Paris Olympics: ଭାରତୀୟ ହକି ଟିମକୁ ଝଟକା, ମ୍ୟାଚ୍‌ରୁ ବିଦା ଅମିତ ରୋହିଦାସ
Advertisement
Article Detail0/zeeodisha/odisha2367719

Paris Olympics: ଭାରତୀୟ ହକି ଟିମକୁ ଝଟକା, ମ୍ୟାଚ୍‌ରୁ ବିଦା ଅମିତ ରୋହିଦାସ

Paris Olympics: ଦ୍ୱିତୀୟ କ୍ୱାର୍ଟର ଖେଳାଯିବାର ଦ୍ୱିତୀୟ ମିନିଟରେ ବ୍ରିଟେନର ଖେଳାଳି ଆଟା କାଲନାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ଅମିତ ରୋହିଦାସ । ଠିକ୍ ସେହି ସମୟପରେ ଷ୍ଟିକ୍ କଲନାଲଙ୍କ ମୁଣ୍ଢରେ ପିଟି ହେବା କାରଣରୁ ସେ ଆହତ ହୋଇଥିଲେ । 

Paris Olympics: ଭାରତୀୟ ହକି ଟିମକୁ ଝଟକା, ମ୍ୟାଚ୍‌ରୁ ବିଦା ଅମିତ ରୋହିଦାସ

Paris Olympics: ଭାରତୀୟ ହକି ଟିମକୁ ଭଲ ପାଉଥିବା ତଥା ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର । କାରଣ ଏକ ଝଟକା ଖାଇଛି ଭାରତୀୟ ହକି ଟିମ୍ । ଗ୍ରେଟ ବ୍ରିଟେନ ବିପକ୍ଷରେ ଖେଳାଯାଉଥିବା କ୍ୱାର୍ଟର ଫାଇନାଲରେ ଅମିତ ରୋହିଦାସ ମ୍ୟାଚ ଅଧାରୁ ବିଦା ହୋଇଥିବା ଖବର ଆସିଛି । ଅମିତଙ୍କୁ ରେଡ୍ କାର୍ଡ ମିଳିବା କାରଣରୁ ତାଙ୍କୁ ନିରାଶ ହେବାକୁ ପଡିଛି । 

ସୂଚନାଯୋଗ୍ୟ, ଦ୍ୱିତୀୟ କ୍ୱାର୍ଟର ଖେଳାଯିବାର ଦ୍ୱିତୀୟ ମିନିଟରେ ବ୍ରିଟେନର ଖେଳାଳି ଆଟା କାଲନାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ଅମିତ ରୋହିଦାସ । ଠିକ୍ ସେହି ସମୟପରେ ଷ୍ଟିକ୍ କଲନାଲଙ୍କ ମୁଣ୍ଢରେ ପିଟି ହେବା କାରଣରୁ ସେ ଆହତ ହୋଇଥିଲେ । ଓଡ଼ିଆ ପୁଅ ଅମିତ ଜାଣିସୁଣି ଏପରି କରିଥିବା ହୃଦୟଙ୍ଗମ କରିବା ପରେ ଅମିତଙ୍କୁ ରେଡ୍ କାର୍ଡ ଦେଖାଇଥିଲେ ରେଫରୀ । ଏଥିସହ ଏହାକୁ ବିପଦପୂର୍ଣ୍ଣ ଟ୍ୟାକେଲ ବୋଲି ବିବେଚନା କରାଯାଇଥିଲା । ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ଏହାକୁ ବିରୋଧ କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ତେଣୁ ଅମିତ ରୋହିଦାସଙ୍କୁ ପଡିଆ ଛାଡିବାକୁ ପଡିଥିଲା ।

ଏହାପରେ ଭାରତୀୟ ହକି ଟିମ୍ ମାତ୍ର ୧୦ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥିଲା । ମ୍ୟାଚ ଆରମ୍ଭ ହେବାର ୨୨ ମିନିଟରେ ପ୍ରଥମେ ହରମନପ୍ରୀତ ସିଂହ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ ।  ଦ୍ୱିତୀୟ କ୍ୱାର୍ଟରରେ ବ୍ରିଟେନ ଟିମ୍ ଗୋଲ ସ୍କୋର କରି ପୁଣି ସ୍ଥିତିକୁ ସମାନ କରିଦେଇଥିଲା ।

Also Read- Rajyog: ବୁଧ, ଶୁକ୍ର ଏବଂ ଶନିଙ୍କ ପ୍ରଭାବରୁ ରାଜଯୋଗ, ୩ ରାଶିରେ ଧନ ଅଜାଡିବେ କୁବେର

Also Read- ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !