India vs Pakistan: ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ସଚିନ୍ ତେନ୍ଦୁଲକର କଲେ ବଡ଼ ଭବିଷ୍ୟବାଣୀ
Advertisement
Article Detail0/zeeodisha/odisha1400923

India vs Pakistan: ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ସଚିନ୍ ତେନ୍ଦୁଲକର କଲେ ବଡ଼ ଭବିଷ୍ୟବାଣୀ

T20 World Cup 2022: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ପାଇଁ ନିଜର ଶ୍ରେଷ୍ଠ ୪ ଟିମ ଚୟନ କରିଛନ୍ତି । ସେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡକୁ ଡାର୍କ ହର୍ଷ ଭାବରେ ମଧ୍ୟ ନାମିତ କରିଛନ୍ତି ।

ସୌ: ସୋସିଆଲ ମିଡିଆ

T20 World Cup 2022: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଭାରତ ଓ ପାକିସ୍ତାନ (India and Pakistan) ୨୩ ଅକ୍ଟୋବରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ମ୍ୟାଚକୁ କେବଳ ଭାରତ ଓ ପାକିସ୍ତାନର ପ୍ରଶଂସକ ଅପେକ୍ଷା କରିନାହାଁନ୍ତି, ବରଂ ସାରା ବିଶ୍ୱରୁ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରିଛନ୍ତି । ଏହି ମ୍ୟାଚକୁ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (Master Blaster Sachin Tendulkar) ମଧ୍ୟ ନିଜର ଭବିଷ୍ୟବାଣୀ କରିଛନ୍ତି । ଏହା ସହିତ 'କ୍ରିକେଟର ଭଗବାନ' ଟି-୨୦ ବିଶ୍ୱକପ୍‌ର ଚାରି ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ଚୟନ କରିଛନ୍ତି ।

ସଚିନ ତେନ୍ଦୁଲକରଙ୍କ ଅନୁଯାୟୀ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବାବର ଆଜାମଙ୍କ ଦଳକୁ ପରାସ୍ତ କରି କରିବ । ଟେଲିଗ୍ରାଫକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସଚିନ କହିଛନ୍ତି ଯେ ପାକିସ୍ତାନକୁ ପରାସ୍ତ କରିବାକୁ ଟିମ୍ ଇଣ୍ଡିଆର ଯଥେଷ୍ଟ କ୍ଷମତା ଅଛି । ସଚିନ କହିଛନ୍ତି, "ଭାରତ ଫେଭୋରାଇଟ ଅଟେ । ହଁ ଆଜ୍ଞା ।  ମୋର ହୃଦୟ ଭାରତ ସହିତ ଅଛି ଓ ମୁଁ ସର୍ବଦା ଭାରତ ବିଜୟ ଚାହୁଁଛି । କେବଳ ଏଥିପାଇଁ ନୁହେଁ ଯେ ମୁଁ ଜଣେ ଭାରତୀୟ, ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ଆମ ପାଖରେ ଏହି ପରିସ୍ଥିତିରେ ଭଲ ପଦର୍ଶନ କରିବାର କ୍ଷମତା ଅଛି ।"

ଯେତେବେଳେ ପଚରାଗଲା ତାଙ୍କ ଅନୁଯାୟୀ କିଏ ଟି-୨୦ ବିଶ୍ୱକପ ଜିତିବାକୁ ଜଣେ ଦୃଢ଼ ପ୍ରତିଯୋଗୀ? ସଚିନ ତେନ୍ଦୁଲକର ଭବିଷ୍ୟବାଣୀ କରି କହିଛନ୍ତି ଯେ ମୁଁ ନିଶ୍ଚିତ ଭାବେ ଭାରତ ଚାମ୍ପିୟନ ହେବାକୁ ଚାହୁଁଛି, କିନ୍ତୁ ମୋର ଶ୍ରେଷ୍ଠ ଚାରି ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ହେବ । ଏହା ସହିତ ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଭଳି ନ୍ୟୁଜିଲାଣ୍ଡ ମଧ୍ୟ ଏକ ଡାର୍କ ହର୍ଷ… ଦକ୍ଷିଣ ଆଫ୍ରିକାକୁ ସେପ୍ଟେମ୍ବର-ଅକ୍ଟୋବରରେ ଘରେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେମାନେ ଏଭଳି ପରିସ୍ଥିତିରେ ଅଭ୍ୟସ୍ତ ।"

ତେନ୍ଦୁଲକର କହିଛନ୍ତି, “ଭାରତ ପାଖରେ ଭଲ ସୁଯୋଗ ରହିଛି । ଏହି ଦଳ ଭଲ ଭାବେ ସନ୍ତୁଳିତ ଓ ଆମ ପାଖରେ ବାହାରକୁ ଯାଇ ଭଲ ପ୍ରଦର୍ଶନ କରିବାର ମିଶ୍ରଣ ଅଛି। ବାସ୍ତବରେ, ମୁଁ ମୋର ସମ୍ଭାବନାକୁ ନେଇ ଆଶାବାଦୀ ଅଛି ।" ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଟି-୨୦ ସିରିଜ ବିଜୟ ସହ ଭାରତ ଏହି ଟୁର୍ଣ୍ଣାମେଣ୍ଟକୁ ଆସିଛି । ୨୦୨୧ ମସିହାରେ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବାଦ ପଡିଥିଲା ।

ଏହା ବି ପଢ଼ନ୍ତୁ: Asia Cup 2023 ପାଇଁ ପାକିସ୍ତାନ ଗସ୍ତ କରିବ କି ଟିମ୍ ଇଣ୍ଡିଆ? BCCI ଦେଲା ସ୍ପଷ୍ଟୀକରଣ 

ଏହା ବି ପଢ଼ନ୍ତୁ: BCCI: ରୋଜର ବିନ୍ନି ହେଲେ ବିସିସିଆଇର ନୂଆ BOSS, ସୌରଭ ଗାଙ୍ଗୁଲିଙ୍କ ଠାରୁ ଛଡ଼ାଇ ନେଲେ ଚୌକି