Odisha Female Cricketer Deadbody Found: ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1526756

Odisha Female Cricketer Deadbody Found: ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Rajashree Swain Deadbody Found: ୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା। ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନଥିଲା। ଘରକୁ ଯାଉଛି ବୋଲି କହି ଫେରିନଥିଲେ ରାଜଶ୍ରୀ । ଆଉ ଏବେ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଛି।

Odisha Female Cricketer Deadbody Found: ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Odisha Cricketer Deadbody Found: ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କ୍ରିକେଟର ରାଜଶ୍ରୀଙ୍କ ଶରୀର। ଆଠଗଡ଼ ବ୍ରାହ୍ମଣବସ୍ତା ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ସ୍କୁଟିଠାରୁ ୨୦୦ ମିଟର ଦୂରରେ ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଗତ ୧୧ ତାରିଖରୁ ନିଖୋଜ ଥିବା ରାଜଶ୍ରୀଙ୍କ ପରିବାର ଏକ ନିଖୋଜ ମାମଲା କରିଥିବା ବେଳେ ପୋଲିସ ଏନେଇ ଖୋଜାଖୋଜି ଜାରି ରଖିଥିଲା। ହେଲେ ଯାଞ୍ଚପରେ ରାଜଶ୍ରୀଙ୍କ ମୃତଦେହ ଜଙ୍ଗଲରୁ ମିଳିବା ପରେ ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କୁହାଯାଉଥିଲା ଚୟନ ଶିବିରକୁ ଆସି ଶିବିରରୁ ନିଖୋଜ ଥିଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ। 

ସୂଚନାନୁସାରେ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ବାଇଁ (Cricketer Rajashree Swain) ଗତ ୧୧ ରୁ ନିଖୋଜ ଥିବା ପରିବାର ଲୋକ କହିଥିଲେ।  ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା। ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନଥିଲା। ହେଲେ ଓଲନ୍ଦା ପାଖରୁ ତାଙ୍କର ବାଇକ୍ ଓ ହେଲମେଟ୍ ମିଳିଥିବାରୁ ପରିବାର ବର୍ଗଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏନେଇ ପରିବାର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବହୁ ଛାନଭିନ୍(Police Investigation) କରିବା ସହ ରାଜଶ୍ରୀଙ୍କ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା । ତେବେ ସ୍କୁଟିଠାରୁ ୨୦୦ ମିଟର ଦୂରରେ ମୃତଦେହ ଉଦ୍ଧାର କରିଛି ପୋଲିସ। 

ପୋଲିସ କହିବାକଥା, ପୁରୀ ଜିଲ୍ଲା (Puri District) ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ହେଉଛନ୍ତି ରାଜଶ୍ରୀ ସ୍ବାଇଁ। ପୁଦୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗ୍ୟାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ (Cricket Camp) ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଦୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରୀ ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। 

ସେପଟେ ପରିବାର ବର୍ଗଙ୍କ ଅଭିଯୋଗ ଏହି ତାଲିକାରୁ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ବାଦ୍ ପଡ଼ିବାରୁ ରାଜଶ୍ରୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଯୋଜନାବଦ୍ଧ ହତ୍ୟା ତାକୁ ନେଇ ଖୋଳତାଡ ଜାରି ରଖିଛି ପୋଲିସ।

Also Read: IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

Alsi Read: FIH Hockey Mens World Cup 2023: ସ୍ପେନ୍ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ, କୋଚ୍ କହିଲେ ଏହି ଖତରନାକ୍ ପ୍ଲାନ୍