Asia Cup 2023 ପାଇଁ ପାକିସ୍ତାନ ଗସ୍ତ କରିବ କି ଟିମ୍ ଇଣ୍ଡିଆ? BCCI ଦେଲା ସ୍ପଷ୍ଟୀକରଣ
Advertisement

Asia Cup 2023 ପାଇଁ ପାକିସ୍ତାନ ଗସ୍ତ କରିବ କି ଟିମ୍ ଇଣ୍ଡିଆ? BCCI ଦେଲା ସ୍ପଷ୍ଟୀକରଣ

Asia Cup 2023: ଭାରତୀୟ ଦଳ ଏସିଆ କପ୍ ୨୦୨୩ ଖେଳିବାକୁ ପାକିସ୍ତାନ ଯିବ ନାହିଁ । ବିସିସିଆଇର ସଚିବି ଜୟ ଶାହା ଏହା ସ୍ପଷ୍ଟ କରିଛନ୍ତି । ଜୟ ଶାହା ଏହା ମଧ୍ୟ କହିଛନ୍ତି ଯେ ନ୍ୟୁଟ୍ରାଲ ଭେନ୍ୟୁରେ ଏସିଆ କପ୍ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତ ଅଛି ।

ସୌ: ସୋସିଆଲ ମିଡିଆ

Asia Cup 2023: ଭାରତୀୟ ଦଳ (Indian Cricket Team) ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ (Pakistan) ଯିବାକୁ ନେଇ ନିକଟରେ ଜୋରଦାର ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ବିସିସିଆଇ (BCCI) ସଚିବ ଜୟ ଶାହା (Jay Shah) ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଭାରତୀୟ ଦଳ (Team India) ଏସିଆ କପ୍ ୨୦୨୩ (Asia Cup 2023) ଖେଳିବାକୁ ପାକିସ୍ତାନ ଯିବ ନାହିଁ ଓ ଏହା ମଧ୍ୟ କହିଛନ୍ତି ଯେ ନ୍ୟୁଟ୍ରାଲ ଭେନ୍ୟୁରେ (Neutral venue) ଏସିଆ କପ୍ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତ ଅଛି । ଆପଣଙ୍କୁ କହିରଖୁଛୁ ଯେ ୨୦୨୩ ମସିହାରେ ପାକିସ୍ତାନରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହାକୁ ନେଇ କିଛିଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଭାରତୀୟ ଦଳ ୨୦୨୩ ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଯାଇପାରେ ।

ମଙ୍ଗଳବାର (ଅକ୍ଟୋବର ୧୮) ମୁମ୍ବାଇରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (AGM) ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ଆସନ୍ତା ବର୍ଷ ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନରୁ ସ୍ଥାନାନ୍ତର କରିବାକୁ ବିସିସିଆଇ ବିଚାର କରିବ । ବିସିସିଆଇ ସଚିବ ତଥା ଏସିସି ସଭାପତି ଜୟ ଶାହା କହିଛନ୍ତି ଯେ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବାକୁ ଏସିଆ କପ୍ ଦିଆଯିବ ଓ ଆମେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ ।'

ଭାରତ ଓ ପାକିସ୍ଥାନର ଦଳ ୨୦୧୨-୧୩ ବର୍ଷ ଠାରୁ କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳି ନାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ଖେଳାଯାଇଥିବା ଏସିଆ କପରେ ଭାରତ ଓ ପାକିସ୍ଥାନ ଦଳ ଦୁଇଥର ପରସ୍ପର ବିପକ୍ଷରେ ଖେଳିଥିଲେ, ଯେଉଁଥିରେ ଭାରତ ଓ ପାକିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟଲାଭ କରିଥିଲେ । ବର୍ତ୍ତମାନ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ୨୩ ଅକ୍ଟୋବରରେ ମେଲବୋର୍ଣ୍ଣରେ ପାକିସ୍ତାନ ଓ ଭାରତ ମୁହାଁମୁହିଁ ହେବେ ।

fallback

୨୦୦୮ ମସିହାରୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିନାହିଁ । ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୮ ଏସିଆ କପ୍ ପାଇଁ ପାକିସ୍ତାନ ଯାଇଥିଲା । ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଖରାପ ଥିବାରୁ ଦ୍ୱିପାକ୍ଷିକ ସିରିଜ୍ ଦୀର୍ଘ ସମୟ ଧରି ଖେଳାଯାଇ ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପ୍ ସମୟରେ ଖେଳାଯାଏ ।

ଏହା ବି ପଢ଼ନ୍ତୁ: BCCI: ରୋଜର ବିନ୍ନି ହେଲେ ବିସିସିଆଇର ନୂଆ BOSS, ସୌରଭ ଗାଙ୍ଗୁଲିଙ୍କ ଠାରୁ ଛଡ଼ାଇ ନେଲେ ଚୌକି

ଏହା ବି ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ନେଇ ପିଏମ ମୋଦିଙ୍କ ପାଖରେ ଏହି ଖାସ୍ ଅପିଲ କଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ: IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ