାଇ ଦେଇଥିଲା ।

ଶୁଭମନ ନିଜ ନାମରେ କଲେ ଏହି ବଡ ରେକର୍ଡ
ଏହି ମ୍ୟାଚରେ ଶୁଭମନ ଗିଲ ଏକ ବଡ଼ ଇନିଂସ ଖେଳିବାରେ ସଫଳ ହୋଇପାରିନଥିଲେ । ସେ ୨୦ଟି ବଲରେ ୩୯ ରନ୍ ସ୍କୋର କରିଥିଲେ । ରବିନ୍ଦ୍ର ଜାଡେଜାଙ୍କ ବଲରେ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ସେ ପ୍ୟାଭିଲେନକୁ ଫେରିଥିଲେ । ଆଜିର ରନ୍ ସ୍କୋର ସହିତ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ରନ୍ ସ୍କୋର କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି ପ୍ରସଙ୍ଗରେ ବିରାଟ କୋହଲି ଆଗରେ ଅଛନ୍ତି । ୨୦୧୬ ଆଇପିଏଲରେ କୋହଲି ୯୭୩ ରନ୍ ସଂଗ୍ରହ କରିଥିବାବେଳେ ଚଳିତ ସିଜନରେ ଗିଲ୍ ୮୯୦ ରନ୍ ସ୍କୋର କରିଛନ୍ତି । ଶୁଭମନ ବିରାଟଙ୍କ ଠାରୁ ୮୩ ରନ ପଛରେ ରହିଯାଇଥିଲେ । କିନ୍ତୁ ଗିଲ ଏହି ମ୍ୟାଚରେ ଗିଲ୍ ଜୋସ୍ ବଟଲରଙ୍କ ୮୬୩ ରନ୍ ରେକର୍ଡ ଭାଙ୍ଗିଛନ୍ତି ।

ଭାଙ୍ଗିଲା ବିରାଟ କୋହଲିଙ୍କ ଏହି ରେକର୍ଡ 
ଶୁଭମନ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡକୁ ଭାଙ୍ଗି ଗିଲ ନମ୍ବର -୧ ହୋଇଛନ୍ତି । ବାସ୍ତବରେ ଗିଲ ଏକ ସିଜନରେ ସ୍ପିନ୍ ବୋଲରଙ୍କ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହ କରି କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ୨୦୧୬ ଆଇପିଏଲରେ ସ୍ପିନ୍ ବୋଲରଙ୍କ ବିପକ୍ଷରେ ୩୬୪ ରନ୍ ସ୍କୋର କରିଥିଲେ । ବିରାଟଙ୍କ ଏହି ରେକର୍ଡ ବର୍ତ୍ତମାନ ଶୁଭମନ ଗିଲଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଛି । ସେ ଏହି ମ୍ୟାଚରେ ସ୍ପିନ୍ ବୋଲରଙ୍କ ବିପକ୍ଷରେ ୩୭୮ ରନ୍ ସ୍କୋର କରିବା ମାତ୍ରେ ତାଙ୍କ ନାମରେ ଏହି ରେକର୍ଡ ନାମିତ କରିଥିଲେ । ଚଳିତ ସିଜନରେ ସ୍ପିନ୍ ବୋଲରଙ୍କ ବିପକ୍ଷରେ ଗିଲ୍ ୩୭୮ ରନ୍ ସ୍କୋର କରିଛନ୍ତି ।

ଅରେଞ୍ଜ କ୍ୟାପ୍ ରେସରେ ସବୁଠୁ ଆଗରେ
ଚଳିତ ସିଜନରେ ଅରେଞ୍ଜ କ୍ୟାପ୍ ରେସରେ ଶୁଭମନ ଗିଲ ସବୁଠୁ ଆଗରେ ଅଛନ୍ତି । ଏହି ମ୍ୟାଚ୍‌ରେ ୩୯ ରନ୍ ସ୍କୋର କରି ସେ ବର୍ତ୍ତମାନ ଆଇପିଏଲ୍ ୨୦୨୩ ରେ ୮୯୦ ରନ୍ କରିଛନ୍ତି ଓ ଏହା ନିଶ୍ଚିତ ଯେ ଏହି ସିଜନରେ ଅରେଞ୍ଜ କ୍ୟାପ୍ ନିଜ ପାଖରେ ରଖିବେ । ଚଳିତ ସିଜନରେ ଘାତକ ବ୍ୟାଟିଂ କରୁଥିବା ବେଳେ ଗିଲ ଚାରି ଅର୍ଦ୍ଧ ଶତକ ଓ ୩ଟି ଶତକ ମାରିଛିନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୭.୮୦ ରହିଥିଲା ।