IND vs ENG: ରୋହିତ ଶର୍ମା ହାସଲ କଲେ ଆଉ ଏକ ବଡ଼ ସଫଳତା, ସଚିନ-କୋହଲିଙ୍କ ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ 'ହିଟମ୍ୟାନ୍'
Advertisement
Article Detail0/zeeodisha/odisha1935547

IND vs ENG: ରୋହିତ ଶର୍ମା ହାସଲ କଲେ ଆଉ ଏକ ବଡ଼ ସଫଳତା, ସଚିନ-କୋହଲିଙ୍କ ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ 'ହିଟମ୍ୟାନ୍'

Rohit Sharma Records: ଲକ୍ଷ୍ନୌର କଷ୍ଟଦାୟକ ପିଚରେ ଭାରତୀୟ ଦଳ ପାଇଁ ଟ୍ରବଲସୁଟର ଭାବରେ ଛିଡା ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା  । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହିଟମ୍ୟାନ୍ ଚମତ୍କାର ବ୍ୟାଟିଂ କରିଥିଲେ ଓ ବିଶ୍ୱକପ୍ ୨୦୨୩ ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ପଚାଶ ସ୍କୋର କରିବା ସହିତ ରୋହିତ ଶର୍ମା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ପୂରଣ କରିଛନ୍ତି ।

Rohit Sharma completes 18000 international runs

Rohit Sharma IND vs ENG: କ୍ୟାପଟେନ ରୋହିତ ଶର୍ମା ଲକ୍ଷ୍ନୌର କଠିନ ପିଚରେ ଭାରତୀୟ ଦଳ ପାଇଁ ଟ୍ରବଲସୁଟର ଭାବରେ ଛିଡା ହୋଇଥିଲେ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହିଟମ୍ୟାନ୍ ଚମତ୍କାର ବ୍ୟାଟିଂ କରିଥିଲେ ଓ ବିଶ୍ୱକପ୍ ୨୦୨୩ ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।  ପଚାଶ ସ୍କୋର କରିବା ସହିତ ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି ।

ରୋହିତଙ୍କ ନାମରେ ଆଉ ଏକ ସଫଳତା 
ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବାରେ ହିଟମ୍ୟାନ୍ ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ରୋହିତଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ବିରାଟ କୋହଲି ଓ ସଚିନ ତେନ୍ଦୁଲକର ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ୩୪,୩୫୭ ରନ୍ ସହ ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ଶୀର୍ଷରେ ଅଛନ୍ତି । କୋହଲି ୨୫,୮୫୨ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ହିଟମ୍ୟାନ୍ ହାସଲ ମାରିଥିଲେ ଅର୍ଦ୍ଧଶତକ
ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ଆରମ୍ଭରୁ ଫର୍ମରେ ଦେଖାଦେଇଥିଲେ ଓ ଏକ ଶକ୍ତିଶାଳୀ ଆରମ୍ଭ କରିଥିଲେ । ତେବେ କ୍ରମାଗତ ତିନିଟି ୱିକେଟ୍ ଗୋଟିଏ ପ୍ରାନ୍ତରୁ ଖସିଯିବା ପରେ ହିଟମ୍ୟାନ୍ ତାଙ୍କର ଖେଳ ଶୈଳୀକୁ ବଦଳାଇ ଚାପରେ ଚମତ୍କାର ବ୍ୟାଟିଂ କରିଥିଲେ ଓ ବିଶ୍ୱକପ୍ ୨୦୨୩ ରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଆଉଟ୍ ହେବା ପୂର୍ବରୁ ସେ ୧୦୧ ବଲରେ ୮୭ ରନ୍ କରିଥିଲେ । ଯେଉଁଥିରେ ତାଙ୍କର ୧୦ଟି ଚୌକା ଓ ୩ଟି ଛକା ସାମିଲ ରହିଛି ।

ଏପରି ଥିଲା ଭାରତର ପ୍ରଥମ ଇନିଂସ
ଲକ୍ଷ୍ନୌରେ ଖେଳାଯାଉଥିବା ବିଶ୍ୱକପ୍ ର ୨୯ ତମ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୨୨୯ ରନ୍ ସୀମିତ ରଖିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୫୦ ଓଭରରେ ୯ ୱିକେଟ୍ ନେଇ ୨୨୯ ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତୀୟ ଦଳ ପାଇଁ ସର୍ବାଧିକ ଅଧିନାୟକ ରୋହିତ ଶର୍ମା  ୧୦୧ ବଲରେ ୮୭ ରନ ସ୍କୋର କରିଥିଲେ । ଏଥି ସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରନ୍ ଯୋଡିଥିଲେ । ସୂର୍ଯ୍ୟକୁମାର ଯାଦବ ୪୭ ବଲରେ ୪୯ ରନର ଇନିଂସ ଖେଳିଥିଲେ । ସେ ନିଜ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଇଂଲଣ୍ଡ ପାଇଁ ଡେଭିଡ ୱିଲି ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ । ଯେତେବେଳେ କି କ୍ରିସ୍ ୱୁକସ୍ ଓ ଆଦିଲ ରସିଦ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଁଏ ସଫଳତା ମିଳିଥିଲା ।