BBL: କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଧରିଲେ ଏପରି ଅସମ୍ଭବ କ୍ୟାଚ୍, କେହି ସ୍ୱପ୍ନରେ ବି ଭାବି ନଥିବେ; ଦେଖନ୍ତୁ ଭିଡିଓ
Advertisement

BBL: କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଧରିଲେ ଏପରି ଅସମ୍ଭବ କ୍ୟାଚ୍, କେହି ସ୍ୱପ୍ନରେ ବି ଭାବି ନଥିବେ; ଦେଖନ୍ତୁ ଭିଡିଓ

Michael Neser Controversial Catch:  ମାଇକେଲ୍ ନେସର ଏହି କ୍ୟାଚ୍ ଧରିବା ପାଇଁ ୨ରୁ ୩ ମିଟର ସୀମା ବାହାରେ ଯାଇଥିଲେ ଓ ତା’ପରେ ସୀମା ବାହାରେ ବଲକୁ ଦୁଇଥର ପବନରେ ବାଉନ୍ସ କରି ଭୂମି ଭିତରକୁ ଆଣିଥିଲେ ଏବଂ ପରେ କ୍ୟାଚ୍ ପୂରା କରିଥିଲେ । ମାଇକେଲ ନେସରଙ୍କ ଏହି କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

BBL: କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଧରିଲେ ଏପରି ଅସମ୍ଭବ କ୍ୟାଚ୍, କେହି ସ୍ୱପ୍ନରେ ବି ଭାବି ନଥିବେ; ଦେଖନ୍ତୁ ଭିଡିଓ

Michael Neser Controversial Catch: ରବିବାର ସିଡନୀ ସିକ୍ସର୍ସ (Sydney Sixers) ଓ ବ୍ରିସବେନ୍ ହିଟ୍ (Brisbane Heat) ମଧ୍ୟରେ ଖେଳାଯାଇଥିବା ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ (BBL) ରେ କିଛି ଏପରି ଘଟିଛି, ଯାହା ଆଜି ପର୍ଯ୍ୟନ୍ତ କ୍ରିକେଟ୍ ପଡ଼ିଆରେ ଦେଖାଯାଇ ନଥିଲା । କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଏପରି କ୍ୟାଚ୍ ଧରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କେହି ନିଜ ସ୍ୱପ୍ନରେ ମଧ୍ୟ ଭାବି ନଥିବେ । ପ୍ରକୃତରେ ଏହି ମ୍ୟାଚ୍‌ରେ ବ୍ରିସବେନ୍‌ ହିଟ୍‌ର ଫିଲ୍ଡର ମାଇକେଲ ନେସର (Michael Neser) ଙ୍କ କ୍ୟାଚ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଇକେଲ୍ ନେସର (Michael Neser) ଏହି କ୍ୟାଚ୍ ଧରିବା ପାଇଁ ୨ରୁ ୩ ମିଟର ସୀମା ବାହାରେ ଯାଇଥିଲେ ଓ ତା’ପରେ ସୀମା ବାହାରେ ବଲକୁ ଦୁଇଥର ପବନରେ ବାଉନ୍ସ କରି ଭୂମି ଭିତରକୁ ଆଣିଥିଲେ ଏବଂ ପରେ କ୍ୟାଚ୍ ପୂରା କରିଥିଲେ । ମାଇକେଲ ନେସରଙ୍କ ଏହି କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି କ୍ୟାଚକୁ ନେଇ ଏକ ବିବାଦ ମଧ୍ୟ ଦେଖାଦେଇଛି ଯେ ଏହି କ୍ୟାଚ୍ ଧରିବା ଆଇନଗତ କି ନୁହେଁ, କାରଣ ଫିଲ୍ଡର ସୀମା ବାହାରେ ଯାଇ ବଲକୁ ଦୁଇଥର ପବନରେ ବାଉନ୍ସ କରି ପରେ ଭିତରକୁ ଆସି କ୍ୟାଚ୍ ଧରାଯାଇଥିଲା ।

ରବିବାର  ସିଡନୀ ସିକ୍ସର୍ସ ଓ ବ୍ରିସବେନ୍ ହିଟ୍ (Brisbane Heat) ମଧ୍ୟରେ ଖେଳାଯାଇଥିବା ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ (Big Bash League) ରେ ସିଡନୀ ସିକ୍ସର୍ସ (Sydney Sixers) ବ୍ୟାଟ୍ସମ୍ୟାନ୍ ଜୋର୍ଡାନ ସିଲ୍କ (Jordan Silk) ଭଲ ବ୍ୟାଟିଂ କରୁଥିଲେ, ଜୋର୍ଡାନ ସିଲ୍କ (Jordan Silk) ୨୩ଟି ବଲରେ ୪୧ ରନ୍ ସଂଗ୍ରହ କରିଥିଲେ । ଜୋର୍ଡାନ ସିଲ୍କ (Jordan Silk) ଆହୁରି ବିପଜ୍ଜନକ ହେବା ପୂର୍ବରୁ ମାଇକେଲ ନେସର (Michael Neser) ୧୯ ତମ ଓଭରର ଦ୍ୱିତୀୟ ବଲରେ ଏକ ଅସମ୍ଭବ କ୍ୟାଚ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ:-'ରୋହିତ-ବିରାଟଙ୍କଠୁ ବିଶ୍ୱକପ ଜିତିବାର ଆଶା ରଖିବା ବେକାର', ଜାଣନ୍ତୁ କାହିଁକି ଏପରି କହିଲେ କପିଲ ଦେବ

ଅଧିକ ପଢ଼ନ୍ତୁ:-ମହାଡିଲରୁ ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ଆୟ କରିବେ ରୋନାଲ୍ଡୋ! ପଛକୁ ରହିଗଲେ ମେସି-ଏମ୍ବାପେ

ଅଧିକ ପଢ଼ନ୍ତୁ:-ଯେଉଁଠି ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା, ସେଠାରେ ନଥିଲା ଖାଲ! ତେବେ କେମିତି ହେଲା ଦୁର୍ଘଟଣା, ପଢ଼ନ୍ତୁ ପୂରା ଖବର

ସିଡନୀ ସିକ୍ସର୍ସ (Sydney Sixers) ର ଇନିଂସର ୧୯ ତମ ଓଭରର ଦ୍ୱିତୀୟ ବଲରେ ଜୋର୍ଡାନ ସିଲ୍କ (Jordan Silk) ଏକ୍ସଟ୍ରା କଭର ଆଡକୁ ପବନରେ ଏକ ସଟ୍ ଖେଳିଥିଲେ, ଯେଉଁଠାରେ ବ୍ରିସବେନ୍ ହିଟ୍ (Brisbane Heat) ର ଫିଲ୍ଡର ମାଇକେଲ ନେସର (Michael Neser) ୨ରୁ ୩ ମିଟର  ସୀମା ବାହାରେ ଯାଇ ବଲକୁ ଦୁଇ ଥର ପବନରେ ବାଉନ୍ସ କରି ଡେଇ ଗ୍ରାଉଣ୍ଡ ଭିତରକୁ ଆସିଥିଲେ । ପରେ ପୂରା କ୍ୟାଚ୍ ଧରିଥିଲା । ଫଳରେ ଅମ୍ପାୟାର ଜୋର୍ଡାନ ସିଲ୍କଙ୍କୁ ଆଉଟ୍ ଦେଇଥିଲେ ।