T20 World Cup 2022: ହୋଟେଲରେ ହିନସ୍ତା ହେଲା Team India! ଏମିତି ପାତରଅନ୍ତର କଲେ ICC ଓ କ୍ରିକେଟ୍ ଅଷ୍ଟ୍ରେଲିଆ
Advertisement
Article Detail0/zeeodisha/odisha1398292

T20 World Cup 2022: ହୋଟେଲରେ ହିନସ୍ତା ହେଲା Team India! ଏମିତି ପାତରଅନ୍ତର କଲେ ICC ଓ କ୍ରିକେଟ୍ ଅଷ୍ଟ୍ରେଲିଆ

T20 World Cup 2022: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଇସିସି ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ଅସନ୍ତୁଷ୍ଟ ଅଛନ୍ତି। ବ୍ରିସବେନର ଚାରି ତାରକା ରିଜ୍ ଫୋର୍ଟିଡେଡ୍ ଭ୍ୟାଲିରେ ଟିମ ଇଣ୍ଡିଆ ରହୁଥିବା କୁହାଯାଉଛି। କୌତୁହଳର ବିଷୟ ହେଉଛି, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରି ଅନେକ ଦେଶକୁ ଆଇସିସି, ପଞ୍ଚ ତାରକା ହୋଟେଲରେ ରହିବାର ବ୍ୟବସ୍ଥା କରିଛି।

T20 World Cup 2022: ହୋଟେଲରେ ହିନସ୍ତା ହେଲା Team India! ଏମିତି ପାତରଅନ୍ତର କଲେ ICC ଓ କ୍ରିକେଟ୍ ଅଷ୍ଟ୍ରେଲିଆ

T20 World Cup 2022, ନୂଆଦିଲ୍ଲୀ: ରବିବାର ଠାରୁ ଅଷ୍ଟ୍ରେଲିଆରେ ଫଟାଫଟ କ୍ରିକେଟ ମହାକୁମ୍ଭ T20 World Cup 2022ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ ଇଣ୍ଡିଆର ଅନୁଭୂତି ବହୁତ ଖରାପ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ, ଉଭୟ ICC ଓ କ୍ରିକେଟ ଅଷ୍ଟ୍ରେଲିଆ ଉପରେ ଖପ୍ପା ହୋଇଛନ୍ତି। ରହଣୀରେ ଟିମ ଇଣ୍ଡିଆ ସହ ପାତରଅନ୍ତର କରାଯାଇଛି। ବ୍ରିସବେନରେ ଭାରତୀୟ ଖେଳାଳିଙ୍କୁ ୪ ତାରକା ଓ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ୫ ତାରକା ହୋଟେଲରେ ରଖାଯାଇଥିବା ଅଭିଯୋଗ ହୋଇଛି।

କୁହାଯାଉଛି ଯେ, ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଇସିସି ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ଅସନ୍ତୁଷ୍ଟ ଅଛନ୍ତି। ବ୍ରିସବେନରେ ଟିମ୍ ଇଣ୍ଡିଆ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବାର ସିଡ୍ୟୁଲ ରହିଛି। ସୋମବାର ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳିଥିବା ବେଳେ ବୁଧବାର ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ମ୍ୟାଚ ଖେଳିବ। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆ ରହଣୀକୁ ନେଇ ଖପ୍ପା ହୋଇଛି। କାରଣ ପାକିସ୍ତାନ ଓ ଅଷ୍ଟ୍ରେଲିୟା ଭଳି ଦଳ ପାଞ୍ଚ ତାରକା ହୋଟେଲ ସୁବିଧା ଉପଭୋଗ କରୁଛନ୍ତି। କିନ୍ତୁ ଭାରତକୁ ବ୍ରିସବେନର ଏକ ଚାରି ତାରକା ହୋଟେଲରେ ରଖାଯାଇଛି। ପର୍ଥରେ ଅଭ୍ୟାସ ମ୍ୟାଚ୍ ସମାପ୍ତ କରିବା ପରେ ଭାରତୀୟ ଦଳ ଶନିବାର ବ୍ରିସବେନରେ ପହଞ୍ଚିଛି। 

Also Read: ଟି-20 ବିଶ୍ୱକପରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ଦୁର୍ବଳତା, ରୋହିତ-ଦ୍ରାବିଡଙ୍କୁ ଦୂର କରିବା...

ସୂତ୍ରାନୁସାରେ ANIର କ୍ରୀଡା ସାମ୍ବାଦିକ ବିପୁଲ କଶ୍ୟପ ଟ୍ୱିଟ କରିକହିଛନ୍ତି, "ବ୍ରିସବେନରେ ଏହା ଟିମ ଇଣ୍ଡିଆ ପ୍ରତି ICCର ପାତରଅନ୍ତର ନୁହଁ କି? ... ଟିମ ଏକ ଚାରି ତାରକା ହୋଟେଲରେ ରହୁଛି, ଆଉ ଅଷ୍ଟ୍ରେଲିଆ ଦଳ ପାଞ୍ଚ ତାରକା ହୋଟେଲରେ ରହୁଛନ୍ତି। ଟିମ ଇଣ୍ଡିଆ ଏହି ଆୟୋଜନରେ ସନ୍ତୁଷ୍ଟ ନୁହେଁ।" ଏହି ପୋଷ୍ଟ ସହ ବିପୁଲ ଏକ ହୋଟେଲର ଫଟୋ ପୋଷ୍ଟ କରିଛନ୍ତି। ବ୍ରିସବେନର ଏହି ଚାରି ତାରକା ରିଜ୍ ଫୋର୍ଟିଡେଡ୍ ଭ୍ୟାଲିରେ ଟିମ ଇଣ୍ଡିଆ ରହୁଥିବା କୁହାଯାଉଛି। ସ୍ଥାନୀୟ କ୍ରିକେଟ ସଙ୍ଘ ସହ ସମନ୍ୱୟ ରକ୍ଷା କରି ଟିମ ଇଣ୍ଡିଆର ରହଣୀ ପାଇଁ ଆଇସିସି ରହଣୀ ବ୍ୟବସ୍ଥା କରିଛି। କିନ୍ତୁ ସବୁ ଟିମ ପାଇଁ ଏହି ସେବା ସମାନ ନଖଥିବା ଅଭିଯୋଗ ହୋଇଛି।

ଭ୍ରମଣକାରୀ ଦଳ ସବୁବେଳେ ଏକ ଉନ୍ନତମାନର ଆତିଥ୍ୟ ଆଶା କରିଥାଏ। କିନ୍ତୁ ରହଣୀରେ ପାତରଅନ୍ତର ଗ୍ରହଣୀୟ ନୁହେଁ। କୌତୁହଳର ବିଷୟ ହେଉଛି, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରି ଅନେକ ଦେଶକୁ ଆଇସିସି, ପଞ୍ଚ ତାରକା ହୋଟେଲରେ ରହିବାର ବ୍ୟବସ୍ଥା କରିଛି। କିନ୍ତୁ ଭାରତକୁ ଚାରି ତାରକାରେ ରଖାଯାଇଛି। ସୋମବାର Western Australia XI ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ୱାର୍ମଅପ ମ୍ୟାଚ ଖେଳିବ। ବ୍ରିସବନର ଗାବ୍ବାରେ ଏହି ମ୍ୟାଚ ଖେଳାଯିବ। ଏହାପରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସମାନ ଗ୍ରାଉଣ୍ଡରେ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳିବ। ତାପରେ ୨୦ ତାରିଖରେ ଦଳ ମେଲବର୍ଣ୍ଣ ଗସ୍ତ କରିବ। ସେଠାରେ ଭାରତ, ପାକିସ୍ତାନ ବିପକ୍ଷରେ T20 World Cup 2022 ଅଭିଯାନ ଆରମ୍ଭ କରିବ।

ୱାର୍ମଅପ ମ୍ୟାଚର ସମ୍ଭାବ୍ୟ ଏକାଦଶ-

Rohit Sharma, KL Rahul, Virat Kohli, Suryakumar Yadav, Hardik Pandya, Pant, Dinesh Karthik, Ashwin, Chahal, Arshdeep Singh, Harshal Patel.