ଜାଣନ୍ତୁ କିଏ ଏହି ଫିଲ୍ମ ନିର୍ମାତା ଅଲ୍ଲି ଆକବର; ଯିଏ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ
Advertisement
Article Detail0/zeeodisha/odisha1045366

ଜାଣନ୍ତୁ କିଏ ଏହି ଫିଲ୍ମ ନିର୍ମାତା ଅଲ୍ଲି ଆକବର; ଯିଏ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ

Who is Ali Akbar: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଲ୍ଲି ଆକବର (Ali Akbar) କହିଛନ୍ତି ଯେ ଇସଲାମର ବରିଷ୍ଠ ନେତାମାନେ ମଧ୍ୟ 'ସାହସୀ ସୈନିକ'ଙ୍କୁ ଅପମାନିତ କରୁଥିବା ଏପରି 'ଦେଶ ବିରୋଧୀ'ଙ୍କୁ ବିରୋଧ କରି ନଥିଲେ । ସେ ଏହା ସ୍ୱୀକାର କରିପାରିବେ ନାହିଁ ।

ଜାଣନ୍ତୁ କିଏ ଏହି ଫିଲ୍ମ ନିର୍ମାତା ଅଲ୍ଲି ଆକବର; ଯିଏ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ

କୋଚି: ମାଲାୟାଲମ ସିନେମାର (Malayalam Cinema) ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଅଲ୍ଲି ଆକବର (Ali Akbar) ହିନ୍ଦୁ ଧର୍ମ (Hinduism) ଗ୍ରହଣ କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ପ୍ରତିରକ୍ଷା ବିଭାଗର ପୂର୍ବତନ ମୁଖ୍ୟ ଜେନେରାଲ ବିପିନ୍ ରାୱତ (Late General Bipin Rawat) ଏବଂ ଦେଶର ଅପମାନ ଯୋଗୁଁ ସେ ଇସଲାମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ, ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆକବର ନିଜ ବୟାନକୁ ନେଇ ହେଡ଼ଲାଇନରେ ଅଛନ୍ତି । ୨୦୧୫ ରେ, ସେ ଖୁଲାସା କରିଥିଲେ ଯେ ସେ ଏକ ମଦ୍ରାସାରେ ରହିବା ସମୟରେ ଜଣେ 'ମାଷ୍ଟର' ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ । ଅଲ୍ଲି ଆକବର ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ -

୫୮ ବର୍ଷୀୟ ଅଲ୍ଲି ଆକବର ୧୯୬୩ ମସିହାରେ କେରଳର ୱାୟାନାଡରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍ ଏବଂ ଗୀତିକାର । ସେ ମୁଖ୍ୟତ ମାଲାୟାଲମ୍ ସିନେମାରେ କାମ କରୁଛନ୍ତି । MSIDB ଅନୁଯାୟୀ, ଆକବର ଫିଲ୍ମ ସହିତ ୧୯୮୮ ରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ଅନେକ ଫିଲ୍ମର ଅଂଶ ଥିଲେ । IMDB ଅନୁଯାୟୀ, ତାଙ୍କୁ ଗ୍ରାମ ପଞ୍ଚାୟତ (୧୯୯୮), ସିନିୟର ମାଣ୍ଡ୍ରାକ (୨୦୧୦) ପାଇଁ ଜଣା ଯାଇଥାଏ ।

ଫିଲ୍ମ ବ୍ୟତୀତ ଆକବର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜନତା ଦଳର ରାଜ୍ୟ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ଦଳର ନେତୃତ୍ୱରେ ମତଭେଦ ଯୋଗୁଁ ସେ ଅକ୍ଟୋବରରେ ସମସ୍ତ ସାଂଗଠନିକ ଦାୟିତ୍ବ ଛାଡିଥିଲେ । ସେ ବିଜେପିର ସଦସ୍ୟ ହେବା ଜାରି ରଖିବେ ବୋଲି ଆକବର କହିଛନ୍ତି । ଦଳର କେରଳ ୟୁନିଟର ବିଜେପି ରାଜ୍ୟ ସଚିବ ଏ.କେ ନାଜିରଙ୍କ ବିରୋଧରେ ସାଂଗଠନିକ ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଦେଖି ସେ ଦୁଖିତ ଥିବା କହିଛନ୍ତି ଏବଂ ଏହି କାରଣରୁ ସେ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚାଇ ଦେଇଛନ୍ତି । ତାଙ୍କୁ ଦଳର ମୁଖ୍ୟ ମୁସଲମାନ ଚେହେରା ଭାବେ ବିବେଚନା କରାଯାଏ ।

fallback

ବର୍ତ୍ତମାନ କ'ଣ ପାଇଁ ନେଲେ ନିଷ୍ପତ୍ତି?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକବର କହିଛନ୍ତି ଯେ ଆଇସଲାମର ବରିଷ୍ଠ ନେତାମାନେ ମଧ୍ୟ 'ସାହସୀ ସୈନିକ'ଙ୍କୁ ଅପମାନିତ କରୁଥିବା ଏପରି 'ଦେଶ ବିରୋଧୀ'ଙ୍କୁ ବିରୋଧ କରିନଥିଲେ । ସେ ଏହା ସ୍ୱୀକାର କରିପାରିବେ ନାହିଁ । ଆକବର କହିଛନ୍ତି ଯେ ସେ ଧର୍ମ ଉପରେ ବିଶ୍ୱାସ ହରାଇଛନ୍ତି । ବୁଧବାର ସେ ଫେସବୁକରେ ଏହି ପ୍ରସଙ୍ଗରେ ଏକ ଭିଡିଓ ସେୟାର କରିଛନ୍ତି । ଜେନେରାଲ ରାୱତଙ୍କ ମୃତ୍ୟୁ ସହ ଜଡିତ ପୋଷ୍ଟଗୁଡିକରେ ଅନେକ ଲୋକ 'ସ୍ମାଇଲ୍ ଇମୋଜି' ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

ଫିଲ୍ମ ନିର୍ମାତା କହିଛନ୍ତି, 'ଆଜି ମୁଁ ଜନ୍ମରୁ ପାଇଥିବା ପୋଷାକକୁ ଫିଙ୍ଗି ଦେଉଛି । ଆଜିଠାରୁ ମୁଁ ଜଣେ ମୁସଲମାନ ନୁହେଁ, ମୁଁ ଜଣେ ଭାରତୀୟ । ମୋର ଏହି ଉତ୍ତର ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ଭାରତ ବିରୁଦ୍ଧରେ ହଜାର ହଜାର ହସଖୁସିର ଇମୋଜି ପୋଷ୍ଟ କରିଛନ୍ତି । ଯଦିଓ ଅନେକ ଉପଭୋକ୍ତା ମଧ୍ୟ ତାଙ୍କ ସମର୍ଥନରେ ଆସିଥିଲେ । କିଛି ସମୟ ପରେ ଏହି ପୋଷ୍ଟ ଫେସବୁକ୍ ରୁ ଅଦୃଶ୍ୟ ହୋଇ ଯାଇଥିଲା ।

ଏହା ବି ପଢ଼ନ୍ତୁ: ୨୦୧୯ ବିଶ୍ୱକପର ପରାଜୟକୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କହିଲେ-'ଚୟନକର୍ତ୍ତା ଜବରଦସ୍ତି...'

ଏହା ବି ପଢ଼ନ୍ତୁ: BSF Jobs: କନଷ୍ଟେବଳ ଏବଂ ASI ସମେତ ଅନେକ ପଦବୀରେ ବାହାରିଲା ନିଯୁକ୍ତି, ଏହିପରି କରନ୍ତୁ ଆବେଦନ