World Cup 2023: ବିରାଟ କୋହଲି ଓ କେ.ଏଲ୍ ରାହୁଲଙ୍କ ଯୋଡି କଲେ ଚମତ୍କାର, ଭାଙ୍ଗିଦେଲେ ୨୭ ବର୍ଷ ଏହି ପୁରୁଣା ରେକର୍ଡ
Advertisement
Article Detail0/zeeodisha/odisha1906360

World Cup 2023: ବିରାଟ କୋହଲି ଓ କେ.ଏଲ୍ ରାହୁଲଙ୍କ ଯୋଡି କଲେ ଚମତ୍କାର, ଭାଙ୍ଗିଦେଲେ ୨୭ ବର୍ଷ ଏହି ପୁରୁଣା ରେକର୍ଡ

Virat Kohli-KL Rahul Record: ବିରାଟ କୋହଲି ଓ କେ.ଏଲ୍ ରାହୁଲଙ୍କ ୧୬୫ ରନ୍ ରେକର୍ଡ ପାର୍ଟନରସିପ୍ ଯୋଗୁଁ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । 

 

Virat Kohli-KL Rahul Record

Virat Kohli-KL Rahul Record: ବିଶ୍ୱକପ ୨୦୨୩ ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଏକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଦୁଇ ରନ୍ ସ୍କୋର ଦଳର ତିନିଜଣ ଟପ୍ ଅର୍ଡର ଖେଳାଳି ଖାତା ନ ଖୋଲି ପାଭିଲିୟନକୁ ଫେରିଯାଇଥିଲେ । ଏଠାରୁ ବିରାଟ କୋହଲି ଓ କେ.ଏଲ୍ ରାହୁଲ କେବଳ ଇନିଂସକୁ ନିୟନ୍ତ୍ରଣ କରିନଥିଲେ ବରଂ ଭାରତକୁ ମଧ୍ୟ ବିଜୟର ନିକଟତର କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟ ୧୬୫ ରନ୍ ର ଏକ ଉତ୍କୃଷ୍ଟ ଭାଗିଦାରୀ କରି ଇତିହାସ ସୃଷ୍ଟି କରିଥିଲେ । ଏହା ସହିତ ଦୁହେଁ ୨୭ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

କହିରଖୁଛୁ ଯେ ଦନିକିଆ ବିଶ୍ୱକପରେ ଚତୁର୍ଥ ୱିକେଟ୍ କିମ୍ବା ଏହାଠାରୁ କମ୍ କ୍ରମରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ଭାଗିଦାରୀ । ଏହି ଯୋଡି ୧୯୯୬ ବିଶ୍ୱକପରେ ବିନୋଦ କାମ୍ବଲି ଓ ନବଜୋତ ସିଂ ସିଦ୍ଧୁଙ୍କ ଦ୍ୱାରା ନିର୍ମିତ ଭାଗିଦାରୀ ରେକର୍ଡ ଭାଙ୍ଗିଥିଲେ । ଉଭୟଙ୍କ ଏହି ପାର୍ଟନରସିପ୍ ଟିମ୍ ଇଣ୍ଡିଆ ପାଇଁ ଖେଳକୁ ସହଜ କରିଥିଲା ​​ଏବଂ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲା ।​ ଉଭୟ ୨ ରନର ୩ ଟି ୱିକେଟ୍ ଠାରୁ ଦଳକୁ ଆଗେଇ ବଢ଼ାଇଥିଲେ । ରାହୁଲ ଅପରାଜିତ ୯୭ ରନ ସ୍କୋର କରିଥିବାବେଳେ ବିରାଟ ୮୫ ରନ ଖେଳିଥିଲେ ।

ODI ବିଶ୍ୱକପ୍‌ରେ ଭାରତ ପାଇଁ ଚତୁର୍ଥ ୱିକେଟ୍ କିମ୍ବା ଏହା ତଳ କ୍ରମରେ ସର୍ବୋତ୍ତମ ଭାଗିଦାରୀ 

  • ୧୯୬ ନଟ୍ ଆଉଟ୍- ଏମ୍ଏସ୍ ଧୋନି, ସୁରେଶ ରାଇନା ବନାମ ଜିମ୍ବାୱେ, ୨୦୧୫ 
  • ୧୬୫- ବିରାଟ କୋହଲି, କେ.ଏଲ୍ ରାହୁଲ ବନାମ ଅଷ୍ଟ୍ରେଲିଆ, ୨୦୨୩*
  • ୧୪୨- ବିନୋଦ କାମ୍ବଲି, ନବଜୋତ ସିଂ ସିଦ୍ଧୁ ବନାମ ଜିମ୍ବାୱେ, ୧୯୯୬
  • ୧୪୧- ଅଜୟ ଜାଡେଜା, ଆର.ଆର ସିଂ ବନାମ ଅଷ୍ଟ୍ରେଲିଆ, ୧୯୯୯

ଭାରତକୁ ମିଳିଲା ଏକ ବଡ଼ ବିଜୟ
ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଦଳ ୧୯୯ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାର ଜାବାବରେ ଭାରତ ବହୁତ ଖରାପ ଆରମ୍ଭ କରିଥିଲା । ଏହା ପରେ ରାହୁଲ ଓ କୋହଲିଙ୍କ ଇନିଂସ ଯୋଗୁଁ ଦଳ ବିଜୟୀ ହୋଇଥିଲା । ଶେଷରେ ଭାରତ ୪ ୱିକେଟ୍ ହରାଇବା ପରେ ୪୨ ତମ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଜାନ ଆରମ୍ଭ କରିଛି ।