Sprinter Dutee Chand: 5T ସଚିବ ପାଣ୍ଡିଆନଙ୍କୁ କାହିଁକି ଏମିତି କହିଲେ ଦୌଡ଼ରାଣୀ? ସଙ୍ଗେ ସଙ୍ଗେ ଡିଲିଟ୍ କରିଦେଲେ ଫେସବୁକ୍ ପୋଷ୍ଟ୍
Advertisement
Article Detail0/zeeodisha/odisha1425025

Sprinter Dutee Chand: 5T ସଚିବ ପାଣ୍ଡିଆନଙ୍କୁ କାହିଁକି ଏମିତି କହିଲେ ଦୌଡ଼ରାଣୀ? ସଙ୍ଗେ ସଙ୍ଗେ ଡିଲିଟ୍ କରିଦେଲେ ଫେସବୁକ୍ ପୋଷ୍ଟ୍


Dutee Chand Facebook post: ଦୂତୀଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି। ଏଥର ସେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ପୋଷ୍ଟ କରିଛନ୍ତି। 5T ସଚିବ ଭିକେ ପାଣ୍ଡିଆନଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରିଥିଲେ।

Sprinter Dutee Chand: 5T ସଚିବ ପାଣ୍ଡିଆନଙ୍କୁ କାହିଁକି ଏମିତି କହିଲେ ଦୌଡ଼ରାଣୀ? ସଙ୍ଗେ ସଙ୍ଗେ ଡିଲିଟ୍ କରିଦେଲେ ଫେସବୁକ୍ ପୋଷ୍ଟ୍

Dutee Chand Facebook post, ଭୁବନେଶ୍ୱର: ଦୌଡରାଣୀ ଦୂତୀ ଚାନ୍ଦ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହିବାକୁ ନିୟମିତ ଭାବେ ଫଟୋ ସେୟାର କରିବା ସହ ନିଜ ଭାବର ଆଦାନ ପ୍ରଦାନ କରନ୍ତି। କିଛି ଦିନ ତଳେ ସେ ନିଜ ଭଉଣୀ ସରସ୍ୱତୀଙ୍କୁ ନେଇ ଆକ୍ରାମକ ହୋଇ ଉଠିଥିଲେ। ଯାହାକୁ ନେଇ ଚାରିଆଡେ ଆଲୋଚନା ହୋଇଥିଲା। ଏବେ ପୁଣି ଥରେ ଦୂତୀଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି। ଏଥର ସେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ପୋଷ୍ଟ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଡିଲିଟ୍ କରିଦେଇଥିଲେ।

ଫେସବୁକରେ ପୋଷ୍ଟ କରି ତାକୁ ପୁଣି ଡିଲିଟ କରିବାରେ ଅଲମ୍ପିଆନ ଦୂତୀ ଚାନ୍ଦ ପାରଙ୍ଗମ। ଅନେକ ସମୟରେ ସେ ବିବାଦୀୟ ପୋଷ୍ଟ କରି ତାକୁ କିଛି ସମୟ ମଧ୍ୟରେ ଡିଲିଟ କରି ଦିଅନ୍ତି। ଗୁରୁବାର ମଧ୍ୟ ସେହି ସମାନ ଘଟଣା ଘିଛି। ଗୁରୁବାର ରାତିରେ ଦୂତୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ। ହେଲେ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ସେ ତାହାକୁ ହଟାଇ ଦେଇଥିଲେ। ଏବେ ପ୍ରଶ୍ନ ଉଠୁଛି ଦୂତୀ କ'ଣ ପୋଷ୍ଟ କରିଥିଲେ।

Also Read: ବୟସ ୪୨ ହେଲାଣି କିନ୍ତୁ ପିଲାଳିଆମୀ ଯାଇନାହିଁ, ଭାରତ ଓ ଆଇସିସି ଉପରେ ବୟାନ ଦେଇ ଫସିଲେ ଆଫ୍ରିଦି

ପ୍ରକୃତରେ ଦୌଡରାଣୀ, 5T ସଚିବ ଭିକେ ପାଣ୍ଡିଆନଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରିଥିଲେ। ଫଟୋଟି ସେହି ସମୟର, ଯେଉଁ ସମୟରେ ସେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଥିଲେ। ଏହି ଫଟୋ ସେୟାର କରିବା ସହ ଦୂତୀ ଲେଖିଥିଲେ, 'କାହା ପାଖରୁ ପ୍ରଶଂସା ପାଇଲ ନାହିଁବୋଲି ମନ ଦୁଃଖ କର ନାହିଁ। ତୁମ କର୍ମ ପଥ ଦେଖି ଦୁନିଆ ତୁମର ପ୍ରଶଂସା କରିବ। କାହିଁକି ନା ନିଜର ନାଁ ନିଜକୁ କରିବାକୁ ପଡେ।' ତେବେ ଦୂତୀ ଏହାକୁ ପ୍ରେରଣାଦାୟୀ ପୋଷ୍ଟ ଭାବେ ଲୋକେ ଦେଖୁଛନ୍ତି। ତେବେ ସେ କାହିଁକି ଏହି ପୋଷ୍ଟ ଡିଲିଟ୍ କଲେ ତାହା ଜଣା ପଡିନାହିଁ। କିନ୍ତୁ ସେ ଡିଲିଟ୍ କରିବା ପୂର୍ବରୁ ଲୋକେ ତାହାର ସ୍କ୍ରିନସଟ୍ ନେଇ ସାରିଥିଲେ।

fallback

ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ ହେଉଛନ୍ତି ୨୦୦୦ ବ୍ୟାଚର ଓଡିଶା କ୍ୟାଡରର IAS ଅଫିସର। ଗତ ଦୁଇ ଦଶନ୍ଧି ଧରି ପାଣ୍ଡିଆନ ଓଡିଶାରେ ନିଜର ସେବା ଦେଇ ଆସୁଛନ୍ତି। କୁହାଯାଏ ଭିକେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଅଫିସର। ସେଥିପାଇଁ ନବୀନ ତାଙ୍କୁ ସବୁ ବେଳେ ନିଜ ପାଖରେ ରଖନ୍ତି। ବର୍ତ୍ତମାନ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି। ସେ ପ୍ରଥମେ ଧର୍ମଗଡର ଉପଜିଲ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମ ପରି ଜିଲ୍ଲା ସହ ସଚିବାଳୟରେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି।

Also Read: Pak ଅଭିନେତ୍ରୀଙ୍କ 'ଭୀଷ୍ମ ପ୍ରତିଜ୍ଞା'! ଭାରତକୁ ହରାଇଲେ ଜିମ୍ବାୱେକୁ ଦେବେ ଏହି ଅମୁଲ୍ୟ ଉପହାର