World Cup 2023: ବିଶ୍ବକପ ଇତିହାସର ୫ଟି ବୃହତ ବିଜୟ, ଏତିକି ନଂ ସ୍ଥାନରେ ରହିଛି ଭାରତ
Advertisement

World Cup 2023: ବିଶ୍ବକପ ଇତିହାସର ୫ଟି ବୃହତ ବିଜୟ, ଏତିକି ନଂ ସ୍ଥାନରେ ରହିଛି ଭାରତ

NED vs AUS World Cup 2023: ଏହି ମ୍ୟାଚ୍ ରେ ଦୁଇ ଦୁଇଟି ରେକର୍ଡ଼ କରିଛି ଅଷ୍ଟ୍ରେଲିଆ ରେକର୍ଡ଼ । ତେବେ ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବିଜୟ ଟିମ୍ ଇଣ୍ତିଆ (Team India)  ନାଁରେ ରହିଛି । ଚଳିତ ବର୍ଷ ଜାନୁଆରୀ ୧୫ରେ ଭାରତ ଓ ଶ୍ରୀଲଙ୍କା (Ind vs SL ODI 2023) ମଧ୍ୟରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍ ରେ ୩୧୭ ରନ୍ ବ୍ୟବଧାନରେ ଜିତିଥିଲା ଭାରତ । ତେବେ ଚାଲନ୍ତୁ ଜାଣିବା ଚାଲିବା ବିଶ୍ୱକପ୍‌ର କିଛି ବୃହତ ବିଜୟ ବିଷୟରେ ।

ସୌ(ସୋସିଆଲ ମିଡିଆ)

NED vs AUS: ବୁଧବାର ଦିନ ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମଠାରେ (Arun Jaitley Stadium) ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ (Aus vs Ned) ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ମ୍ୟାଚ୍ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ପଟେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ୍ ମାତ୍ର ୪୦ଟି ବଲରେ ଶତକ ହାସଲ କରି ବିଶ୍ବକପ ଇତିହାସରେ ଦ୍ରୁତତମ ଶତକ ନିଜ ନାଁରେ କରିଥିବା ବେଳେ ଅନ୍ୟପଟେ ଏହି ମ୍ୟାଚ୍ କୁ ୩୦୯ ରନ ବ୍ୟବଧାନରେ ଜିତିଛି ଅଷ୍ଟ୍ରେଲିଆ । ତେବେ ଏହାକୁ ବିଶ୍ବକପ ଇତିହାସର ଏକ ରେକର୍ଡ ବୋଲି କହିବା ଭୁଲ ହେବନି ।

ସୂଚନା ଥାଉ କି, ଏହି ମ୍ୟାଚରେ ଅଷ୍ଟ୍ରେଲିଆ (Australia) ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମିଚେଲ ମାର୍ସ ମାତ୍ର ୯ ରନ୍ କରି ଆଉଟ ହେବା ପରେ ଧୂଆଁଧାର ବ୍ୟାଟିଂ ଫଳରେ ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ୍ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ୍ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ (Glenn Maxwell) ବିସ୍ଫୋରକ ଶତକ ଦଳର ସ୍କୋରକୁ ୩୯୯ରେ ପହଞ୍ଚାଇଥିଲା ।  ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ୍ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ । ପରେ ନେଦରଲାଣ୍ଡ (Netherlands) ଆଗରେ ୪୦୦ ରନ୍ ର ବଜୟ ଲକ୍ଷ୍ୟ ରଖିଥିଲା କଙ୍ଗାରୁ ଦଳ । ତେବେ ଚାପ ଯୋଗୁଁ ନେଦରଲାଣ୍ଡ ମାତ୍ର ୯୦ ରନ୍ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ୍ ନେଇଥିବାବେଳେ ମିଚେଲ ମାର୍ସ ୨ଟି ଓ୍ବିକେଟ୍ ନେଇଥିଲେ । ତେବେ ଏହି ମ୍ୟାଚ୍ ରେ ଦୁଇ ଦୁଇଟି ରେକର୍ଡ଼ କରିଛି ଅଷ୍ଟ୍ରେଲିଆ ରେକର୍ଡ଼ । ତେବେ ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବିଜୟ ଟିମ୍ ଇଣ୍ତିଆ (Team India)  ନାଁରେ ରହିଛି । ଚଳିତ ବର୍ଷ ଜାନୁଆରୀ ୧୫ରେ ଭାରତ ଓ ଶ୍ରୀଲଙ୍କା (Ind vs SL ODI 2023) ମଧ୍ୟରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍ ରେ ୩୧୭ ରନ୍ ବ୍ୟବଧାନରେ ଜିତିଥିଲା ଭାରତ । ତେବେ ଚାଲନ୍ତୁ ଜାଣିବା ଚାଲିବା ବିଶ୍ୱକପ୍‌ର କିଛି ବୃହତ ବିଜୟ ବିଷୟରେ ।

ବିଶ୍ବକପ ଇତିହାସରେ ବୃହତ ବିଜୟ

  • ଏହି ତାଲିକାର ଦୁଇ ନମ୍ବରରେ ସ୍ଥାନରେ ମଧ୍ୟ ଅଷ୍ଟ୍ରେଲିଆର ନାଁ ରହିଛି । ପର୍ଥରେ ଖେଳାଯାଇଥିବା ୨୦୧୫ ବିଶ୍ୱକପରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ୨୭୫ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା ।
  • ଏହି ତାଲିକାରେ ତୃତୀୟ ନଂ ସ୍ଥାନରେ ଭାରତର ନାମ ରହିଛି। ପୋର୍ଟ ଅଫ୍ ସ୍ପେନ୍ ଠାରେ ବିଶ୍ୱକପ ୨୦୦୭ରେ ବରମୁଣ୍ଡା ବିପକ୍ଷରେ ଭାରତ ୨୫୭ ରନ୍ ରେ ଜିତିଥିଲା ।
  • ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ନାଁ ରହିଛି। ୨୦୧୫ ବିଶ୍ୱକପ୍ ରେ ସିଡନୀ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ୨୫୭ ରନ୍ ରେ ବିଜୟ ହାସଲ କରିଥିଲା ​​।
  • ତେବେ ତାଲିକାର ପଞ୍ଚମ ସ୍ଥାନରେ ମଧ୍ୟ କଙ୍ଗାରୁ ଦଳର ନାଁ ରହିଛି । ୨୦୦୩ ବିଶ୍ୱକପରେ ନମିବିଆ ବିପକ୍ଷରେ ଅଷ୍ଟ୍ରେଲିଆ ୨୫୬ ରନ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା ।

​Also Read-Fastest Century In ODI World Cup: ବିଶ୍ୱକପରେ ଦ୍ରୁତତମ ଶତକ ଲଗାଇଲେ ଗ୍ଲେନ୍ ମ୍ୟାକ୍ସୱେଲ, ଭାଙ୍ଗିଲେ ଏହି ବଡ଼ ରେକର୍ଡ