Prithvi Shaw: ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା
Advertisement

Prithvi Shaw: ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

Prithvi Shaw: ପୃଥ୍ୱୀ ଶ' ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବଡ଼ କଥା କହିଛନ୍ତି । ପୃଥ୍ୱୀ ଶ' ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଆସୁଛନ୍ତି । କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦେଉନାହାଁନ୍ତି । ତାଙ୍କର ଦମଦାର୍ ପ୍ରଦର୍ଶନକୁ ଅଣଦେଖା କରାଯାଉଛି ।

Prithvi Shaw: ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

Prithvi Shaw Instagram Post: ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତା ଭାରତୀୟ ଦଳ ଘୋଷଣା କରିଛନ୍ତି । ଏଥିପାଇଁ ଅନେକ ଯୁବ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । କିନ୍ତୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଟିମ୍ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି । ଏହା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବଡ଼ କଥା କହିଛନ୍ତି । ପୃଥ୍ୱୀ ଶ' ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଆସୁଛନ୍ତି । କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦେଉନାହାଁନ୍ତି । ତାଙ୍କର ଦମଦାର୍ ପ୍ରଦର୍ଶନକୁ ଅଣଦେଖା କରାଯାଉଛି ।

ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସ୍ଥାନ ନ ପାଇବାରୁ ପୃଥ୍ୱୀ ଶ'ଙ୍କ ହୃଦୟର ଯନ୍ତ୍ରଣା ସାମ୍ନାକୁ ଆସିଛି । ସାଇ ବାବାଙ୍କ ଫଟୋରେ ପୃଥ୍ୱୀ ଶ' ହାତ ଯୋଡ଼ି ଲେଖିଛନ୍ତି ଯେ, "ଆଶା କରୁଛି ଆପଣ ସାଇ ବାବା ସବୁକିଛି ଦେଖୁଛନ୍ତି ।" ଫ୍ୟାନ୍ସମାନେ ପୃଥ୍ୱୀ ଶ'ଙ୍କ ଏହି ପୋଷ୍ଟକୁ ଟିମ୍ ଇଣ୍ଡିଆରେ ଚୟନ ହୋଇନଥିବା ସହ ଯୋଡ଼ି ଦେଖୁଛନ୍ତି । ପୃଥ୍ୱୀ ଶ' ତିନିଟି ଫର୍ମାଟରେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ୫ଟି ଟେଷ୍ଟ ମ୍ୟାଚରେ ୩୩୯ ରନ୍ କରିଥିବାବେଳେ ୬ଟି ଏକ ଦିବସୀୟରେ ୧୮୯ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ପୃଥ୍ୱୀ ଶ' କେବଳ ଗୋଟିଏ ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଓ ଏହି ମ୍ୟାଚରେ ଖାତା ଖୋଲିପାରିନଥିଲେ । 

fallback

ଏହା ବ୍ୟତୀତ ପୃଥ୍ୱୀ ଶ' ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳନ୍ତି । ସେ ୬୩ଟି ଆଇପିଏଲ୍ ମ୍ୟାଚରେ ୧୫୮୮ ରନ୍ ସଂଗ୍ରହ କରିଛନ୍ତି । ଖରାପ ଫର୍ମ ଯୋଗୁଁ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାରକୁ ଯିବାକୁ ପଡ଼ିଥିଲା । ପୃଥ୍ୱୀ ଶ' ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ପୃଥ୍ୱୀ ଶ' ବର୍ତ୍ତମାନ ଜୋରଦାର ଫର୍ମରେ ଅଛନ୍ତି, ନିକଟରେ ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ODI ରେ ଏହି ଖେଳାଳି ଦ୍ରୁତ ଅର୍ଦ୍ଧଶତକ ସହ ୭୭ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହାସହ ପୃଥ୍ୱୀ ଶ' ଦିଲୀପ ଟ୍ରଫି ୨୦୨୨ର ସେମିଫାଇନାଲରେ ସେଣ୍ଟାଲ ଜୋନ ବିରୋଧରେ ପ୍ରଥମ ଇଂନିସରେ ୬୦ ଓ ଦ୍ୱିତୀୟ ଇଂନିସରେ ୧୪୦ ରନର ଚମତ୍କାର ଇଂନିସ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ୧୧୫ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

ଅଧିକ ପଢ଼ନ୍ତୁ:-ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା

ଅଧିକ ପଢ଼ନ୍ତୁ:-ଜିମ୍ବାୱେ କ୍ରିକେଟର ଅବସ୍ଥା ଅତ୍ୟନ୍ତ ଖରାପ, ଖେଳାଳିଙ୍କୁ ମିଳିଥାଏ କେବଳ ଏତିକି ଟଙ୍କା! ଜାଣି ଆପଣ ବି ହେବେ ଚକିତ

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।