IND vs SL 1st ODI: ଶ୍ରୀଲଙ୍କା ବିପକ୍ଷରେ କାହିଁକି କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହା ପଛରେ ରହସ୍ୟ
Advertisement
Article Detail0/zeeodisha/odisha2364999

IND vs SL 1st ODI: ଶ୍ରୀଲଙ୍କା ବିପକ୍ଷରେ କାହିଁକି କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହା ପଛରେ ରହସ୍ୟ

IND vs SL 1st ODI: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ କଳାପଟି ପିନ୍ଧି ଖେଳୁଛି। ଏହା ପଛର ରହସ୍ୟ ଅନ୍ୟ କିଛି ନୁହେଁ ବରଂ ଭାରତୀୟ ଦଳରେ ଜଣେ ମହାନ କ୍ରିକେଟରଙ୍କୁ ଦଳ ମନେ ପକାଇଛି, ଯାହଙ୍କ ନିକଟରେ ଦେହାନ୍ତ ହୋଇଛି।

 

India vs Sri Lanka 1st ODI

India vs Sri Lanka 1st ODI: ଭାରତୀୟ କ୍ରିକେଟ୍ ଦଳ ଆଜି (୨ ଅଗଷ୍ଟ) ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚ୍ ପାଇଁ ଟସ୍ ସମୟରେ ଅଧିନାୟକ ରୋହିତ ଶର୍ମା ପଡ଼ିଆକୁ ଆସିବା ବେଳେ ତାଙ୍କ ବାମ ହାତରେ କଳାପଟି ବାନ୍ଧିଥିଲେ। ଆପଣ ଜାଣନ୍ତି କି କାହିଁକି ଭାରତୀୟ କ୍ରିକେଟରମାନେ ଏହି କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଆସିଥିଲେ? ଏହା ପଛରେ ଥିବା ସତ୍ୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ, କାରଣ ନିକଟରେ ଜଣେ ଭାରତୀୟ ପୂର୍ବତନ କ୍ରିକେଟରଙ୍କ ଦେହାନ୍ତ ହୋଇଛି।

ବାସ୍ତବରେ ଭାରତୀୟ କ୍ରିକେଟ୍ ଦଳ ପୂର୍ବତନ ମହାନ କ୍ରିକେଟର ଅଂଶୁମାନ ଗାଇକୱାଡଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେବଳ ଅଧିନାୟକ ରୋହିତ ଶର୍ମା ନୁହଁନ୍ତି, ପ୍ରତ୍ୟେକ ଭାରତୀୟ କ୍ରିକେଟର ଫିଲ୍ଡିଂ କରୁଥିବା ସମୟରେ ନିଜ ବାହୁରେ ଏକ କଳା ବ୍ୟାଣ୍ଡ ବାନ୍ଧିଥିବା ନିଜର ଆସିଛି। ଅଂଶୁମାନ ଗାଇକୱାଡ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ, କିନ୍ତୁ ୩୧ ଜୁଲାଇ ବୁଧବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ବିସିସିଆଇ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲା, କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ଅଂଶୁମାନ ଗାଇକୱାଡଙ୍କ ଦେହ ଖରାପ ବିଷୟରେ ଜାଣିବା ମାତ୍ରେ ସେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ ଏବଂ ସାହାଯ୍ୟ ପାଇଁ ବିସିସିଆଇକୁ ମଧ୍ୟ ଅନୁରୋଧ କରିଥିଲେ। ତେବେ ସନ୍ଦୀପ ପାଟିଲ ପ୍ରଥମେ ସୂଚନା ଦେଇଥିଲେ ଯେ ଅଂଶୁମାନ ଗାଇକୱାଡ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଏତେ ଟଙ୍କା ନାହିଁ। ପରେ ବିସିସିଆଇ ଅଂଶୁମାନଙ୍କ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଥିଲା।

ଅଂଶୁମାନ ଗାଇକୱାଡ ୧୯୭୫ ରୁ ୧୯୮୫ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ସମୁଦାୟ ୪୦ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ୧୯୭୫ ରୁ ୧୯୮୭ ପର୍ଯ୍ୟନ୍ତ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ । ସେ ଏହି ଫର୍ମାଟରେ କେବଳ ୧୫ଟି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ। ଅଂଶୁମାନ ଟେଷ୍ଟ କ୍ରିକେଟରେ ୧୯୮୫ ରନ୍ ସ୍କୋର କରିଥିଲେ ଏବଂ ODI କ୍ରିକେଟ୍ ରେ ମାତ୍ର ୨୬୯ ରନ୍ ସ୍କୋର କରିପାରିଥିଲେ। ତେବେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୨୦୦୦ ରୁ ଅଧିକ ରନ୍ ସ୍କୋର କରିଥିଲେ। ସେ ମଧ୍ୟ ବୋଲିଂ କରୁଥିଲେ କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ସେତେଟା ସଫଳ ହୋଇନଥିଲେ।