Womens World Boxing Championship: ମଙ୍ଗୋଲିଆ ବକ୍ସରକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ବକ୍ସର ନିତୁ ଗଙ୍ଘାସ
Advertisement

Womens World Boxing Championship: ମଙ୍ଗୋଲିଆ ବକ୍ସରକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ବକ୍ସର ନିତୁ ଗଙ୍ଘାସ

Nitu Ghanghas Wins Gold: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନିତୁ ଗଙ୍ଗାସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୪୮ କିଲୋଗ୍ରାମ ଓଜନ ବର୍ଗରେ ନିତୁ ଗଙ୍ଗାସ ମୋଙ୍ଗୋଲିଆର ଲୁଟସେଖାନ୍ ଆଲଟେଙ୍ଗସେଙ୍ଗଙ୍କୁ ୫-୦ ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି ।

ସୌ: ସୋସିଆଲ ମିଡିଆ

Nitu Ghanghas: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‌ରେ ଭାରତୀୟ ବକ୍ସର ନିତୁ ଗଙ୍ଘାସ (Nitu Ghanghas) ସ୍ୱର୍ଣ୍ଣ ପଦକ (Gold Medal) ଜିତିଛନ୍ତି । ୪୮ କିଲୋଗ୍ରାମ ଓଜନ ବର୍ଗରେ ନିତୁ ଗଙ୍ଘାସ ମୋଙ୍ଗୋଲିଆର ଲୁଟସେଖାନ ଆଲଟେଙ୍ଗସେଙ୍ଗଙ୍କୁ ପରାସ୍ତ କରିଛନ୍ତି । ଭାରତୀୟ ବକ୍ସର ଏହି ମ୍ୟାଚକୁ ୫-୦ରେ ଜିତିଥିଲେ । ଏହାପୂର୍ବରୁ ଶନିବାର ଦିନ ନିତୁ ଗଙ୍ଗାସ ସେମିଫାଇନାଲ ମ୍ୟାଚରେ କାଜାକସ୍ତାନର ବକ୍ସରଙ୍କୁ ପରାସ୍ତ କରିଥିଲେ । ଏଥି ସହିତ,ଆଜି ଭାରତର ଆକାଉଣ୍ଟରେ ଆଉ ଏକ ସ୍ୱର୍ଣ୍ଣ ପଦକ ଆସିପାରେ ।

ନିତୁ ଗଙ୍ଘାସ​ଙ୍କ ପରେ ସ୍ଵିଟି ବୁରାଙ୍କ ଠାରୁ ଭାରତକୁ ସ୍ୱର୍ଣ୍ଣ ପଦକର ଆଶା
ନିତୁ ଗଙ୍ଘାସ​ଙ୍କ ପରେ ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ଆଖି ସ୍ଵିଟି ବୁରାଙ୍କ ଉପରେ ରହିବ । ବାସ୍ତବରେ, ସ୍ଵିଟି ବୁରାଙ୍କ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି । ଭାରତୀୟ ବକ୍ସର ସ୍ଵିଟି ବୁରାଙ୍କ ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ଏହିପରି, ନିତୁ ଗଙ୍ଘାସ​ଙ୍କ ପରେ ଭାରତର ଆକାଉଣ୍ଟରେ ଆଉ ଏକ ସ୍ୱର୍ଣ୍ଣ ପଦକ ଆସିପାରେ । ଯେତେବେଳେ କି, ରବିବାର ଅର୍ଥାତ୍ ୨୬ ମାର୍ଚ୍ଚରେ, ସମସ୍ତ ନିଖତ ଜରିନ୍ ଓ ଲୋଭଲିନା ବୋରେଗାନଙ୍କ ଉପରେ ମଧ୍ୟ ରହିବ ।

fallback

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଖତ ଜରିନ୍ ଓ ଲୋଭଲିନା ବୋରହାଗେନ୍ ପହଞ୍ଚିଛନ୍ତି । ମାର୍ଚ୍ଚ ୨୬ ରେ ଫାଇନାଲରେ ନିଖତ୍ ଜରିନ୍ ଓ ଲୋଭଲିନା ବୋରହାଗେନ୍ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହିପରି, ୪ ଜଣ ଭାରତୀୟ ବକ୍ସର ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ । ନିତୁ ଗଙ୍ଗାସଙ୍କ ବ୍ୟତୀତ ସ୍ଵିଟି ବୁରା, ନିଖତ ଜରିନ୍ ଓ ଲୋଭଲିନା ବୋରହେଗାନ୍ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ନିତୁ ଗଙ୍ଗାସ ସ୍ୱର୍ଣ୍ଣ ପଦକ ଭାରତ ଖାତାରେ ପ୍ରଥମେ ଆଣି ଦେଇଛନ୍ତି । ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ଆଖି ମଧ୍ୟ ସ୍ଵିଟି ବୁରା, ନିଖତ୍ ଜରିନ୍ ଓ ଲୋଭଲିନା ବୋରହେଗାନ୍ ଉପରେ ରହିବ । ଉଲ୍ଲେଖନୀୟ କଥା ହେଉଛି, ମୋଙ୍ଗୁଲିଆର ଲୁଟସେଖାନ ଆଲଟେଙ୍ଗସେଙ୍ଗଙ୍କୁ ୫-୦ରେ ପରାସ୍ତ କରି ୪୮ କିଲୋଗ୍ରାମ ଓଜନ ବର୍ଗରେ ନିତୁ ଗଙ୍ଘାସ​ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏହା ବି ପଢ଼ନ୍ତୁ: ସିଗାରେଟ୍ କଥା ଛାଡନ୍ତୁ...ବିଡିକୁ ଇଂରାଜୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି? ଏବେବି ଅନେକ ଧନୀ ଲୋକ କାହିଁକି ଏହାକୁ ଟାଣନ୍ତି

ଏହା ବି ପଢ଼ନ୍ତୁ: Maci Currin: ଏ ହେଉଛନ୍ତି ଦୁନିଆର ସବୁଠୁ ଲମ୍ବା ଗୋଡ ଥିବା ଝିଅ, ଗିନିଜ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ରହିଛି ନାମ

ଏହା ବି ପଢନ୍ତୁ: Changes From 1st April 2023: ଗ୍ୟାସ୍ ମୂଲ୍ୟ ଠାରୁ ସୁନା କିଣା ପର୍ଯ୍ୟନ୍ତ, ୧ ଏପ୍ରିଲରୁ ପରିବର୍ତ୍ତନ ହେବ ଏସବୁ ନିୟମ, ଦେଖିରଖନ୍ତୁ ପୂରା ଲିଷ୍ଟ୍