WTC Final: ଅହମ୍ମଦାବାଦ ଟେଷ୍ଟରେ ହାରି ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ! ଜାଣନ୍ତୁ ସମୀକରଣ
Advertisement
Article Detail0/zeeodisha/odisha1596034

WTC Final: ଅହମ୍ମଦାବାଦ ଟେଷ୍ଟରେ ହାରି ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ! ଜାଣନ୍ତୁ ସମୀକରଣ

WTC Final: ବୋର୍ଡର ଗାଭାସ୍କର ଟ୍ରଫି ୨୦୨୩ ର ଚତୁର୍ଥ ଟେଷ୍ଟ ଜିତିଲେ ଭାରତୀୟ ଦଳ ସହଜରେ WTC ଫାଇନାଲରେ ପହଞ୍ଚିବ । ଯଦି ଭାରତୀୟ ଦଳ ଏହି ମ୍ୟାଚ୍ ହାରିଯାଏ ତେବେ ମଧ୍ୟ WTC ଫାଇନାଲରେ ପହଞ୍ଚିବାର ଆଶା ରହିବ । ଆସନ୍ତୁ ଜାଣିବା କ'ଣ କହୁଛି ସମୀକରଣ ।

ସାଙ୍କେତିକ ଛବି

World Test Championship Final: ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଟେଷ୍ଟରେ ହାରିଯିବା ପରେ ଡବ୍ଲୁଟିସି ଫାଇନାଲରେ (WTC Final) ପହଞ୍ଚିବା ପାଇଁ ଭାରତୀୟ ଦଳର (Team India) ଆଶା ମୁଖ୍ୟତଃ ଅହମ୍ମଦାବାଦ ଟେଷ୍ଟ (Ahmedabad Test) ଉପରେ ଲାଗି ରହିଛି । ଯଦି ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡର-ଗାଭାସ୍କର ଟ୍ରଫିର (Border Gavaskar Trophy) ଶେଷ ଟେଷ୍ଟରେ ଭାରତୀୟ ଦଳ ଜିତେ, ତେବେ ଏହା ସିଧାସଳଖ WTC ଫାଇନାଲରେ ପହଞ୍ଚିବ, ଯେଉଁଠାରେ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ । କିନ୍ତୁ ଯଦି ଭାରତୀୟ ଦଳ ଅହମ୍ମଦାବାଦ ଟେଷ୍ଟରେ ହାରିଯାଏ ତେବେ କ'ଣ ଫାଇନାଲରେ ପହଞ୍ଚି ପାରିବ? ଆସନ୍ତୁ ଜାଣିବା କ'ଣ କହୁଛି ସମୀକରଣ ।

ଅହମ୍ମଦାବାଦ ଟେଷ୍ଟରେ ହାରିଗଲେ କିମ୍ବା ଏହି ଟେଷ୍ଟ ମ୍ୟାଚ୍ ଡ୍ର ରହିଲେ, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଉପରେ ଭାରତୀୟ ଦଳର ନଜର ରହିବ । କାରଣ ଏହି ସିରିଜ WTC ଫାଇନାଲ ଭାରତ ଖେଳିବ କି ନାହିଁ ତାହା ସ୍ଥିର କରିବ । ବାସ୍ତବରେ, ଶ୍ରୀଲଙ୍କା ଦଳ ମଧ୍ୟ WTC ଫାଇନାଲ ଖେଳିବାକୁ ଏବେ ମଧ୍ୟ ବଡ଼ ଦାବିଦାର ରହିଛି । ଯଦି ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଶ୍ରୀଲଙ୍କା ଦଳ ନ୍ୟୁଜିଲ୍ୟାଣ୍ଡକୁ ୨-୦ ରେ ପରାସ୍ତ କରେ, ତେବେ WTC ଫାଇନାଲ ଭାରତକୁ ପଛରେ ପକାଇ ପହଞ୍ଚିଯିବ ।

fallback

ଭାରତୀୟ ଦଳ ଯଦି ଅହମ୍ମଦାବାଦ ଟେଷ୍ଟରେ ହାରିଯାଏ କିମ୍ବା ଏହି ମ୍ୟାଚ ମଧ୍ୟ ଡ୍ରରେ ଶେଷ ହୁଏ, ତେବେ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜରେ ଶ୍ରୀଲଙ୍କା ୨-୦ ରେ ନ ଜିତିବା ପାଇଁ ଦଳକୁ ପ୍ରାର୍ଥନା କରିବାକୁ ପଡ଼ିବ । କହିରଖୁଛୁ ଯେ ଶ୍ରୀଲଙ୍କା ପାଇଁ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ କ୍ଲିନ୍ ସ୍ୱିପ୍ କରିବା ଏତେ ସହଜ ହେବ ନାହିଁ, କାରଣ ନିକଟରେ ନ୍ୟୁଜିଲ୍ୟାଣ୍ଡ ଏକ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ।

ଶ୍ରୀଲଙ୍କା ତୁଳନାରେ ନ୍ୟୁଜିଲ୍ୟାଣ୍ଡ ଦଳ ଟେଷ୍ଟ କ୍ରିକେଟରେ ବହୁତ ଶକ୍ତିଶାଳୀ ଓ ତା’ପରେ ଏହି ଟେଷ୍ଟ ସିରିଜ ନ୍ୟୁଜିଲ୍ୟାଣ୍ଡ ମାଟିରେ ଖେଳାଯିବ । ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ଏଠାରେ ୨-୦ ରେ ଜିତିବା ଅସମ୍ଭ ବ। ଏହାର ଅର୍ଥ ହେଉଛି ଅହମ୍ମଦାବାଦ ଟେଷ୍ଟ ହାରିବା ପରେ ମଧ୍ୟ ଭାରତୀୟ ଦଳ WTC ଫାଇନାଲ ଖେଳିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ଏହା ବି ପଢ଼ନ୍ତୁ: IND vs AUS 3rd Test: ଇନ୍ଦୋର ପିଚ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ICC, ଲଗାଇଲା ଏକ ବଡ ଜରିମାନା

ଏହା ବି ପଢ଼ନ୍ତୁ: IND vs AUS: ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ କାହିଁକି ହାରିଗଲା ଟିମ୍ ଇଣ୍ଡିଆ? ଏଠାରେ ଜଣାନ୍ତୁ ପରାଜୟର ୫ଟି ବଡ଼ କାରଣ

ଏହା ବି ପଢ଼ନ୍ତୁ: IND vs AUS: ଭାରତର ଲଜ୍ଜାଜନକ ପରାଜୟ, ୯ ଓ୍ୱିକେଟର ଜିତିଲା WTCରେ ସ୍ଥାନ ପକ୍କା କଲା ଅଷ୍ଟ୍ରେଲିଆ