T20 World Cup 2022: ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଆରମ୍ଭ ହେଲା ଖରାପ ଦିନ! ରୋହିତ ଶର୍ମା ହଠାତ୍ କଲେ ବାହାର
Advertisement
Article Detail0/zeeodisha/odisha1397205

T20 World Cup 2022: ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଆରମ୍ଭ ହେଲା ଖରାପ ଦିନ! ରୋହିତ ଶର୍ମା ହଠାତ୍ କଲେ ବାହାର

T20 World Cup 2022: ଏସିଆ କପ୍ ୨୦୨୨ରେ ଦ୍ରୁତ ବୋଲର ଆଭେଶ ଖାନ ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ ବୋଲି ପ୍ରମାଣିତ ହୋଇଥିଲେ । ସେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ୨ ଓଭରରେ ୧୯ ରନ ଦେଇ ମାତ୍ର ୧ ୱିକେଟ୍ ନେଇଥିଲେ । ଏଥି ସହିତ ହଂକଂ ବିପକ୍ଷରେ ୪ ଓଭରରେ ସେ ୧୩.୨୫ ଇକୋନମିରେ ୫୩ ରନ୍ ଖର୍ଚ୍ଚ କରି କେବଳ ଗୋଟିଏ ୱିକେଟ୍ ନେଇଥିଲେ । 

T20 World Cup 2022: ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଆରମ୍ଭ ହେଲା ଖରାପ ଦିନ! ରୋହିତ ଶର୍ମା ହଠାତ୍ କଲେ ବାହାର

ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଟି-20 ବିଶ୍ୱକପ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଛି । ଏଥିପାଇଁ ଟିମ୍ ଇଣ୍ଡିଆ (Team India) ମଧ୍ୟ ବ୍ରିସବେନରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳରେ ଏପରି ଜଣେ ଖେଳାଳୀଙ୍କୁ ସୁଯୋଗ ମିଳିନାହିଁ, ଯିଏ ଏସିଆ କପ ୨୦୨୨ (Asia Cup 2022) ରେ ଦଳର ସଦସ୍ୟ ଥିଲେ । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁଁ ଏହି ଖେଳାଳି ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏହି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆରେ ଫେରିବା ବର୍ତ୍ତମାନ ଅସମ୍ଭବ ପରି ମନେ ହେଉଛି । ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳର ଚୟନକର୍ତ୍ତା ଚାରିଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଇଛନ୍ତି, ଏଥିରେ ଏସିଆ କପ୍ ୨୦୨୨ର ସଦସ୍ୟ ଥିବା ଆଭେଶ ଖାନ (Avesh Khan) ଙ୍କୁ ଚୟନ କରାଯାଇ ନାହିଁ । 

ଯୁବ ଫାଷ୍ଟ ବୋଲର ଆଭେଶ ଖାନ (Avesh Khan) ଏସିଆ କପ୍ ୨୦୨୨ର ଖରାପ ପ୍ରଦର୍ଶନ ପରେ ଦଳରୁ ବାହାର ଅଛନ୍ତି । ଆଭେଶ ଖାନ କିଛି ସମୟ ପାଇଁ କ୍ରମାଗତ ଭାବରେ ଦଳର ଏକ ଅଂଶ ହୋଇଆସୁଥିଲେ ମଧ୍ୟ ସେ ଏହାର ସୁଯୋଗ ଉଠାଇ ପାରିନଥିଲେ । ଏଥି ସହିତ ତାଙ୍କ ଦଳକୁ ଫେରିବା ମଧ୍ୟ ଅସମ୍ଭବ ପରି ଦେଖାଯାଉଛି  । ଏସିଆ କପ୍ ୨୦୨୨ରେ ଦ୍ରୁତ ବୋଲର ଆଭେଶ ଖାନ ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ ବୋଲି ପ୍ରମାଣିତ ହୋଇଥିଲେ । ସେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ୨ ଓଭରରେ ୧୯ ରନ ଦେଇ ମାତ୍ର ୧ ୱିକେଟ୍ ନେଇଥିଲେ । ଏଥି ସହିତ ହଂକଂ ବିପକ୍ଷରେ ୪ ଓଭରରେ ସେ ୧୩.୨୫ ଇକୋନମିରେ ୫୩ ରନ୍ ଖର୍ଚ୍ଚ କରି କେବଳ ଗୋଟିଏ ୱିକେଟ୍ ନେଇଥିଲେ । 

ଅଧିକ ପଢ଼ନ୍ତୁ:-Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ

 

ଆଭେଶ ଖାନ (Avesh Khan) ଙ୍କ ଏହି ଖରାପ ପ୍ରଦର୍ଶନ ତାଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରି ଆଭେଶ ଖାନ ଟିମ୍ ଇଣ୍ଡିଆ (Team India) ରେ ସ୍ଥାନ ପାଇଥିଲେ । କିନ୍ତୁ ସେ ଟିମ୍ ଇଣ୍ଡିଆରେ କ୍ରମାଗତ ଫ୍ଲପ୍ ହେଉଛନ୍ତି । ଏସିଆ କପ୍ ୨୦୨୨ (Asia Cup 2022) ରେ ଜସପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ ଆହତ ହେବା ପରେ ସେ ସ୍ଥାନ ପାଇଥିଲେ । ସେ ଏହି ସୁଯୋଗର ସଦୁପଯୋଗ କରିପାରିନଥିଲେ । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୫ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକରେ ଆଭେଶ ଖାନ ୯.୧୦ ଇକୋନମିରେ ରନ୍ ପ୍ରଦାନ କରି ୧୩ ୱିକେଟ୍ ନେଇଛନ୍ତି । ଆଭେଶ ଖାନ ମଧ୍ୟ ଭାରତ ପାଇଁ ୪ଟି ଏକ ଦିବସୀୟ ମ୍ୟାଚ୍ ଖେଳିଛନ୍ତି ।