Sanju Samson Century: 6,6,6,6,6 ଦଶହରାରେ ସଞ୍ଜୁ ସାମସନ୍ କଲେ ରନ୍ ବର୍ଷା, ୪୦ ବଲରେ ଶତକ ମାରି ଭାଙ୍ଗିଲେ ରୋହିତଙ୍କ ବଡ଼ ରେକର୍ଡ
Advertisement
Article Detail0/zeeodisha/odisha2470298

Sanju Samson Century: 6,6,6,6,6 ଦଶହରାରେ ସଞ୍ଜୁ ସାମସନ୍ କଲେ ରନ୍ ବର୍ଷା, ୪୦ ବଲରେ ଶତକ ମାରି ଭାଙ୍ଗିଲେ ରୋହିତଙ୍କ ବଡ଼ ରେକର୍ଡ

Sanju Samson Century: ସଞ୍ଜୁ ସାମସନ ଏହି ଇନିଂସରେ ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ସଞ୍ଜୁ ପୁନର୍ବାର ଏଠାରେ ଅଟକି ନଥିଲେ ଏବଂ ବାଂଲାଦେଶ ବିପକ୍ଷରେ ଟି-୨୦ ଶତକ ହାସଲ କରିଥିବା ଭାରତ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

 

Sanju Samson Century

Sanju Samson IND vs BAN 3rd T20: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି। ଏହି ସିରିଜରେ ଭାରତ ପାଇଁ ଖୋଲୁଥିବା ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ବ୍ୟାଟରୁ ରନ୍ ବର୍ଷା ହେଉଛି। ସେ ବାଂଲାଦେଶ ବୋଲରମାନଙ୍କୁ ନିର୍ଦ୍ଧୁମ ପିଟିଛନ୍ତି।

ହାଇଦ୍ରାବାଦରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ତୃତୀୟ ଟି-୨୦ ର ଶେଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଟସ୍ ଜିତିବା ଓ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଭାରତୀୟ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ୨.୧ ଓଭରରେ ଅବିଷେକ ଶର୍ମାଙ୍କ ରୂପରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା। ଅଭିଷେକ ମାତ୍ର ୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ଏହା ପରେ ଭାରତୀୟ ଓପନର୍ ସଞ୍ଜୁ ସାମସନ୍ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଏକ ଚମତ୍କାର ଇନିଂସ ଖେଳି ପଡ଼ିଆରେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବିଷୟରେ କହିଲେ ସେ ମାତ୍ର ୨୩ଟି ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଏପରି ଥିଲା ଯେ ବାଂଲାଦେଶର କୌଣସି ବୋଲରଙ୍କୁ ରକ୍ଷା ପାଇ ପାରିନଥିଲେ। ସେ ୯ଟି ଚୌକା ଓ ୮ଟି ଛକା ସହ ମାତ୍ର ୪୦ ବଲରେ ନିଜର ଶତକ ହାସଲ କରିଥିଲେ। ନିଜ ଶତକୀୟ ଇନିଂସରେ ସେ ୪୭ ଟି ବଲରେ ୧୧୧ ରନ୍ କରିଥିଲେ।

ଭାରତର ସ୍କୋର ୧୪ ଓଭରରେ ୨୦୦ରନ୍ ଅତିକ୍ରମ କରିଛି
ଅବିଷେକ ଶର୍ମା ବ୍ୟକ୍ତିଗତ ୪ ରନ୍‌ରେ ଆଉଟ୍ ହେବା ପରେ ସଞ୍ଜୁ ସାମସନ୍ ଓ ସୂର୍ଯ୍ୟ କୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୭.୧ ଓଭରରେ ଭାରତର ସ୍କୋରକୁ ୧୦୦ ରନରୁ ଅଧିକ ନେଇଥିଲେ। ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏପରି ଥିଲା ଯେ ସେମାନେ ମାତ୍ର ୧୦ ଓଭରରେ ଗୋଟିଏ ୱିକେଟ୍ ପାଇଁ ଭାରତର ସ୍କୋରକୁ ୧୫୨ ରନରେ ପହଞ୍ଚାଇଥିଲେ। ଦଳ ୧୪ ଓଭରରେ ୨୦୦ ରନ୍ ଅତିକ୍ରମ କରିଥିଲା।