Rishabh Pant Health Update: କେମିତି ରହିଛି ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା, ରୋହିତ ଶର୍ମା ବି ଡାକ୍ତରଙ୍କ ସହ ହେଲେ କଥା; ଜାଣନ୍ତୁ ତାଜା ସ୍ୱାସ୍ଥ୍ୟ ଅପଡେଟ୍
Advertisement
Article Detail0/zeeodisha/odisha1509824

Rishabh Pant Health Update: କେମିତି ରହିଛି ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା, ରୋହିତ ଶର୍ମା ବି ଡାକ୍ତରଙ୍କ ସହ ହେଲେ କଥା; ଜାଣନ୍ତୁ ତାଜା ସ୍ୱାସ୍ଥ୍ୟ ଅପଡେଟ୍

Rishabh Pant Health Update:  ଶୁକ୍ରବାର ସକାଳେ ଅର୍ଥାତ ଡିସେମ୍ୱର ୩୦ରେ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । 

Rishabh Pant Health Update: କେମିତି ରହିଛି ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା, ରୋହିତ ଶର୍ମା ବି ଡାକ୍ତରଙ୍କ ସହ ହେଲେ କଥା; ଜାଣନ୍ତୁ ତାଜା ସ୍ୱାସ୍ଥ୍ୟ ଅପଡେଟ୍

Rishabh Pant Health Update: ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ଟିମ୍ ଇଣ୍ଡିଆ (Team India) ର ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ (Rishabh Pant) ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ୨୫ ବର୍ଷୀୟ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଦିଲ୍ଲୀ-ଦେହରାଡୁନ୍ ରାଜପଥ ସ୍ଥିତ ରୋଡ୍ ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଅନେକ ଆଘାତ ଲାଗିଛି । ମ୍ୟାକ୍ସ ହସ୍ପିଟାଲରେ ଋଷଭ ପନ୍ତଙ୍କ ମା' ସରୋଜ ପନ୍ତ ଓ ଲଣ୍ଡନରୁ ଆସିଥିବା ଭଉଣୀ ସାକ୍ଷୀ ତାଙ୍କ ଅଛନ୍ତି । ବର୍ତ୍ତମାନ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସର୍ବଶେଷ ଅପଡେଟ୍ ସାମ୍ନାକୁ ଆସିଛି ।

ସର୍ବଶେଷ ଅପଡେଟ୍ ଅନୁଯାୟୀ, ଋଷଭ ପନ୍ତ (Rishabh Pant) ଙ୍କ ଅବସ୍ଥାରେ ବହୁତ ସୁଧାର ହୋଇଛି ଓ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ଯଦିଓ ସେ ଆଇସିୟୁରେ ଅଛନ୍ତି । ଡାକ୍ତରଖାନାରେ ତାଙ୍କୁ ଭେଟିବା ପରେ ଋଷଭ ପନ୍ତଙ୍କ ପରିବାର ବନ୍ଧୁମାନେ ଏହା କହିଛନ୍ତି । ଏଥିସହ ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ଦଳର ଅଧିନାୟକ ରୋହିତ ଶର୍ମା (Rohit Sharma) ବର୍ତ୍ତମାନ ଋଷଭ ପନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ରୋହିତ ଶର୍ମା ବର୍ତ୍ତମାନ ନୂଆ ବର୍ଷ ପାଳନ କରିବାକୁ ମାଲଦ୍ୱୀପ ଯାଇଛନ୍ତି ।

ପରିବାର ସହିତ ନିରନ୍ତର ଡାକ୍ତରଖାନାରେ ରହୁଥିବା ଉମେଶ କୁମାର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର କୌଣସି ଯୋଜନା ନାହିଁ । ଗତକାଲି ଠାରୁ ତାଙ୍କ ଅବସ୍ଥାରେ ବହୁତ ଉନ୍ନତି ହୋଇଛି । ତାଙ୍କ କପାଳର ପ୍ଲାଷ୍ଟିକ୍ ସର୍ଜରୀ ଶୁକ୍ରବାର ହିଁ କରାଯାଇଥିଲା । ପ୍ରଥମ ଡ୍ରେସିଂ ଶନିବାର ଦିନ କରାଯାଇଛି । ବିସିସିଆଇ ଡାକ୍ତରମାନେ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଓ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ କି ନୁହେଁ ତାହା ସ୍ଥିର କରିବେ ।

ଶନିବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିର୍ଦ୍ଦେଶକ ଶ୍ୟାମ ଶର୍ମା, ବଲିଉଡ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ମଧ୍ୟ ମ୍ୟାକ୍ସ ହସ୍ପିଟାଲରେ ଋଷଭ ପନ୍ତଙ୍କୁ ଭେଟିଥିଲେ । ଏଥି ସହିତ ଶ୍ୟାମ ଶର୍ମା ଋଷଭ ପନ୍ତଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ଏଠାରେ ଡାକ୍ତରଙ୍କ ଦ୍ୱାରା ପନ୍ତଙ୍କ ଯତ୍ନ ନିଆଯାଉଛି । ତାଙ୍କ ଅବସ୍ଥା ସମ୍ପର୍କରେ ସର୍ବଶେଷ ସୂଚନା ନେଇ ବିସିସିଆଇ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଅଛି । ବର୍ତ୍ତମାନ ତାଙ୍କୁ ଏଠାରେ ରଖାଯିବ । ଋଷଭ ପନ୍ତ ଟିକିଏ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତଥାପି ସେ ହସୁଛନ୍ତି । ବିସିସିଆଇ ସମସ୍ତ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ କାମର ଖବର; ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଝଟକା, ଏତେ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଯୋଗଦେବେ ବରୁଣ ଗାନ୍ଧୀ? ଜାଣନ୍ତୁ ଏହି ପ୍ରଶ୍ନ ଉପରେ କ'ଣ କହିଲେ ରାହୁଲ ଗାନ୍ଧୀ

ଏଠାରେ କହି ରଖୁଛୁ ଯେ, ଶୁକ୍ରବାର ସକାଳେ ଅର୍ଥାତ ଡିସେମ୍ୱର ୩୦ରେ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।