Sania Mirza and Shoaib Malik: ସାନିଆଙ୍କ ଘରେ କିଏ ଲଗାଇଲା ନିଆଁ ? ଶୋଏବ ସାନିଆ ଅଲଗା ହେବା ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha1428207

Sania Mirza and Shoaib Malik: ସାନିଆଙ୍କ ଘରେ କିଏ ଲଗାଇଲା ନିଆଁ ? ଶୋଏବ ସାନିଆ ଅଲଗା ହେବା ନେଇ ଚର୍ଚ୍ଚା

Sania Mirza and Shoaib Malik: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିଷୟରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପାକିସ୍ତାନୀ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଛି ଯେ, ସାନିଆ ମିର୍ଜା ଏବଂ ଶୋଏବ ମଲିକ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Sania Mirza and Shoaib Malik: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିଷୟରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପାକିସ୍ତାନୀ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଛି ଯେ, ସାନିଆ ମିର୍ଜା ଏବଂ ଶୋଏବ ମଲିକ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ସାନିଆ ମିର୍ଜାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏହି କଳ୍ପନା ଜଳ୍ପନାର କାରଣ ହୋଇଛି। ଶୁକ୍ରବାର ଦିନ ସାନିଆ ମିର୍ଜା ନିଜ ପୁଅ ଇଜାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, 'ଯେଉଁ ମୁହୂର୍ତ୍ତ ଗୁଡ଼ିକ ମୋତେ କଠିନ ଦିନ ଆଡକୁ ନେଇଯାଇଛି '।

ପାକିସ୍ତାନର କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ,ଯେ ଶୋଏବ ତାଙ୍କର ଏକ ଟିଭି ସୋ ସମୟରେ ସାନିଆଙ୍କୁ ଠକିଛନ୍ତି। ତେବେ ଏହି ଖବର ଉପରେ ଉଭୟ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ଶୋଏବ ମଲିକ ଏବଂ ସାନିଆ ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦରେ ଏକ ପାରମ୍ପାରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତା’ପରେ ଅର୍ଥାତ ବିବାହର ଦଶ ବର୍ଷ ପରେ ସେମାନଙ୍କର ପୁଅ ଇଜାନ ଜନ୍ମ ହୋଇଥିଲା। ନିକଟରେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ନିଜ ପୁଅ ଇଜାନ ମିର୍ଜା ମଲିକଙ୍କ ଜନ୍ମଦିନ ପାଳନ କରିଥିଲେ। ଶୋଏବ ମଲିକ ଏହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । 

ଏହାବି ପଢନ୍ତୁ : IND vs ZIM ଭାରତର ଔପଚାରିକ ମ୍ୟାଚ, ବିଜୟ ଟାର୍ଗେଟ ଦେଲା ୧୮୭

ଏହାବି ପଢନ୍ତୁ : IND vs ZIM T20 WC LIVE: ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ, ଜିମ୍ବାୱେକୁ ୧୮୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ଏହାବି ପଢନ୍ତୁ :T20 World Cup 2022: ଏବେ ଭାରତ-ପାକିସ୍ତାନ ଫାଇନାଲ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ! ବାବର ଆଜମଙ୍କ ଦଳକୁ କରିବାକୁ ହେବ କେବଳ ଏହି କାମ

କିନ୍ତୁ ସାନିଆ ଜନ୍ମଦିନ ପାର୍ଟିର ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିନଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି।ନିକଟରେ ପାକିସ୍ତାନୀ କ୍ରିକେଟ୍ ଶୋ 'ଆସ୍କ ଦ' ପାଭିଲନ୍' (Ask the Pavilion)ରେ ଶୋଏବ ମଲିକଙ୍କୁ ସାନିଆ ମିର୍ଜାଙ୍କ ଟେନିସ୍ ଏକାଡେମୀ ଓ ସ୍ଥାନ ବିଷୟରେ ପଚରାଯାଇଥିଲା। ଏଥିରେ କ୍ରିକେଟର ଉତ୍ତର ଦେଇଥିଲେ ଯେ, ' ପ୍ରକୃତରେ ସାନିଆଙ୍କ ଟେନିସ ଏକାଡେମୀକୁ ମୁଁ କେବେ ଯାଇନି ଏବଂ ତାହା କେଉଁଠାରେ ଅବସ୍ଥିତି ମୁଁ ଜାଣିନି '। ଶୋଏବଙ୍କ ଏହି ଉତ୍ତର ଉପସ୍ଥାପକଙ୍କୁ ସ୍ତବ୍ଧ କରି ଦେଇଥିଲା। 

ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିଜ ବ୍ୟକ୍ତିଗତ ଜୀବନ ସହ କୌଣସି ମୂହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଭୁଲନ୍ତିନି । ୨୦୧୮ ମସିହାରେ ସାନିଆ ଏବଂ ଶୋଏବ ଏକ ଶିଶୁପୁତ୍ରର ପିତାମାତା ହୋଇଥିଲେ । ପୁଅ ଇଜାନଙ୍କୁ ଜନ୍ମ ଦେବାର କିଛି ମାସ ପରେ, ସାନିଆ ମିର୍ଜା ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇଥିଲେ।