ODI World Cup 2023: ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍; ଜାଣନ୍ତୁ କେଉଁ ଦିନ ଲଢ଼ିବେ ଭାରତ-ପାକିସ୍ତାନ
Advertisement

ODI World Cup 2023: ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍; ଜାଣନ୍ତୁ କେଉଁ ଦିନ ଲଢ଼ିବେ ଭାରତ-ପାକିସ୍ତାନ

India vs Pakistan ODI World Cup Match: ୧୫ ଅକ୍ଟୋବର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ପ୍ରଥମ ମ୍ୟାଚ୍ ୫ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ପରସ୍ପର ମୁହାଁମୁହିଁ ହେବେ ।

ସୌ: ସୋସିଆଲ ମିଡିଆ

ODI World Cup 2023: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଆଇପିଏଲ୍ ୨୦୨୩ (IPL 2023) ପରେ ଭାରତରେ ଦିନିକିଆ ବିଶ୍ୱକପ୍ (ODI World Cup 2023) ଆୟୋଜିତ ହେବ । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ର ଉଦଘାଟନୀ ତଥା ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଖେଳାଯିବ । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ୫ ଅକ୍ଟୋବରରୁ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ (New Zealand vs England) ମୁହାଁମୁହିଁ ହେବ । ରିପୋର୍ଟରେ କୁହାଯାଇଛି ଯେ ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

କେବେ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ  ମ୍ୟାଚ୍?
ଅକ୍ଟୋବରରୁ ନଭେମ୍ବରରେ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ ଯାଉଛି । ୧୫ ଅକ୍ଟୋବର (ରବିବାର ଦିନ) ରେ ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ମ୍ୟାଚ୍ ହେବାର ସମସ୍ତ ସମ୍ଭାବନା ଅଛି । କ୍ରିକବଜ୍ ଏହାର ରିପୋର୍ଟରେ ଏହା ମଧ୍ୟ ନିଶ୍ଚିତ କରିଛି ଯେ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି ।

୭ ବର୍ଷ ପରେ ପାକିସ୍ତାନ ଦଳ ଭାରତ ଆସିବ
ଆପଣଙ୍କୁ କହିରଖୁଛୁ ଯେ ୨୦୧୬ ମସିହାରେ ପାକିସ୍ତାନ ଦଳ ଭାରତକୁ ଆସିଥିଲେ । ୨୦୧୬ ଟି-୨୦ ବିଶ୍ୱକପ ସମୟରେ ପାକିସ୍ତାନର ଦଳ ଭାରତୀୟ ମାଟିକୁ ଆସିଥିଲେ । ଏବେ ୭ ବର୍ଷ ପରେ ପୁଣିଥରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ଦେଖିବାକୁ ମିଳିବ । ଏହି ମ୍ୟାଚ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

୧୦ ଟି ଦଳ ମଧ୍ୟରେ ହେବ ୪୮ ଟି ମ୍ୟାଚ୍ 
ଦିନିକିଆ ବିଶ୍ୱକପରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିବେ । ୪୮ ଟି ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ୱାନ୍ଖଡେ ଠାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ସମସ୍ତ ଦଳ ନଅଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଆୟୋଜକ ଭାରତ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଏହି ବଡ ଟୁର୍ନାମେଣ୍ଟ ପାଇଁ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି ।

ଶେଷ ଦୁଇଟି ସ୍ଥାନ ପାଇଁ ଏହି ଦଳ ମଧ୍ୟରେ ହେବ ମ୍ୟାଚ୍
ଦିନିକିଆ ବିଶ୍ୱକପ ପାଇଁ ୧୦ ଟି ଦଳ ମଧ୍ୟରୁ ୮ ଟି ଦଳ କନଫର୍ମ ହୋଇସାରିଛି । ଶେଷ ଦୁଇଟି ସ୍ଥାନ ପାଇଁ ଜିମ୍ବାୱେରେ ଜୁନ୍-ଜୁଲାଇରେ ଏକ ଯୋଗ୍ୟତା ଟୁର୍ଣ୍ଣା ମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ଦୁଇ ପୂର୍ବତନ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବ୍ୟତୀତ ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଆୟୋଜକ ଜିମ୍ବାୱେ ଏଥିରେ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟରୁ ଶେଷ ଦୁଇଟି ଦଳ ନିଶ୍ଚିତ ହେବ ।

ଏହା ବି ପଢ଼ନ୍ତୁ: CSK ର ଜବରଦସ୍ତ ପ୍ରଦର୍ଶନ ପଛରେ ରବି ଶାସ୍ତ୍ରୀ ଦେଲେ ଏକ ବଡ଼ କାରଣ, ଧୋନିଙ୍କୁ ନେଇ କହିଦେଲେ ଏହି ବଡ଼କଥା

ଏହା ବି ପଢ଼ନ୍ତୁ: VIDEO: କୋହଲିଙ୍କ ପିଠି ଥାପୁଡ଼ା, ସଚିନ ଠିଆ ହୋଇ ମାରିଲେ କରତାଳି; କିଛି ଏପରି ଥିଲା ସୁର୍ଯ୍ୟଙ୍କ ତୂଫାନୀ ଇନିଂସ