India vs Australia: ଦଳରେ ଚୟନ ନହେବା ଉପରେ ସାମସନ ଦେଲେ ପ୍ରଥମ ପ୍ରତିକ୍ରିୟା, ପ୍ରତ୍ୟାବର୍ତ୍ତନକୁ ନେଇ କହିଲେ ଏକ ବଡ଼ କଥା
Advertisement
Article Detail0/zeeodisha/odisha1878872

India vs Australia: ଦଳରେ ଚୟନ ନହେବା ଉପରେ ସାମସନ ଦେଲେ ପ୍ରଥମ ପ୍ରତିକ୍ରିୟା, ପ୍ରତ୍ୟାବର୍ତ୍ତନକୁ ନେଇ କହିଲେ ଏକ ବଡ଼ କଥା

ସେପ୍ଟେମ୍ବର ୨୨ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଭେଟେରାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ସଞ୍ଜୁ ସାମସନ୍ (Sanju Samson) ଦଳରେ ସ୍ଥାନ ପାଇ ନାହାଁନ୍ତି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖୀ ଦେଖାଯାଉଛନ୍ତି । ବର୍ତ୍ତମାନ, ସଞ

ସୌ: ସୋସିଆଲ ମିଡିଆ

Sanju Samson Reaction Ind vs Aus ODI: ସେପ୍ଟେମ୍ବର ୨୨ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଭେଟେରାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ସଞ୍ଜୁ ସାମସନ୍ (Sanju Samson) ଦଳରେ ସ୍ଥାନ ପାଇ ନାହାଁନ୍ତି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖୀ ଦେଖାଯାଉଛନ୍ତି । ବର୍ତ୍ତମାନ, ସଞ୍ଜୁ ସାମସନ ଦଳରେ ନିଜର ସ୍ଥାନ ନପାଇବାରୁ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ।

କ'ଣ କହିଛନ୍ତି ସାମସନ?
କ୍ରିକେଟର ସଞ୍ଜୁ ସାମସନ ଇନଷ୍ଟାଗ୍ରାମରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି । ଚିତ୍ର ପୋଷ୍ଟ କରିବାବେଳେ ବ୍ୟାଟ୍ସମ୍ୟାନ୍ କ୍ୟାପସନରେ ଲେଖିଥିଲେ, "ଏହା, କ'ଣ ଏହା!! ମୁଁ ଆଗକୁ ବଢ଼ିବାକୁ ଚାହୁଁଛି ।” ସାମସନ୍ ଏହି ପୋଷ୍ଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରନ୍ତି ଯେ ସେ ଦଳରେ ସ୍ଥାନ ନ ପାଇବା ପାଇଁ ଚିନ୍ତିତ ନୁହଁନ୍ତି ଓ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଛନ୍ତି ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ଟିମ୍ ମ୍ୟାନେଜମେଣ୍ଟ ଟାର୍ଗେଟ୍ କରିଛନ୍ତି ପ୍ରଶଂସକ 
୨୨ ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ସିରିଜ୍ ପାଇଁ ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆରେ ମନୋନୀତ ହୋଇନଥିବାରୁ ତାଙ୍କ ପ୍ରଶଂସକମାନେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି ଓ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରୁଛନ୍ତି । କହିରଖୁଛୁ ଯେ ରବିଚନ୍ଦ୍ରନ ଅଶ୍ୱିନ୍, ରିତୁରାଜ ଗାଇକୱାଡ ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ପରି ଅନ୍ୟ ଖେଳାଳିମାନେ ଦଳରେ ସ୍ଥାନ ପାଇଛନ୍ତି ।

୧୮ ସେପ୍ଟେମ୍ବର ଅର୍ଥାତ୍ ସୋମବାର ଦିନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଚୟନକର୍ତ୍ତା ଅଜିତ ଅଗରକର ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଘୋଷଣା କରିଛନ୍ତି । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ କେ.ଏଲ୍ ରାହୁଲଙ୍କୁ ଅଧିନାୟକ ଓ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ଭାବେ ମନୋନୀତ କରାଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା , ପ୍ରସିଦ୍ଧ କ୍ରୀଷ୍ଣା, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।

ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶୀରଜ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।

ଏହା ବି ପଢ଼ନ୍ତୁ: IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ ପିଡିଲେ ଅନେକ ବଡ଼ ଖେଳାଳି, ଦଳକୁ ଫେରିଲେ ଅଶ୍ୱିନ୍

ଏହା ବି ପଢ଼ନ୍ତୁ: Asian Games 2023: ଏସୀୟାନ ଗେମ୍ସରେ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ପୂରା ସିଡ୍ୟୁଲ୍