ରାଜକୋଟରେ ଇତିହାସ ରଚିଲେ ରବି ଅଶ୍ୱିନ, ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେଇ କଲେ ଏହି ବଡ଼ ରେକର୍ଡ
Advertisement
Article Detail0/zeeodisha/odisha2113648

ରାଜକୋଟରେ ଇତିହାସ ରଚିଲେ ରବି ଅଶ୍ୱିନ, ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେଇ କଲେ ଏହି ବଡ଼ ରେକର୍ଡ

Ravi Ashwin 500 Test Wickets: ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟର ମାର୍କ ଛୁଇଁଛନ୍ତି। ଭାରତୀୟ ଅଫ୍ ସ୍ପିନର ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରୋଲିଙ୍କୁ ଆଉଟ୍ କରି ଟେଷ୍ଟ ଫର୍ମାଟରେ ଏହି ସଫଳତା ହାସଲ କରିଛନ୍ତି।

 

Ravichandran Ashwin

Ravichandran Ashwin 500 Wickets Test Cricket: ଟିମ୍ ଇଣ୍ଡିଆର ସ୍ପିନର ରବି ଅଶ୍ୱିନ୍ ରାଜକୋଟ ଟେଷ୍ଟରେ ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ଅଙ୍କ ଛୁଇଁଛନ୍ତି। ରବି ଅଶ୍ୱିନ୍ ୯୮ଟି ମ୍ୟାଚ୍ ରେ ୫୦୦ ୱିକେଟ୍ ନେଇ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଭାରତୀୟ ଅଫ୍ ସ୍ପିନର ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରୋଲିଙ୍କୁ ଆଉଟ୍ କରି ଟେଷ୍ଟ ଫର୍ମାଟରେ ଏହି ସଫଳତା ହାସଲ କରିଛନ୍ତି। ଏହିପରି ଭାବରେ ରବି ଅଶ୍ୱିନ୍ ଦ୍ୱିତୀୟ ଭାରତୀୟ ବୋଲର ହୋଇ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେଇଛନ୍ତି। ଏହାପୂର୍ବରୁ ପୂର୍ବତନ ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ ଏହି ସଫଳତା ହାସଲ କରିଥିଲେ।

ଏହି ଭେଟେରାନଙ୍କ ତାଲିକାରେ ଯୋଗ ଦେଲେ ରବି ଅଶ୍ୱିନ୍ 
ଏଥି ସହିତ ରବି ଅଶ୍ୱିନ ଟେଷ୍ଟରେ ୫୦୦ ୱିକେଟ୍ ନେଇଥିବା ନବମ ବୋଲର ହୋଇଛନ୍ତି। ଟେଷ୍ଟ ଫର୍ମାଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ୍ ଶୀର୍ଷରେ ଅଛନ୍ତି। ମୁରଲୀଧରନଙ୍କ ନାମରେ ୮୦୦ ଟେଷ୍ଟ ୱିକେଟ୍ ରହିଛି। ଏହା ପରେ ଅଷ୍ଟ୍ରେଲିଆର ପୂର୍ବତନ ଭେଟେରାନ ସେଣ୍ଣ ୱାର୍ନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୪୫ ଟେଷ୍ଟ ମ୍ୟାଚରେ ସେର୍ଣ୍ଣ ୱାର୍ନଙ୍କ ନାମରେ ୭୦୮ ୱିକେଟ ରହିଛି। ଏହା ପରେ ଜିମି ଆଣ୍ଡରସନ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଭେଟେରାନ ଅନିଲ କୁମ୍ବଲେ ଚତୁର୍ଥ ସ୍ଥାନରେ ଅଛନ୍ତି। ଜିମି ଆଣ୍ଡରସନ ଏବଂ ଅନିଲ କୁମ୍ବଲେ ଯଥାକ୍ରମେ ୬୯୫ ଏବଂ ୬୧୯ ୱିକେଟ୍ ନେଇଛନ୍ତି।

ଏହା ପରେ ଷ୍ଟୁଆର୍ଟ ବ୍ରଡ, ଗ୍ଲେନ ମ୍ୟାକଗ୍ରାଥ, କୋର୍ଟନି ୱାଲଶ ଏବଂ ନାଥାନ ଲିଅନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଯଦି ଆମେ ରବି ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ସେ ୯୮ଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟ ମ୍ୟାଚରେ ରବି ଅଶ୍ୱିନ ୫୦୦ ୱିକେଟ୍ ପାଇ ସାରିଛନ୍ତି। ଏହି ଭାରତୀୟ ଭେଟେରାନ ଟେଷ୍ଟ ମ୍ୟାଚରେ ୩୪ ଥର ଏକ ଇନିଂସରେ ୫ ୱିକେଟ୍ ନେଇ ସଫଳତା ହାସଲ କରିଛି। ଏହା ବ୍ୟତୀତ ସେ ୮ ଥର ମ୍ୟାଚରେ ୧୦ ଟି ୱିକେଟ୍ ନେଇଛନ୍ତି।