IND vs NZ: 'ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ହାରିବା ପରେ ବହୁତ କାନ୍ଦିଥିଲେ ଧୋନି, ପନ୍ତ ଓ ପାଣ୍ଡ୍ୟା'
Advertisement
Article Detail0/zeeodisha/odisha1926497

IND vs NZ: 'ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ହାରିବା ପରେ ବହୁତ କାନ୍ଦିଥିଲେ ଧୋନି, ପନ୍ତ ଓ ପାଣ୍ଡ୍ୟା'

MS Dhoni: ସେହି ପରାଜୟ ପରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟତୀତ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଡ୍ରେସିଂ ରୁମରେ କାନ୍ଦିବାକୁ ଲାଗିଥିଲେ । ଭାରତୀୟ ଖେଳାଳିମାନେ ସେମାନଙ୍କ କାନ୍ଦ ଅଟକାଇବାରେ ସକ୍ଷମ ହୋଇନଥିଲେ।

 

World Cup 2019 SF, IND vs NZ

World Cup 2019 SF, IND vs NZ: ବିଶ୍ୱକପ୍ ୨୦୧୯ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ଏହା ପରେ ଭାରତୀୟ ଦଳର ବିଶ୍ୱକପ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଥିଲା । ଏଥି ସହିତ ବର୍ତ୍ତମାନ ତତ୍କାଳୀନ ଭାରତୀୟ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲରେ ପରାଜୟକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ବାସ୍ତବରେ ସଞ୍ଜୟ ବାଙ୍ଗର କହିଛନ୍ତି ଯେ ସେହି ପରାଜୟ ପରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟତୀତ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଡ୍ରେସିଂ ରୁମରେ କାନ୍ଦିବାକୁ ଲାଗିଥିଲେ । ଅନ୍ୟ ଭାରତୀୟ ଖେଳାଳିମାନେ ସେମାନଙ୍କ କାନ୍ଦ ଅଟକାଇବାରେ ସକ୍ଷମ ହୋଇନଥିଲେ।

ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଶ୍ୱକପରୁ ବାଦ ପଡି଼ଥିଲା ଟିମ୍ ଇଣ୍ଡିଆ
ବିଶ୍ୱକପ ୨୦୧୯ ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତୀୟ ଦଳକୁ ୧୮ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ ସଂଗ୍ରହ କରିଥିଲା । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳକୁ ଜିତିବା ପାଇଁ ୨୪୦ ରନ୍ ଦରକାର ଥିଲା । କିନ୍ତୁ ଭାରତୀୟ ଦଳ ୪୯.୩ ଓଭରରେ ୨୨୧ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ । ଏହିପରି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲ୍ ଖେଳିବାରେ ବଞ୍ଚିତ ହୋଇଥିଲା ।

ସେହି ମ୍ୟାଚରେ କ’ଣ ହୋଇଥିଲା...
କହିରଖୁଛୁ ଯେ ସେହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ୨୩୯ ରନ୍ ଜବାବରେ ଭାରତୀୟ ଦଳ ଅତ୍ୟନ୍ତ ଖରାପ ଆରମ୍ଭ କରିଥିଲା । ଭାରତର ୩ ଜଣ ବ୍ୟାଟ୍ସମ୍ୟାନ୍ ୫ ରନ୍ ସ୍କୋର କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଏହା ପରବର୍ତ୍ତୀ ୪ ଜଣ ବ୍ୟାଟ୍ସମ୍ୟାନ୍ ୨୪ ରନ୍ ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ । ତେବେ ଏହା ପରେ ମହେନ୍ଦ୍ର ସିଂ ଧୋନି ଓ ରବିନ୍ଦ୍ର ଜାଡେଜା ଏକ ଭଲ ଭାଗିଦାରୀ କରି ଟିମ୍ ଇଣ୍ଡିଆକୁ ମ୍ୟାଚକୁ ଫେରାଇ ଆଣିଥିଲେ, କିନ୍ତୁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ପାରି ନଥିଲା । ୫୯ ବଲରେ ୭୭ ରନ୍ ସ୍କୋର କରିବା ପରେ ରବିନ୍ଦ୍ର ଜାଡେଜା ପ୍ୟାଭିଲିୟନକୁ ଫେରିଥିଲେ । ଏହି ଅଲରାଉଣ୍ଡର ନିଜ ଇନିଂସରେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ଏଥି ସହ ମହେନ୍ଦ୍ର ସିଂ ଧୋନି ୭୨ ବଲରେ ୫୦ ରନ୍ ସ୍କୋର କରି ରନ୍ ଆଉଟ୍ ହୋଇଥିଲେ । ଏହି ମ୍ୟାଚରେ ୭ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରିନଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଟ୍ରେଣ୍ଟ ବୋଲ୍ଡ ଏବଂ ମିଚେଲ ସାଣ୍ଟନରଙ୍କୁ ୨ଟି ଲେଖାଁଏ ସଫଳତା ମିଳିଥିଲା । ଲକି ଫର୍ଗୁସନ୍ ଓ ଜିମି ନିଶାମ ପ୍ରତ୍ୟେକ ଜଣେ ଜଣେ ଭାରତୀୟ ଖେଳାଳିଙ୍କୁ ଆଉଟ୍ କରିଥିଲେ ।