Under-19 World Cup Schedule: ଜାରି ହେଲା ଅଣ୍ଡର-୧୯ ବିଶ୍ୱକପ୍‌ର କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ହେବ ଭାରତର ମ୍ୟାଚ୍
Advertisement
Article Detail0/zeeodisha/odisha1883365

Under-19 World Cup Schedule: ଜାରି ହେଲା ଅଣ୍ଡର-୧୯ ବିଶ୍ୱକପ୍‌ର କାର୍ଯ୍ୟସୂଚୀ, ଜାଣନ୍ତୁ କେବେ ହେବ ଭାରତର ମ୍ୟାଚ୍

Under-19 World Cup Schedule: ୧୩ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୧୪ ଜାନୁଆରୀରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଖେଳିବ ।

 

ସୌ: ସୋସିଆଲ ମିଡିଆ

Under-19 World Cup Schedule: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏକ ବଡ଼ ଘୋଷଣା କରିଛି । ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି । ଏହା ୧୩ ଜାନୁଆରୀରେ ଆୟୋଜକ ଶ୍ରୀଲଙ୍କା ଓ ଜିମ୍ବାୱେକୁ ମ୍ୟାଚରୁ ଆରମ୍ଭ ହେବ । ୧୩ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ୧୫ ତମ ସଂସ୍କରଣରେ ୧୬ଟି ଦଳ ଅଂଶଗ୍ରହଣ କରିବେ । ଏହା ତୃତୀୟ ଥର ପାଇଁ ହେବ, ଯେତେବେଳେ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । 

ଏହି ଟୁର୍ଣ୍ଣାମେଣ୍ଟରେ ହେବ ୪୧ଟି ମ୍ୟାଚ୍ 
ସୂଚନା ଅନୁଯାୟୀ, ୪୧ ମ୍ୟାଚ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ୨୩ ଦିନ ଧରି ୫ଟି ସ୍ଥାନରେ ଖେଳାଯିବ । ସମସ୍ତେ କଲମ୍ବୋରେ ରହିବେ । ଶ୍ରେଷ୍ଠ ୧୧ ଟି ଦଳ ୨୦୨୨ ସଂସ୍କରଣ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ । ପାଞ୍ଚଟି ଦଳ ନାମ୍ବିଆ, ନେପାଳ, ନ୍ୟୁଜିଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଓ ଆମେରିକା ଏହାକୁ ଆଞ୍ଚଳିକ ଯୋଗ୍ୟତା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ।

ଆଇସିସି ହେଡ ଅଫ୍ ଇଭେଣ୍ଟସ କ୍ରିସ ଟେଟଲି ଏହି ଅବସରରେ କହିଛନ୍ତି ଯେ ୨୦୦୬ ମସିହାରୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କାକୁ ପ୍ରତିଯୋଗିତା ପ୍ରତ୍ୟାବର୍ତ୍ତନ କରି ଆମେ ଅତ୍ୟନ୍ତ ଆନନ୍ଦି ତ। ସେ କହିଛନ୍ତି- “ବିରାଟ କୋହଲି, ଷ୍ଟିଭ ସ୍ମିଥ, କେନ୍ ୱିଲିୟମ୍ସନ୍ ଓ ଆଞ୍ଜେଲୋ ମାଥ୍ୟୁସ୍ କେତେକ ନାମ, ଯେଉଁମାନେ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ବିଶ୍ୱ ସ୍ତରରେ ପ୍ରବେଶ କରିଥିଲେ । ଆମେ ନିଶ୍ଚିତ ଯେ ଏହି ପରମ୍ପରା ଜାରି ରହିବ।”

fallback

ଏଥର ହେବ ‘ସୁପର ସିକ୍ସ’ ଫର୍ମାଟ୍ 
ଏହା ସହିତ ଆଇସିସି ମଧ୍ୟ ନୂଆ ଫର୍ମାଟ୍ ଘୋଷଣା କରିଛି । ୧୬ ଟି ଦଳ ପ୍ରାରମ୍ଭରେ ପ୍ରତ୍ୟେକ ଚାରୋଟି ଗୋଷ୍ଠୀରେ ବିଭକ୍ତ ହେବେ । ୮ ଟି ଦଳ ପରିବର୍ତ୍ତେ ୧୨ଟି ଦଳ ପ୍ରଥମ ରାଉଣ୍ଡରେ ଯୋଗ୍ୟତା ଅର୍ଜନ କରିବେ । ସୁପର ୬ ରେ ପ୍ରତ୍ୟେକ ୬ ଟି ଦଳର ଦୁଇଟି ଗ୍ରୁଫରେ ରହିବେ ଓ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ।

ପ୍ରତ୍ୟେକ ଦଳ ୭ ରୁ ୧୧ ଜାନୁଆରୀ ମଧ୍ୟରେ ଚାରୋଟି ସ୍ଥାନରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ । ପାଞ୍ଚଟି ଟାଇଟଲ ଜିତି ଏହି ଟୁର୍ନାମେଣ୍ଟରେ ଭାରତ ସବୁଠାରୁ ସଫଳ ଦଳ । ଏହା ପରେ ତିନୋଟି ଟାଇଟଲ୍ ସହିତ ଅଷ୍ଟ୍ରେଲିଆ ରହିଛି । ଦୁଇଥର ପାକିସ୍ତାନ ଜିତିଛି । ଯେଉଁଠାରେ ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ଥରେ ଲେଖାଏଁ ଏହି ଟାଇଟଲ ଜିତିଛନ୍ତି ।