Prithvi Shaw: ବିବାହ କରିନେଲେ ପୃଥ୍ଵୀ ଶ! ଭାଲେଣ୍ଟାଇନ୍ସ ଡେ’ରେ ଦୁନିଆ ସାମ୍ନାରେ କଲେ ବଡ଼ ଘୋଷଣା, ଜାଣନ୍ତୁ କିଏ ସେହି ଭାଗ୍ୟବତୀ
Advertisement
Article Detail0/zeeodisha/odisha1571915

Prithvi Shaw: ବିବାହ କରିନେଲେ ପୃଥ୍ଵୀ ଶ! ଭାଲେଣ୍ଟାଇନ୍ସ ଡେ’ରେ ଦୁନିଆ ସାମ୍ନାରେ କଲେ ବଡ଼ ଘୋଷଣା, ଜାଣନ୍ତୁ କିଏ ସେହି ଭାଗ୍ୟବତୀ

Prithvi Shaw Wife: ପୃଥ୍ଵୀ ଶ'ର ସର୍ବ ଶେଷରେ ଅଭିନେତ୍ରୀ ନିଧି ତାପଡିଆଙ୍କ ସହ ତାଙ୍କର ସମ୍ପର୍କକୁ ନିଶ୍ଚିତ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ’ରେ ସେ ଏହାର ଘୋଷଣା କରିଛନ୍ତି ।

ସୌ: ସୋସିଆଲ ମିଡିଆ

Prithvi Shaw Wife: ପୃଥ୍ଵୀ ଶ' ଦୀର୍ଘ ଦିନର ବ୍ୟବଧାନ ପରେ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ସମୟରେ ଟିମ୍ ଇଣ୍ଡିଆକୁ (Team India) ଫେରିଥିଲେ । ଏହି ସିରିଜରେ ସେ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ । ଯଦିଓ ଏହି ଓପନର୍ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ବିଶ୍ୱ ଆଗରେ ନିଜର ପ୍ରେମର ଖୁଲାସା କରିଛନ୍ତି । ପୃଥ୍ଵୀ ଶ' ଆଜି ଅଭିନେତ୍ରୀ ନିଧି ତାପଡିଆଙ୍କ (Nidhi Tapadia) ସହ ନିଜ ଫଟୋ ସେୟାର କରିଥିଲେ । ଏହି ଫଟୋ ସହିତ ସେ କ୍ୟାପସନରେ ଏକ ଶବ୍ଦ ଲେଖିଥିଲେ 'Wifey' । ସେବେଠାରୁ ପ୍ରଶଂସକମାନେ ତାଙ୍କୁ ପଚାରୁଛନ୍ତି କି ସେ ବିବାହ କରି ନେଇଛନ୍ତି କି? ପ୍ରଶଂସକମାନେ ତାଙ୍କ ପ୍ରେମ ଜୀବନ ପାଇଁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହା ପରେ କ୍ରିକେଟର ସ୍ପଷ୍ଟୀକରଣ ଦେଇ ଲେଖିଥିଲେ ଯେ ସେ ଏହି ଫଟୋ ସେୟାର କରିନାହାଁନ୍ତି ।

ପୃଥ୍ଵୀ ଶ'ଙ୍କ ଭାଗ୍ୟବତୀ ନିଧି ତାପଡିଆ ଜଣେ ଅଭିନେତ୍ରୀ ଓ ସେ CID ସମେତ ଅନେକ ସୋ’ରେ ଅଭିନୟ କରି ସାରିଛନ୍ତି । ନିଧି ମଧ୍ୟ ବୃତ୍ତି ଅନୁଯାୟୀ ଏକ ମଡେଲ୍ ଓ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ପୃଥ୍ଵୀ ଓ ନିଧି ପ୍ରାୟତଃ ପରସ୍ପର ସହିତ ନଜର ଆସିଥାନ୍ତି କିନ୍ତୁ ଦୁହେଁ କେବେବି ସେମାନଙ୍କ ସମ୍ପର୍କକୁ ପୂର୍ବରୁ ନିଶ୍ଚିତ କରିନଥିଲେ ।

ବର୍ତ୍ତମାନ ପୃଥ୍ଵୀ ଶ' ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ତେବେ ପୃଥ୍ଵୀ ଶ' କିଛି ସମୟ ପରେ ନିଧିଙ୍କୁ ପତ୍ନୀ ଲେଖିଥିବା ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି । ସେ ଅନ୍ୟ ଏକ ଇନଷ୍ଟା ପୋଷ୍ଟ ସେୟାର କରି ଲେଖିଥିଲେ ଯେ କେହି ତାଙ୍କ ଆକାଉଣ୍ଟରୁ ଫଟୋ ଏଡିଟ୍ କରିଥିଲେ ଓ ଏହିପରି ଫଟୋ ସେୟାର କରିଥିଲେ ।

fallback

ନିଧି ତାପଡିଆଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ମଡେଲ । ସେ ଲୋକପ୍ରିୟ ସୋ CID ରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ସେ କିଛି ପଞ୍ଜାବୀ ଭିଡିଓ ମଧ୍ୟ କରିଛନ୍ତି । ନିଧି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ଓ ଗ୍ଲାମର ଓ ଫିଟନେସରେ ସେ ଅନେକ ଷ୍ଟାରଙ୍କୁ ପଛରେ ପକାଇଥାନ୍ତି । ଯଦିଓ କ୍ରିକେଟଙ୍କ ଏହି ପୋଷ୍ଟ ପରେ ସେ ନିଜ ଇନଷ୍ଟା ଆକାଉଣ୍ଟକୁ ପ୍ରାଇଭେଟ୍ କରି ନେଇଛନ୍ତି ।

ଏହା ବି ପଢ଼ନ୍ତୁ: IND vs AUS: ଦ୍ୱିତୀୟ ଟେଷ୍ଟରେ ଏହି 11 ଖେଳାଳିଙ୍କ ସହ ପଡିଆକୁ ଓହ୍ଲାଇବେ ରୋହିତ, ଜାଣନ୍ତୁ କେ.ଏଲ୍ ରାହୁଲଙ୍କ ସହିତ କ’ଣ ହେବ?

ଏହା ବି ପଢ଼ନ୍ତୁ: INDW vs PAKW: ଭାରତ-ପାକିସ୍ତାନ ମ୍ୟାଚରେ ଅମ୍ପାୟାର କରିଥିଲେ ଏକ ସାଙ୍ଘାତିକ ଭୁଲ୍, ଆପଣ ଜାଣିଲେ ମଧ୍ୟ ମୁଣ୍ଡରେ ହାତ ଦେବେ!