ଦେହଜୀବୀଙ୍କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ଦେଶର ପୋଲିସ ମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1197537

ଦେହଜୀବୀଙ୍କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ଦେଶର ପୋଲିସ ମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

Supreme court on sex worker: ଦେହଜୀବୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଦେହଜୀବୀଙ୍କ (Sex worker) କାର୍ଯ୍ୟରେ ହସ୍ତକ୍ଷେପ ନକରିବା ପାଇଁ ସୁପ୍ରିମକୋର୍ଟ (Supreme Court) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବେଶ୍ୟା ବୃତ୍ତିକୁ ଏକ ବୈଧ ବୃତ୍ତି ଭାବରେ ବିଚାର କରି କୋର୍ଟ କହିଛନ୍ତି ଯେ ବୟସ୍କ ତଥା ସହମତି ଭିତ୍ତିକ ଯୌନ କାର୍ଯ୍ୟ କରୁଥିବା ମହିଳାଙ୍କ ବିରୋଧରେ ପୋଲିସ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନୁଚିତ୍ । ସୁପ୍ରିମକୋର୍ଟ କହିଛନ୍ତି, ଦେହଜୀବୀମାନେ ମଧ୍ୟ ଆଇନ ଅନୁଯାୟୀ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକଦାର । ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ବି.ଆର. ଗାଭାଇ ଏବଂ ଏଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ ଦେହଜୀବୀଙ୍କ ଅଧିକାରର ସୁରକ୍ଷା ପାଇଁ 6 ଟି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଆଇନ ଅନୁଯାୟୀ ଦେହଜୀବୀମାନେ ମଧ୍ୟ ସମାନ ସୁରକ୍ଷା ପାଇବାକୁ ହକଦାର ।

କୋର୍ଟ କହିଛନ୍ତି ଯେ ଯେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ ଦେହଜୀବୀ ଜଣେ ପ୍ରାପ୍ତ ବୟସ୍କ ଏବଂ ସେ ନିଜ ଇଚ୍ଛାରେ ଏହି କାର୍ଯ୍ୟ କରୁଛନ୍ତି, ସେତେବେଳେ ପୋଲିସ ଏଥିରେ ହସ୍ତକ୍ଷେପ କରିବା ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଉଚିତ୍ । କୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା 21 ଅନୁଯାୟୀ ଏହି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନଜନକ ଜୀବନଯାପନ କରିବାର ଅଧିକାର ରହିଛି । ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେତେବେଳେ ବି ପୋଲିସ୍ ଚଢ଼ାଉ କରୁଛି, ସେତବେଳେ ଦେହଜୀବୀଙ୍କୁ ଗିରଫ କିମ୍ବା ହଇରାଣ ନ କରିବା ଉଚିତ, କାରଣ ସ୍ବେଚ୍ଛାକୃତ ଭାବେ ବେଶ୍ୟା ବୃତ୍ତିରେ ଲିପ୍ତ ରହିବା ବେଆଇନ ନୁହେଁ, କେବଳ ବେଶ୍ୟାବୃତ୍ତି ଚଳାଇବା ବେଆଇନ ଅଟେ ।

କୋର୍ଟ କହିଛନ୍ତି, ଯଦି ଜଣେ ମହିଳା ଦେହଜୀବୀ, ତେବେ ଏଥିପାଇଁ ପିଲାଙ୍କୁ ତାଙ୍କ ମା’ଠାରୁ ଅଲଗା କରିବା ଉଚିତ ନୁହେଁ । ଦେହଜୀବୀ ଏବଂ ସେମାନଙ୍କର ପିଲାମାନେ ମଧ୍ୟ ମୌଳିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ପାଇବାକୁ ଅଧିକାର ପାଇଛନ୍ତି । ଯଦି ଜଣେ ନାବାଳକ/ନାବାଳିକା ଏକ ବେଶ୍ୟାବୃତ୍ତିରେ ରହେ କିମ୍ବା ଦେହଜୀବୀଙ୍କ ସହ ରହୁଥିବାର ଦେଖାଯାଏ, ତେବେ ଶିଶୁଟିକୁ ନେଇ ବେପାର କରାଯାଇଛି ବୋଲି ବିଚାର କରାଯିବା ଉଚିତ ନୁହେଁ ।

ଅଦାଲତ କହିଛନ୍ତି ଯେ ନାଗରିକଙ୍କ ପାଇଁ ସମ୍ବିଧାନରେ ଧାର୍ଯ୍ୟ କରାଯାଇଥିବା ସମସ୍ତ ମୌଳିକ ଅଧିକାର ତଥା ଅନ୍ୟାନ୍ୟ ଅଧିକାର ଉପରେ ଦେହଜୀବୀଙ୍କର ମଧ୍ୟ ଅଧିକାର ରହିଛି । ବେଞ୍ଚ କହିଛି ଯେ ପୋଲିସ ସମସ୍ତ ଦେହଜୀବୀଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ ଏବଂ ସେମାନଙ୍କୁ ଗାଳିଗୁଲଜ କିମ୍ବା ଶାରୀରିକ ନିର୍ଯାତନା ନ ଦେବା ଉଚିତ । କିମ୍ବା ସେମାନଙ୍କୁ କୌଣସି ଯୌନ କାର୍ଯ୍ୟକଳାପ କରିବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ: SBI ରେ ସାଲାରି ଆକାଉଣ୍ଟ ଥିଲେ ପାଇପାରିବେ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ; ଏହା ରହିଛି ସର୍ତ୍ତ