T20 World Cup 2022: ଏବେ ଭାରତ-ପାକିସ୍ତାନ ଫାଇନାଲ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ! ବାବର ଆଜମଙ୍କ ଦଳକୁ କରିବାକୁ ହେବ କେବଳ ଏହି କାମ
Advertisement

T20 World Cup 2022: ଏବେ ଭାରତ-ପାକିସ୍ତାନ ଫାଇନାଲ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ! ବାବର ଆଜମଙ୍କ ଦଳକୁ କରିବାକୁ ହେବ କେବଳ ଏହି କାମ

South Africa vs Netherlands Match T20 World 2022: ନେଦରଲ୍ୟାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲ ରେସରୁ ବାହାର କରିଦେଇଛି । ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରୁ ନେଦରଲ୍ୟାଣ୍ଡ ମଧ୍ୟ ବାଦ୍ ପଡ଼ିଛି । ଏହାର ଲାଭ ଭାରତୀୟ ଦଳକୁ ମିଳିଛି ।

T20 World Cup 2022: ଏବେ ଭାରତ-ପାକିସ୍ତାନ ଫାଇନାଲ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ! ବାବର ଆଜମଙ୍କ ଦଳକୁ କରିବାକୁ ହେବ କେବଳ ଏହି କାମ

South Africa vs Netherlands Match T20 World 2022: ଚଳିତ ଟି-20 ବିଶ୍ୱକପ ୨୦୨୨ରେ ଅନେକ ଅଲଟପାଲଟ ଦେଖିବାକୁ ମିଳିଛି । ଏହି କ୍ରମରେ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଅଲଟପାଲଟର ଶିକାର ହେବାକୁ ପଡ଼ିଛି । ରବିବାର ସକାଳେ ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ସୁପର-12 ରାଉଣ୍ଡ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନେଦରଲ୍ୟାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲ ରେସରୁ ବାହାର କରିଦେଇଛି । ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରୁ ନେଦରଲ୍ୟାଣ୍ଡ ମଧ୍ୟ ବାଦ୍ ପଡ଼ିଛି । ଏହାର ଲାଭ ଭାରତୀୟ ଦଳକୁ ମିଳିଛି ।

 ଭାରତୀୟ ଦଳ ବର୍ତ୍ତମାନ ସେମିଫାଇନାଲ ପାଇଁ ଟିକେଟ ପକ୍କା କରିନେଇଛି । ଏବେ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । ପ୍ରଶଂସକମାନେ ମଧ୍ୟ ଏଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ସୁପର-12 ରାଉଣ୍ଡର ଶେଷ ମ୍ୟାଚ୍ ହାରିଛି । ଦକ୍ଷିଣଣ ଆଫ୍ରିକା ନେଦରଲ୍ୟାଣ୍ଡ ଦ୍ୱାରା ପରାସ୍ତ ହୋଇଛି । ଏହାସହ ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଦଳର ଯାତ୍ରା ମଧ୍ୟ ଶେଷ ହୋଇଛି । ବାଭୁମା ଟସ୍ ଜିତି ନେଦରଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ନେଦରଲ୍ୟାଣ୍ଡ ୧୫୮ ରନ ସ୍କୋର କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୮ ୱିକେଟ୍ ହରାଇବା କେବଳ ୧୪୫ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୬ ବଲରେ ୪୧ ରନର ଅପରାଜିତ ଇଂନିସ ଖେଳିଥିବା କଲିନ୍ ଆକ୍କର୍ମନଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଭାବରେ ଚୟନ କରାଯାଇଥିଲା ।

ମାଇବର୍ଗ (୩୭) ଓ ମ୍ୟାକ୍ସ ଓଡୋଡ (୨୯) ନେଦରଲ୍ୟାଣ୍ଡକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ । ଉଭୟ ୫୮ ରନର ଏକ ଓପନିଂ ପାର୍ଟନରଶିପ୍ କରିଥିଲେ । ତା’ପରେ ଟମ କପୁର୍ (୩୫) ଓ ଓ’ଡୋଡ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଡିଥିଲେ । କପୁର୍ ଧମାକାଦାର ଅନ୍ଦାଜରେ ବ୍ୟାଟିଂ କରି ୧୯ ବଲରେ ୨ ଚୌକା ଓ ୨ଟି ଛକା ସାହାଯ୍ୟରେ ୩୫ ରନର ଇଂନସି ଖେଳି ଥିଲେ । ଆକ୍କର୍ମନ ୪୧ ରନର ଅପରାଜିତ ଇଂନିସ ଖେଳିଥିଲେ । ୪୧ ରନର ଅପରାଜିତ ଇଂନିସ ଯୋଗୁଁ ନେଦରଲ୍ୟାଣ୍ଡ ୧୫୦ ରନର ସ୍କୋର ଅତିକ୍ରମ କରିପାରିଥିଲା । କେଶବ ମହାରାଜ ୨ଟି ୱିକେଟ୍ ନେଇଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ରିଲେ ରୋସୋ ସର୍ବାଧିକ ୨୫ ରନ୍ ସଂଗ୍ରହ କରିଥିଲେ । ସେପଟେ ନେଦରଲ୍ୟାଣ୍ଡ ତରଫରୁ ବ୍ରେଣ୍ଡନ୍ ଗ୍ଲୋଭର ୩ ୱିକେଟ୍ ନେଇଥିବାବେଳେ ବେସ୍ ଡି ଲିଡ୍ ୨ ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ସମୟରେ କ୍ରିକେଟର କଲେ ଦୁଷ୍କର୍ମ! ସିଡନୀର ଟିମ୍ ହୋଟେଲରୁ ଗିରଫ

ସୂଚନାଯୋଗ୍ୟ, ଭାରତୀୟ ଦଳ ବର୍ତ୍ତମାନ ୪ଟି ମ୍ୟାଚରୁ ୬ ପଏଣ୍ଟ ପାଇ ଗ୍ରୁପ୍ ୨ର ଶୀର୍ଷରେ ଅଛି । ଏହା ସହ ଟିମ୍ ଇଣ୍ଡିଆ ସେମିଫାଇନାଲ ପାଇଁ ଟିକେଟ ପକ୍କା କରିନେଇଛି । ଆଜି ଭାରତ ଜିମ୍ବାୱେ ବିପକ୍ଷରେ ଖେଳିବାକୁ ମୈଦାନରେ ଓହ୍ଲାଇବ । କିନ୍ତୁ ବର୍ଷା ଓ ଖରାପ ପାଗ ଯୋଗୁଁ ମ୍ୟାଚ ବାତିଲ ହୁଏ, ତଥାପି ଭାରତ ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହି ଗ୍ରୁପରୁ ନେଦରଲ୍ୟାଣ୍ଡ ଓଜିମ୍ବାୱେ ମଧ୍ୟ ରେସରୁ ବାଦ୍ ପଡ଼ିଛି । 

ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଟି-20 ବିଶ୍ୱକପର ସୁପର-୧୨ ରାଉଣ୍ଡ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଛି । ଯଦି ବାବର ଆଜମଙ୍କ ନେତୃତ୍ୱରେ ଦଳ ବାଂଲାଦେଶକୁ ପରାସ୍ତ କରେ ତେବେ ଯାଇ ସେମିଫାଇନାଲର ଟିକେଟ ମିଳିବ । ଏଥି ସହିତ ଯଦି ବାଂଲାଦେଶ ଜିତେ, ତେବେ ଶାକିବ ଅଲ ହାସନଙ୍କ ଅଧିନାୟକତ୍ୱ ଦଳ ଦଳରେ ଗ୍ରୁପ-୨ର ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ଯିବ ।