Weight gain diet: ରୁଟି ଓ ଭାତ ଉଭୟ ଶରୀର ପାଇଁ ଜରୁରୀ ପୋଷକ । କିନ୍ତୁ ଯଦି ଆପଣଙ୍କ ଶରୀର ଦୁର୍ବଳ ଓ ଆପଣ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ସେହି ସମୟରେ କଣ ଖାଇବା ଆବଶ୍ୟକ । ଏପରି ପ୍ରଶ୍ନକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଥାଇପାରେ । ଏହି ରଚନାକୁ ଜାଣନ୍ତୁ ଓଜନ ବଢ଼ାଇବା ପାଇଁ କଣ ଖାଇବା ଦରକାର ଓ କାହିଁକି ଦରକାର ।
Trending Photos
Weight gain foods: ଏକଥା ଅବଶ୍ୟ ସତ୍ୟ ଯେ ଶରୀରର ଓଜନ ବଢ଼ାଇବା ଓ କମାଇବା ଉଭୟ କୌଣସି ବଡ଼ ଟାସ୍କରୁ କମ ନୁହେଁ । ବିଶେଷ ଭାବେ ଯେଉଁମାନେ ଖୁବ ପତଳା, ସେମାନେ ଖୁବଶୀଘ୍ର ଶରୀରର ଓଜନ ବଢ଼ାଇବା ପାଇଁ ବିଭିନ୍ନ ବିପଜ୍ଜନକ ପନ୍ଥା ଆପଣାଉଥିବା ଦେଖିବାକୁ ମିଳେ । ରେଗୁଲାର ଡାଏଟ ଉପରେ ଗୁରୁତ୍ୱ ନଦେଇ ସେମାନେ ସାମୟିକ ଭାବେ ଶରୀରର ଓଜନ ବୃଦ୍ଧି କରୁଥିବା ମେଡିସିନ ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ଶରୀର ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଥାଏ । ଏଥିପାଇଁ ଏହି ପ୍ରଶ୍ନ ମନକୁ ଆସିଥାଏ ଯେ ଓଜନ ବଢ଼ାଇବା ପାଇଁ ଭାତ କିମ୍ବା ରୁଟି, କେଉଁ ଖାଦ୍ୟ ଉପଯୁକ୍ତ ।
ଓଜନ ବଢ଼ାଇବା ପାଇଁ ରୁଟି ଖାଇବା ଠିକ୍ କି?
ରୁଟି ବିଭିନ୍ନ ପ୍ରକାର ଅଟାରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏଧିକାଂଶ ସମୟରେ ଲୋକମାନେ ଗହମରୁ ପ୍ରସ୍ତୁତ ଅଟାରେ ରୁଟି କରିଥାନ୍ତି । ତେଣୁ ଆମେ କେବଳେ ଗହମରେ ପ୍ରସ୍ତୁତ ରୁଟି ବିଷୟରେ ଆଲୋଚନା କରିବା । ଗହମରୁ ପ୍ରସ୍ତୁତ ଅଟାରେ କାର୍ବୋହାଇଡ୍ରେଟ ସହିତ ଫାଇବର ଅଧିକ ମାତ୍ରାରେ ରହିଥାଏ । ସାଧାରଣତଃ ଯେଉଁ ଖାଦ୍ୟ ପଦାର୍ଥରେ ଫାଇବର ରହିଥାଏ, ସେପରି ଖାଦ୍ୟକୁ ଅଧିକ ପରିମାଣରେ ଖାଇ ହୁଏନାହିଁ । କାରଣ ଫାଇବରଯୁକ୍ତ ଖାଦ୍ୟରେ ଶୀଘ୍ର ପେଟ ଭରିଯାଇଥାଏ । ଏହାସହିତ ଫାଇବରଯୁକ୍ତ ଖାଦ୍ୟ ଖାଇଲେ ଏହା ଶୀଘ୍ର ହଜମ ହୋଇନଥାଏ । ଏଥିପାଇଁ ରୁଟିକୁ ଓଜନ ବଢ଼ାଇବା ପାଇଁ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ନାହିଁ । କିନ୍ତୁ ଯଦି ରୁଟି ଆପଣଙ୍କର ପସନ୍ଦଯୋଗ୍ୟ ଖାଦ୍ୟ । ଏବଂ ଆପଣ ରୁଟି ଖାଇବାକୁ ହିଁ ଚାହାଁନ୍ତି, ତେବେ ଆପଣଙ୍କୁ ଗହମ ଅଟା ସହିତ ଚଣା, ବାଜରା ଓ ଅନ୍ୟ ଶସ୍ୟ ଦ୍ୱାରା ପ୍ରସ୍ତୁତ ଅଟାକୁ ସାମିଲ କରିବାକୁ ପଡ଼ିପାରେ । କାରଣ ଚଣା ଓ ବାଜରାରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ, ଯାହା ଓଜନ ବୃଦ୍ଧି ପାଇଁ ସାହାଯ୍ୟ କରେ ।
ଓଜନ ବଢ଼ାଇବା ପାଇଁ ଭାତ ଖାଇବା ଉଚିତ କି?
ଯେଉଁ ଲୋକମାନେ ପତଳା, ସାଧାରଣତଃ ସେମାନଙ୍କୁ ଭାତ ଖାଇବାକୁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ । ଓଜନ ବଢ଼ାଇବା ପାଇଁ ସବୁଠାରୁ ବଡ଼ କାର୍ଯ୍ୟ ହେଉଛି ଆପଣଙ୍କ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିବା । ଯେପରିକି କମ୍ ସମୟ ମଧ୍ୟରେ ଖାଦ୍ୟ ସହଜରେ ଅବଶୋଷିତ ହୋଇପାରିବ । ଯଦିଓ ଭାତ ଖୁବ ସହଜରେ ଡାଇଜେଷ୍ଟ ହୋଇଥାଏ ଓ ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
ଯଦି ଆପଣ ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଡାଏଟରେ ନିଶ୍ଚୟ ଡାଲି-ଭାତକୁ ସାମିଲ କରନ୍ତୁ । ଏହାବ୍ୟତୀତ ଆପଣ ଚାଉଳରେ ଖିଚଡି ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ । ଖିଚଡ଼ିରେ ଦେଶୀ ଘିଅ ମିଶାଇ ଖାଇଲେ ଏହା ଆପଣଙ୍କ ଓଜନ ବୃଦ୍ଧିରେ ନିଶ୍ଚୟ ସାହାଯ୍ୟ କରିବ ।
ଓଜନ ବଢ଼ାଇବା ପାଇଁ ଉଭୟ ରୁଟି ଓ ଭାତ ଖାଇବା ଠିକ୍ କି ?
ଉଭୟ ରୁଟି ଓ ଭାତ ଶରୀରରେ ସହଜରେ ହଜମ ହୋଇଯାଇଥାଏ । କିନ୍ତୁ ରୁଟି ଅପେକ୍ଷା ଭାତ ଶୀଘ୍ର ହଜମ ହେବା ସହ କ୍ୟାଲୋରୀକୁ ଶୀଘ୍ର ବୃଦ୍ଧି କରିଥାଏ । ଏଥିପାଇଁ ଓଜନ ବୃଦ୍ଧି ପାଇଁ ଭାତକୁ ଅଧିକ ଗୁରୁତ୍ୱ ଦିଆଯାଏ । ଦିନରେ ଗୋଟିଏ ଥର କେବଳ ଭାତ ଓ ଅନ୍ୟଥରରେ ଭାତ ସହିତ ରୁଟି ମିଶାଇ ଖାଇଲେ ଏହା ଆପଣଙ୍କ ଓଜନ ବୃଦ୍ଧିରେ ସାହାଯ୍ୟ କରିବ । ଯଦି ଦୀର୍ଘଦିନ ଧରି ଭାତ ଖାଇବା ପରେ ବି ଆପଣଙ୍କ ଓଜନ ବୃଦ୍ଧି ପାଉନାହିଁ, ତେବେ ଆପଣ ଡାଏଟିସିଆନଙ୍କ ପରାମର୍ଶ ନେବା ଠିକ୍ ହେବ ।
ଏହା ବି ପଢ଼ନ୍ତୁ: ଦେହଜୀବୀଙ୍କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ପୋଲିସଙ୍କୁ କହିଲେ-ହଇରାଣ କରନ୍ତୁ ନାହିଁ