ICC: ବିଶ୍ୱକପ୍ ପାଇଁ ଲଞ୍ଚ ହେଲା ଥିମ୍ ସଙ୍ଗ୍, ଡ୍ୟାନ୍ସ କରି ଉତ୍ସାହ ବଢ଼ାଇଲେ ରଣଭୀର ସିଂ, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1880014

ICC: ବିଶ୍ୱକପ୍ ପାଇଁ ଲଞ୍ଚ ହେଲା ଥିମ୍ ସଙ୍ଗ୍, ଡ୍ୟାନ୍ସ କରି ଉତ୍ସାହ ବଢ଼ାଇଲେ ରଣଭୀର ସିଂ, ଦେଖନ୍ତୁ ଭିଡିଓ

ICC ODI World Cup 2023 Theme Song: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଥିମ୍ ସଙ୍ଗ ଲଞ୍ଚ କରିଛି ।

 

ସୌ: ସୋସିଆଲ ମିଡିଆ

ICC ODI World Cup 2023 Theme Song: ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍ ୨୦୨୩ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଆଇସିସି ଏକ ବଡ଼ ଉପହାର ଦେଇଛି । ବାସ୍ତବରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏହି ମେଗା ଟୁର୍ଣ୍ଣାମେଣ୍ଟର ଥିମ୍ ସଙ୍ଗ୍ ଲଞ୍ଚ କରିଛି । ଏହି ମଜାଳିଆ ଗୀତର ନାମ ଦିଲ୍ ଜଶନ୍ ବୋଲେ ଓ ସଂଗୀତକୁ ପ୍ରୀତମ୍ ଦ୍ୱାରା ଦିଆଯାଇଛି ।

ଟ୍ରେନ୍ ଭିତରେ ନାଚିଲେ ରଣଭୀର ସିଂ 
ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଲଞ୍ଚ ହୋଇଥିବା ଗୀତର ଆରମ୍ଭରେ ରଣଭୀର ସିଂ ଜଣେ ପିଲାଙ୍କୁ ପ୍ରକୃତ କ୍ରିକେଟ୍ ପ୍ରଶଂସକ ହେବାର ଗୁରୁତ୍ୱ ବିଷୟରେ କହିଛନ୍ତି । ଏହା ପରେ ସେ ଟ୍ରେନ୍ ଭିତରେ ଜୋରଦାର ନାଚନ୍ତି । ଭିଡିଓରେ ସଙ୍ଗୀତକାର ପ୍ରୀତମଙ୍କୁ ମଧ୍ୟ ଟ୍ରେନର ଛାତ ଉପରେ ଗିଟାର ବଜାଇବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ କମେଣ୍ଟ୍ରୀଟେର ଜତିନ୍ ସାପ୍ରୁ ମଧ୍ୟ ଏହି ଗୀତରେ ନଜର ଆସୁଛନ୍ତି । ଭାରତୀୟ ସଙ୍ଗୀତ ସହିତ ଡିଜେ ଟ୍ୟୁନ୍ ମଧ୍ୟ ଏହି ଗୀତରେ ଯୋଗ କରାଯାଇଛି ।

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ଖେଳିବ ଭାରତୀୟ ଦଳ 
ଏହି ସମୟରେ, ବିଶ୍ୱକପ ପୂର୍ବରୁ ଭାରତର ଅନ୍ତିମ ପ୍ରସ୍ତୁତି ସେପ୍ଟେମ୍ବର ୨୨ ରେ ଆରମ୍ଭ ହେବ, ଯେତେବେଳେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍, ମୋହାଲିରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ମେନ ଇନ୍ ବ୍ଲୁ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଛି ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ରୋହିତଙ୍କ ଅନୁପସ୍ଥିତିରେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଦଳର ଅଧିନାୟକ ହେବେ । ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଆହତ ଆକ୍ଷର ପଟେଲଙ୍କ ସ୍ଥାନରେ ସୁଯୋଗ ପାଇ ୨୧ ମାସ ପରେ ODI ଦଳକୁ ଫେରିଛନ୍ତି । ଜାନୁଆରୀ ୨୦୨୨ ରେ ଅଶ୍ୱିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିଥିଲେ ଓ ଯଦି ଅକ୍ଷର ପଟେଲ ଠିକ୍ ସମୟ ଫିଟ୍ ନହୁଅନ୍ତି, ତେବେ ତାଙ୍କୁ ବିଶ୍ୱକପ ଦଳରେ ମଧ୍ୟ ସାମିଲ କରାଯାଇପାରେ ।

ଏହା ବି ପଢ଼ନ୍ତୁ: India vs Australia: ଦଳରେ ଚୟନ ନହେବା ଉପରେ ସାମସନ ଦେଲେ ପ୍ରଥମ ପ୍ରତିକ୍ରିୟା, ପ୍ରତ୍ୟାବର୍ତ୍ତନକୁ ନେଇ କହିଲେ ଏକ ବଡ଼ କଥା