Team India: ସଂକଟରେ ଏହି ଖେଳାଳିଙ୍କ କ୍ୟାରିୟର: ଟିମକୁ ଫେରିବା ମୁସ୍କିଲ, ଅବସର ଏକମାତ୍ର ରାସ୍ତା
Advertisement
Article Detail0/zeeodisha/odisha1332112

Team India: ସଂକଟରେ ଏହି ଖେଳାଳିଙ୍କ କ୍ୟାରିୟର: ଟିମକୁ ଫେରିବା ମୁସ୍କିଲ, ଅବସର ଏକମାତ୍ର ରାସ୍ତା

ନୂଆଦିଲ୍ଲୀ: ବିଗତ ବର୍ଷକ ମଧ୍ୟରେ ଟିମ୍ ଇଣ୍ଡିଆ (Team India) ବହୁତ ପରିବର୍ତ୍ତନ କରିଛି। ଭାରତୀୟ ଦଳରେ (Indian Team) ପ୍ରତିଯୋଗିତା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଆଗାମୀ ଦିନରେ ଦଳରୁ ବାହାରୁଥିବା ବଡ ଖେଳାଳିଙ୍କ କ୍ୟାରିୟର (Carrer) ଏକ ପ୍ରକାର ଶେଷ ହେବାରେ ଲାଗିଛି। ତେବେ ଭାରତୀୟ ଦଳରେ ଏଭଳି ଜଣେ ଖେଳାଳି ମଧ୍ୟ ଅ

Team India: ସଂକଟରେ ଏହି ଖେଳାଳିଙ୍କ କ୍ୟାରିୟର: ଟିମକୁ ଫେରିବା ମୁସ୍କିଲ, ଅବସର ଏକମାତ୍ର ରାସ୍ତା

Team India: ନୂଆଦିଲ୍ଲୀ: ବିଗତ ବର୍ଷକ ମଧ୍ୟରେ ଟିମ୍ ଇଣ୍ଡିଆ (Team India) ବହୁତ ପରିବର୍ତ୍ତନ କରିଛି। ଭାରତୀୟ ଦଳରେ (Indian Team) ପ୍ରତିଯୋଗିତା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଆଗାମୀ ଦିନରେ ଦଳରୁ ବାହାରୁଥିବା ବଡ ଖେଳାଳିଙ୍କ କ୍ୟାରିୟର (Carrer) ଏକ ପ୍ରକାର ଶେଷ ହେବାରେ ଲାଗିଛି। ତେବେ ଭାରତୀୟ ଦଳରେ ଏଭଳି ଜଣେ ଖେଳାଳି ମଧ୍ୟ ଅଛନ୍ତି ଯିଏକି ମାସ ମାସ ଧରି ଦଳକୁ ଫେରି ପାରିନାହାନ୍ତି। ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଗୁରୁତ୍ୱ ହଠାତ୍ ହ୍ରାସ ପାଇଛି। ଏହି ଖେଳାଳି ଦଳରେ ସ୍ଥାନ ପକ୍କା କରିବାକୁ ସକ୍ଷମ ହୋଇ ପାରିନାହାନ୍ତି। ଫଳରେ ଦଳକୁ ଫେରିବା ପାଇଁ ଏହି ଖେଳାଳିଙ୍କ ପାଇଁ ସବୁ ବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି। 

ଟିମ୍ ଇଣ୍ଡିଆରେ ବର୍ତ୍ତମାନ ମହମ୍ମଦ ଶାମି, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ଭଳି ଦ୍ରୁତ ବୋଲରଙ୍କ କ୍ରମାଗତ ଭାବେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ଖେଳାଳିମାନେ ଦଳରେ ନିଜର ସ୍ଥାନ ନିଶ୍ଚିତ କରିବା ପରେ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଦଳରୁ ଏକ ପ୍ରକାର ଦୁରେଇ ରହିଛନ୍ତି। ନଭେମ୍ବର ୨୦୨୧ରେ ଇଶାନ୍ତ ଶର୍ମା ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବର୍ତ୍ତମାନ ଇଶାନ୍ତ ଶର୍ମାଙ୍କ ଦଳକୁ ଫେରିବା କଷ୍ଟକର ମନେହୁଏ।

ଇଶାନ୍ତ ଶର୍ମା ୨୦୦୭ ମସିହାରେ ଭାରତ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଏହି ମ୍ୟାଚ ଖେଳିଥିଲେ। ଏହା ପରେ ତାଙ୍କୁ ଦିନିକିଆରେ ମଧ୍ୟ ପଦାର୍ପଣ କରିବାକୁ ସୁଯୋଗ ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଇଶାନ୍ତ ଭାରତ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଖରାପ ଫର୍ମ ଓ ଫିଟନେସ କାରଣରୁ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ଦଳକୁ ଫେରି ପାରିନାହାନ୍ତି।

ସୂଚନାଯୋଗ୍ୟ ଇଶାନ୍ତ ଶର୍ମା ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଖେଳି ସାରିଛନ୍ତି। ଇଶାନ୍ତ ଶର୍ମା ଭାରତ ପାଇଁ ୧୦୫ ଟେଷ୍ଟ ମ୍ୟାଚ ଖେଳି ସାରିଥିବା ବେଳେ ୩୧୧ ଓ୍ୱିକେଟ ଅକ୍ତିଆର କରିସାରିଛନ୍ତି। ସେହିପରି ଇଶାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟି ଦିନିକିଆ ଖେଳିଛନ୍ତି। ୮୦ଟି ଦିନିକିଆ ଖେଳି ୧୧୫ଟି ଓ୍ୱିକେଟ ହାତେଇଛନ୍ତି। ସେହିପରି ଟି୨୦ ମ୍ୟାଚରେ ମଧ୍ୟ ଇଶାନ୍ତ ସେଭଳି ସଫଳତା ହାତେଇ ପାରିନାହାନ୍ତି। ଟି୨୦ ସିରିଜ ମଧ୍ୟରେ ମାତ୍ର ୮ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ତେବେ ୨୦୧୬ ପରେ ଟିମରେ ସେ ଭାରତ ପାଇଁ ଦିନିକିଆ ମ୍ୟାଚ ଆଉ ଖେଳି ନାହାନ୍ତି। ଆଇପିଏଲରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା। ତେବେ ଏଭଳି ସ୍ଥିତିରେ ସେ ଦଳକୁ ଫେରିବା କଷ୍ଟକର ହୋଇପଡ଼ିଛି। ଅବସର ଗ୍ରହଣ କରିବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନାହିଁ। 

ଅଧିକ ପଢନ୍ତୁ: ସବୁଠାରୁ ବଡ଼ ୱାରଗେମରେ ଭାରତ-ଚୀନ ପରି ଶତ୍ରୁଙ୍କୁ ଏକାଠି ଆଣି ପୁଟିନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍

ଅଧିକ ପଢନ୍ତୁ: ଭାରତର ଚିନ୍ତା ବଢିଲା, ଚୀନ ଓ ପାକିସ୍ତାନ ସେନାରେ ସାମିଲ ହେବେ ନେପାଳୀ ଯୁବକ?