Pele Passes Away: ଜାଣନ୍ତି କି ପେଲେଙ୍କ ପାଇଁ କାହିଁକି ୪୮ ଘଣ୍ଟା ଧରି ବନ୍ଦ ଥିଲା ଏହି ଯୁଦ୍ଧ
Advertisement
Article Detail0/zeeodisha/odisha1507242

Pele Passes Away: ଜାଣନ୍ତି କି ପେଲେଙ୍କ ପାଇଁ କାହିଁକି ୪୮ ଘଣ୍ଟା ଧରି ବନ୍ଦ ଥିଲା ଏହି ଯୁଦ୍ଧ

Pele Passes Away Update: ମାତ୍ର ୧୭ ବର୍ଷ ବୟସରେ ପେଲେ ୧୯୫୮ ରେ ନିଜର ପ୍ରଥମ ବିଶ୍ୱକପ୍ ଜିତିବା ପରେ ବ୍ରାଜିଲ ର ଚିତ୍ରକୁ ପୁରା ବଦଳାଇଦେଇଥିଲେ। ୧୯୭୭ ମସିହାରେ କସ୍ମୋସର ଏସିଆ ଗସ୍ତରେ ମୋହନ ବାଗାନଙ୍କ ନିମନ୍ତ୍ରଣରେ ପେଲେ କୋଲକାତା ଆସିଥିଲେ। ପେଲେ ୨୦୧୫ ଓ ୨୦୧୮ରେ ପୁଣି ଭାରତ ଗସ୍ତରେ ଆସିଥିଲେ ।

Pele Passes Away: ଜାଣନ୍ତି କି ପେଲେଙ୍କ ପାଇଁ କାହିଁକି ୪୮  ଘଣ୍ଟା ଧରି ବନ୍ଦ ଥିଲା ଏହି ଯୁଦ୍ଧ

Pele Passes Away: ଫୁଟବଲ ଖେଳିବା ଯଦି ଏକ କଳା ତେବେ ପେଲେ ଙ୍କ କରି ବଡ଼ କଳାକାର ବୋଧ ହୁଏ ଦୁନିଆରେ କେହିନଥିବେ। ତିନୋଟି ବିଶ୍ୱକପ ବିଜେତା, ୭୮୪ ମାନ୍ୟ ଗୋଲ୍ ଓ ସାରା ଦୁନିଆରେ ଥିବା ଫୁଟବଲ ପ୍ରେମୀଙ୍କ ପାଇଁ ପ୍ରେରଣା ଥିଲେ ପେଲେ। ସେ ତାଙ୍କ ଉପଲବ୍ଧି ପାଇଁ ପୁରା ବିଶ୍ୱରେ ପରିଚିତ। ତାଙ୍କ ପାଇଁ ସାରା ବିଶ୍ୱ ମଧ୍ୟ ଗର୍ବିତ।  ଯଦି ସେମିତି ଦେଖିବା ସେ ନିଜ ଜୀବନ କାଳ ମଧ୍ୟରେ ୧୨୦୦ରୁ ଅଧିକ ଗୋଲ ଦେଇଛନ୍ତି ହେଲେ ଫିପା ତାଙ୍କୁ ୭୮୪ ଗୋଲର ମାନ୍ୟତା ଦେଇଛି। ଖେଳ ଜଗତରେ ପେଲେ ଏମିତି ଜଣେ ଖେଳାଳି ଥିଲେ ଯାହାଙ୍କର ଖେଳିବା ତରିକାର କୌଣସି ସୀମା ରହିନଥିଲା। 

Edson Arantes do Nascimento ବା ପେଲେ ଙ୍କ ଜନ୍ମ ୧୯୪୦ ମସିହାରେ ହୋଇଥିଲା । ସେ ଫୁଟବଲ ଖେଳକୁ ଲୋକପ୍ରିୟତା କ୍ଷେତ୍ରକୁ ନେଇ ଏକ ଚରମସୀମାରେ ପହଞ୍ଚାଇଥିବା ଦିଗଜ୍ଜଙ୍କ ମଧ୍ୟରୁ ଜଣେ। ତାଙ୍କ ଲୋକପ୍ରିୟତା ଏତେ ଥିଲା ଯେ, ୧୯୭୭ ମସିହାରେ ଯେତେବେଳେ ସେ କୋଲକାତା ଆସିଥିଲା ସାରା ସହର ଯେମିତି ଥମି ଯାଇଥିଲା କେବଳ ତାଙ୍କ ଝଲକ ଟିକିଏ ପାଇବା ପାଇଁ। ଏହାବାଦ୍ ପେଲେ ୨୦୧୫ ଓ ୨୦୧୮ରେ ପୁଣି ଭାରତ ଗସ୍ତରେ ଆସିଥଇଲେ ।

ଭ୍ରଷ୍ଟାଚାର, ଦମନକାରୀ ସରକାର ଥିବା ଦେଶରେ ତାଙ୍କର ଜନ୍ମ ହୋଇଥିଲା। ମାତ୍ର ୧୭ ବର୍ଷ ବୟସରେ ପେଲେ ୧୯୫୮ ରେ ନିଜର ପ୍ରଥମ ବିଶ୍ୱକପ୍ ଜିତିବା ପରେ ବ୍ରାଜିଲ ର ଚିତ୍ରକୁ ପୁରା ବଦଳାଇଦେଇଥିଲେ। ସ୍ୱିଡେନରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ ରେ ସେ ଚାରୋଟି ମ୍ୟାଚରେ ୬ଟି ଗୋଲ୍ କରିଥିଲେ ଯେଉଁଥିରେ ଫାଇନାଲରେ ଦୁଇଟି ଗୋଲ ରହିଥିଲା । ବ୍ରାଜିଲକୁ ,ସେ ୫.୨ ସ୍କୋରରେ ବିଜୟର ସ୍ୱାଦ ଚଖାଇଥିଲେ । ଆଉ ଏହି ବିଜୟ ତାଙ୍କୁ ପୁରା ବିଶ୍ୱରେ ଖ୍ୟାତି ଦେଇଥିଲା।

ବିଶ୍ୱକପ ୧୯୭୦ ପୂର୍ବରୁ ତାଙ୍କୁ ରାଷ୍ଟ୍ରପତି ଏମିଲିଆ ଗାରାସ୍ତାଜୁ ମିଡିସିଙ୍କ ସହ ମଞ୍ଚ ରେ ଏକାଠି ଦେଖାଯାଇଥିଲା ଯିଏକି ବ୍ରାଜିଲର ଶାସନ ସମୟରେ ସବୁଠାରୁ ନିର୍ଦ୍ଦୟୀ ଲୋକ ଥିଲେ। ବ୍ରାଜିଲ ସେହି ବିଶ୍ୱକପ ଜିତିଥିଲା ​​ଯାହା ପେଲେଙ୍କ ତୃତୀୟ ବିଶ୍ୱକପ ମଧ୍ୟରେ ଗୋଟିଏ ଥିଲା । ବ୍ରାଜିଲର ଜଟିଳ ରାଜନୀତି ମଧ୍ୟରେ ମଧ୍ୟବିତ୍ତର ଜଣେ କଳା ଖେଳାଳି ବିଶ୍ୱ ଫୁଟବଲ ଦୃଶ୍ୟକୁ ଆସିଥିଲେ। ତାଙ୍କର ଏପରି ଲୋକପ୍ରିୟତା ଥିଲା ଯେ ୧୯୬୦ ଦଶକରେ ନାଇଜେରିଆ ଗୃହଯୁଦ୍ଧ ସମୟରେ ଯୁଦ୍ଧ ଦଳ ମଧ୍ୟରେ ୪୮ ଘଣ୍ଟିଆ ଚୁକ୍ତି ହୋଇଥିଲା । କାରଣ ଏହି ସମୟରେ ଲାଗୋସରେ ପେଲେଙ୍କ ମ୍ୟାଚ୍ ଦେଖିପାରିବେ।

୧୯୭୭ ମସିହାରେ କସ୍ମୋସର ଏସିଆ ଗସ୍ତରେ ମୋହନ ବାଗାନଙ୍କ ନିମନ୍ତ୍ରଣରେ ପେଲେ କୋଲକାତା ଆସିଥିଲେ। ସେମାନେ ଇଡେନ୍ ଗାର୍ଡେନ୍ସରେ ପ୍ରାୟ ଅଧ ଘଣ୍ଟା ଫୁଟବଲ୍ ଖେଳିଥିଲେ, ଯାହାକୁ ୮୦ ହଜାର ଦର୍ଶକ ଦେଖିଥିଲେ | ସେହି ମ୍ୟାଚ୍ ପରେ ମୋହନ ବାଗାନଙ୍କ ଭାଗ୍ୟ ବଦଳିଗଲା ଏବଂ ଦଳ ବିଜୟ ପଥକୁ ଫେରିଥିଲା । ଏହା ପରେ ସେ ୨୦୧୮ ରେ ଶେଷ ଥର ପାଇଁ କୋଲକାତା ଆସିଥିଲେ ଏବଂ ସେତେବେଳେ  ବି ପେଲେଙ୍କ ପାଇଁ କ୍ରେଜ୍ ଅଧିକ ବଢିଯାଇଥିଲା । 

Also Read: Rishabh Pant Car Accident: ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...