MI vs PBKS: ଅର୍ଶଦୀପ ସିଂହଙ୍କ ଷ୍ଟମ୍ପ ବ୍ରେକିଙ୍ଗ ବୋଲିଂରେ ମୁମ୍ବାଇକୁ ମାତ ଦେଲା ପଞ୍ଜାବ
Advertisement
Article Detail0/zeeodisha/odisha1664048

MI vs PBKS: ଅର୍ଶଦୀପ ସିଂହଙ୍କ ଷ୍ଟମ୍ପ ବ୍ରେକିଙ୍ଗ ବୋଲିଂରେ ମୁମ୍ବାଇକୁ ମାତ ଦେଲା ପଞ୍ଜାବ

MI vs PBKS Match Highlights: ଚଳିତ ଆଇପିଏଲ ସଂସ୍କରଣର ୩୧ ମୁକାବିଲାରେ ପଞ୍ଜାବ ଟିମ ମୁମ୍ବାଇ ଦଳକୁ ୧୩ ରନ୍ ବ୍ୟବଧାନରେ ପରାସ୍ତ କରିଛି। 

MI vs PBKS: ଅର୍ଶଦୀପ ସିଂହଙ୍କ ଷ୍ଟମ୍ପ ବ୍ରେକିଙ୍ଗ ବୋଲିଂରେ ମୁମ୍ବାଇକୁ ମାତ ଦେଲା ପଞ୍ଜାବ

MI vs PBKS Match Result: ନିଜର ପ୍ରଥମ ଟାଇଟଲ୍ ସନ୍ଧାନରେ ରହିଥିବା ପଞ୍ଜାବ କିଙ୍ଗସ୍ ଟିମ୍ ଚଳିତ ଆଇପିଏଲ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧୩ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଶନିବାର ମୁମ୍ବାଇ ୱାନଖେଡେ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ ୮ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ହରାଇ ୨୦୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ଇନିଂସର ଶେଷ ଓଭରରେ ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬ ରନ୍ ଆବଶ୍ୟକ କରିଥିଲା। ପଞ୍ଜାବ ଦଳର ଅଧିନାୟକ ସାମ କରେନା ଶେଷ ଓଭରରେ ବୋଲିଂ କରିବାକୁ ଯୁବ ପେସର ଅର୍ଶଦୀପ ସିଂହଙ୍କୁ ଡାକିଥିଲେ। ପ୍ରଥମ ବଲରେ ଟିମ ଡେଭିଡ ସିଙ୍ଗଲ ନେଇଥିଲେ ଏବଂ ତିଲକ ବର୍ମା ଷ୍ଟ୍ରାଇକରେ ଆସିଥିଲେ। ପରବର୍ତ୍ତୀ ବଲରେ କୌଣସି ରନ୍ ସ୍କୋର ହୋଇନଥିଲା। ଏହା ପରେ ତୃତୀୟ ବୋଲରେ ଅର୍ଶଦୀପ ସିଂହ ଷ୍ଟମ୍ପ ଭାଙ୍ଗି  ତିଲକ ବର୍ମାଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ପରବର୍ତ୍ତୀ ବଲରେ ମିଡିଲ ଷ୍ଟମ୍ପ ଭାଙ୍ଗିଥିଲା। ଏହି ବଲରେ ନେହଲ ୱଢେରା ଆଉଟ ହୋଇଥିଲେ। ଶେଷ ଓଭରରେ ମୋଟ ୨ ରନ୍ ସ୍କୋର ହେବା ସହ ୨ ୱିକେଟ୍ ଚାଲି ଯାଇଥିଲା। ଅର୍ଶଦୀପ ସିଂହ ତାଙ୍କର ୪ ଓଭର ବୋଲିଂରେ ୨୯ ବ୍ୟୟ କରି ୪ ୱିକେଟ୍ ନେଇଥିଲେ।

୨୧୫ ରନ ବିଜୟ ଲକ୍ଷ୍ୟକୁ ପଛରେ ପକାଇ ମୁମ୍ବାଇ ଦଳ ଇନିଂସର ଦ୍ୱିତୀୟ ଓଭରରେ ପ୍ରାରମ୍ଭିକ ଝଟକା ପାଇଥିଲା। ପ୍ରଥମ ଓଭରର ଓପନିଂ ବଲରେ ମାଥ୍ୟୁ ଶଟଙ୍କ ହାତରେ ଆର୍ଶଦୀପ ସିଂହ ଇଶାନ କିଶନଙ୍କୁ କ୍ୟାଚ ଆଉଟ କରିଥିଲେ। ଏହା ପରେ ଅଧିନାୟକ ରୋହିତ ଶର୍ମା ଏବଂ କ୍ୟାମେରନ୍ ଗ୍ରୀନ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନ୍ ଯୋଡିଥିଲେ। ଏହି ପାର୍ଟନରସିପ୍ ଲିଭିଙ୍ଗଷ୍ଟୋନ୍  ଭାଙ୍ଗି ଦେଇଥିଲେ। ଯିଏ ରୋହିତ ଶର୍ମାଙ୍କୁ ନିଜ ବଲରେ କ୍ୟାଚ ଆଉଟ କରିଥିଥିଲେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୨୭ ବଲ ଖେଳି ୪ ଚୌକା ଏବଂ ୩ ଛକା ସହାୟତାରେ ୪୪ ରନ ସଂଗ୍ରହ କରିଥିଲେ। ଏହା ପରେ ଗ୍ରୀନ୍ ତୃତୀୟ ୱିକେଟ୍ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସହ ୭୫ ରନ୍ ଭାଗିଦାରୀ କରିଥିଲେ। ୪୩ ବଲ୍ ଖେଳି ଗ୍ରୀନ୍ ୬୭ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୬ ଚୌକା ଏବଂ ୩ ଛକା ରହିଥିଲା। ସୂର୍ଯ୍ୟକୁମାର ଯାଦବ ୨୬ ବଲ ଖେଳି ୫୭ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୭ ଚୌକା ଏବଂ ୩ ଛକା ସାମିଲ ରହିଥିଲା। ପଞ୍ଜାବ ପାଇଁ ଆର୍ଶଦୀପ ସିଂହଙ୍କ ବ୍ୟତୀତ ନାଥାନ୍ ଏଲିସ୍ ଏବଂ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।

ଅଧିନାୟକ ସାମ କରେନ ଦ୍ରୁତତମ ଅର୍ଦ୍ଧଶତକୀୟ ଇନିଂସ କାରଣରୁ ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ୍ ହରାଇ ୨୧୪ ରନ୍ ସ୍କୋର କରିଥିଲା। ସାମ୍ କରେନା ଏବଂ ହରପ୍ରୀତ ଭାଟିଆ ପଞ୍ଚମ ୱିକେଟ୍ ପାଇଁ ୫୦ ବଲରେ ୯୨ ରନର ଏକ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ସାମ କରେନ ୨୯ ବଲ ଖେଳି ୫୫ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୫ ଚୌକା ଏବଂ୪ ଛକା ସାମିଲ ରହିଥିଲା। ସେହିପରି ୨୮ ବଲ ଖେଳି ୪୧ ରନ୍ ସ୍କୋର କରିଥିବା ହରପ୍ରୀତ ଭାଟିଆ ୪ ଚୌକା ଏବଂ ୨ ଛକା ମାରିଥିଲେ। ୱିକେଟ୍ କିପର ଜିତେଶ ଶର୍ମା ୭ ବଲ ଖେଳି ୪ ଛକା ମାରିବା ସହ ୨୫ ରନ୍ ସ୍କୋର କରିଥିଲେ ଯାହା। ପଞ୍ଜାବକୁ ଶେଷ ୫ ଓଭରରେ ୯୬ ରନ୍ ସଂଗ୍ରହ କରିବାରେ ସାହାୟକ ହୋଇଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଭିଜ୍ଞ ସ୍ପିନର ପୀୟୁଷ ଚାୱଲା ସର୍ବାଧିକ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଯିଏ ୩ ଓଭର ବୋଲିଂ କରି ୧୫ ରନ୍ ବ୍ୟୟରେ ୨ ୱିକେଟ୍ ନେଇଥିଲେ। ଜେସନ ବେହେରେଣ୍ଡର୍ଫ, କ୍ୟାମେରନ୍ ଗ୍ରୀନ୍, ଜୋଫ୍ରା ଆର୍ଚର ଏବଂ ଅର୍ଜୁନ ତେନ୍ଦୁଲକର ମଧ୍ୟ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। ଅର୍ଜୁନ ତେନ୍ଦୁଲକର ୩ ଓଭର ବୋଲି କରି ୪୮ ରନ୍ ବ୍ୟୟ କରିଥିବା ବେଳେ ବେହେରେଣ୍ଡର୍ଫ ସମାନ ଓଭରରେ ୪୧ ରନ୍ ବ୍ୟୟ କରିଥିଲେ। ସେହିପରି ଗ୍ରୀନ୍ ଏବଂ ଆର୍ଚର ୪-ଓଭର ବୋଲିଂ କରି ଯଥାକ୍ରମେ ୪୧ ଏବଂ ୪୨ ରନ୍ ବୟ କରିଥିଲେ। ଚାୱଲା ଇନିଂସର ଦଶମ ଓଭରରେ ପଞ୍ଜାବକୁ ଦୁଇଟି ଝଟକା ଦେଇଥିଲେ। ଲିଆମ୍ ଲିଭିଙ୍ଗଷ୍ଟୋନ୍ (୧୨ ବଲରେ ୧୦ ରନ୍) ଷ୍ଟମ୍ପ୍ ହୋଇଥିବାବେଳେ ତାୟଡେ ୱିକେଟ୍ ସହ ବ୍ୟାଟ ପିଟି ଦେଇଥିଲେ।

ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଦଳର ବୋଲର ଗ୍ରୀନ୍, ଇନିଂସର ତୃତୀୟ ଓଭରରେ ଚୌକା ଖାଇବା ସତ୍ତ୍ୱେ ମାଥ୍ୟୁ ସର୍ଟଙ୍କୁ (୧୦ ବଲରେ ୧୧ ରନ୍) ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଅର୍ଜୁନ ପ୍ରଭାସୀମ୍ରନଙ୍କ ୱିକେଟ ଦଖଲ କରିଥିଲେ। ଯିଏ ତାୟଡେଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୨୫ ବଲରେ ୪୭ ରନର ପାଳି ଘୋଷଣା କରିଥିଲେ। ଇନିଂସର ୧୬ ତମ ଓଭରରେ ତେନ୍ଦୁଲକରଙ୍କ ସ୍ୱାଗତ ଛକା ସହିତ ହୋଇଥିଲା। ସାମ କରେନା ଓଭରରେ ଗୋଟିଏ ଚୌକା ମାରି ଷ୍ଟ୍ରାଇକ ଭାଟିଆଙ୍କୁ ଦେଇଥିଲେ। ଯିଏ ୧ ଛକା ଏବଂ ୨ ଚୌକା ମାରିଥିଲେ। ପଞ୍ଜାବ ଏହି ଓଭରରେ ୩୧ ରନ୍ ସଂଗ୍ରହ କରିଥିଲା। ଯାହା ଚଳିତ ସିଜିନର ସବୁଠାରୁ ମହଙ୍ଗା ଓଭରରେ ଅନ୍ତର୍ଭୂକ୍ତ ହୋଇଛି। ଏହିପରି ଭାବରେ ଅର୍ଜୁନ ମୁମ୍ବାଇ ପାଇଁ ଏକ ଓଭରରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ। କରେନ୍ ଚଳିତ ସଂସ୍କରଣରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି ୧୯ ତମ ଓଭରରେ ଆର୍ଚରଙ୍କ ବିପକ୍ଷରେ ୨  ଚୌକା ମାରିଥିଲେ।