World Cup 2023: ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ବାବର ଆଜାମଙ୍କ ଟିମ୍? ପାକ୍ ବୌଦେଶିକ ମନ୍ତ୍ରଣାଳୟ ଦେଲା ଏହି ଉତ୍ତର
Advertisement
Article Detail0/zeeodisha/odisha1751307

World Cup 2023: ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ବାବର ଆଜାମଙ୍କ ଟିମ୍? ପାକ୍ ବୌଦେଶିକ ମନ୍ତ୍ରଣାଳୟ ଦେଲା ଏହି ଉତ୍ତର

Cricket World Cup, IND vs PAK: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତ ମାଟିରେ କ୍ରିକେଟ୍ ବିଶ୍ୱକପ୍ ଆୟୋଜିତ ହେବ । କିନ୍ତୁ ପାକିସ୍ତାନୀ ଦଳ ବିଶ୍ୱକପ ଖେଳିବାକୁ ଭାରତ ଆସିବ କି? ଏହାର ଜବାବ ବର୍ତ୍ତମାନ ପାକିସ୍ତାନ ବୌଦେଶିକ ମନ୍ତ୍ରଣାଳୟ ଦେଇଛି ।

ସୌ: ସୋସିଆଲ ମିଡିଆ

IND vs PAK: କ୍ରିକେଟ୍ ବିଶ୍ୱକପ୍ ୨୦୨୩ (World Cup 2023) ଭାରତୀୟ ମାଟିରେ ଆୟୋଜିତ ହେବ । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ବିଶ୍ୱକପ୍ ଆୟୋଜିତ ହେବ ବୋଲି ବିଶ୍ୱାସ ରହିଛି । କିନ୍ତୁ ପାକିସ୍ତାନୀ ଦଳ (Pakistani team) ବିଶ୍ୱକପ ଖେଳିବାକୁ ଭାରତ ଆସିବ କି? ବାସ୍ତବରେ, ବର୍ତ୍ତମାନ ଏହା ଉପରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପାକିସ୍ତାନର ବୌଦେଶିକ ମନ୍ତ୍ରଣାଳୟ (Pakistan's Foreign Ministry) କହିଛି ଯେ ଆମେ ସବୁ ଦିଗକୁ ଅତି ନିକଟରୁ ଅନୁସନ୍ଧାନ କରିବୁ, ଏହା ପରେ ଆମେ ସ୍ଥିର କରିବୁ ଯେ ଆମର ଦଳ ବିଶ୍ୱକପ ଖେଳିବାକୁ ଭାରତ ଯିବ କି ନାହିଁ ... ବିଶେଷ କରି ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ସନ୍ତୁଷ୍ଟ ହେବା ପରେ ଆମେ ଏକ ନିଷ୍ପତ୍ତି ନେବୁ ।

'ଆମେ ବିଶ୍ୱାସ କରୁ ଯେ ଖେଳ ରାଜନୀତିକୁ ଆସିବା ଉଚିତ ନୁହେଁ, କିନ୍ତୁ ...'
ପାକିସ୍ତାନର ବୌଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ (Mumtaz Zahra Baloch) କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଯେ ଖେଳରେ ରାଜନୀତି ଆସିବା ଉଚିତ୍ ନୁହେଁ । ରାଜନୀତି ଖେଳିବା ଠାରୁ ଦୂରେଇ ରହୁ, କିନ୍ତୁ ପାକିସ୍ତାନର ମାଟିରେ ଭାରତ ନ ଖେଳିବା ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ସମସ୍ତ ଦିଗକୁ ବିଶେଷ ଭାବରେ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡିକ ଯାଞ୍ଚ କରାଯାଉଛି । ଏହା ପରେ ଆମେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହିତ ଆମର ଦୃଷ୍ଟିକୋଣକୁ ପରିଚିତ କରାଇବୁ, ତା’ପରେ ଭାରତୀୟ ମାଟିରେ ଖେଳିବା ବିଷୟରେ ଏକ ଅନ୍ତିମ ନିଷ୍ପତ୍ତି ନିଆଯିବ ।

୭ ବର୍ଷ ପୂର୍ବେ ଭାରତ ଆସିଥିଲା ପାକିସ୍ତାନୀ ଦଳ
ଏହାପୂର୍ବରୁ ପାକିସ୍ତାନୀ ଦଳ ଟି-୨୦ ବିଶ୍ୱକପ ଖେଳିବାକୁ ୨୦୧୬ ମସିହାରେ ଭାରତ ଆସିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବାକୁ ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଏହା କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ଅନ୍ୟପକ୍ଷରେ, ଯଦି ଆମେ ଭାରତୀୟ ଦଳ ବିଷୟରେ କଥା ହେବା, ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୦୮ ମସିହାରେ ପାକିସ୍ତାନ ଗସ୍ତରେ ଯାଇଥିଲା । ଏହା ପରେ ଟିମ୍ ଇଣ୍ଡିଆ ପଡୋଶୀ ଦେଶ ଗସ୍ତରେ କେବେ ଯାଇ ନାହିଁ । ତେବେ, କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଖେଳିବାକୁ ପାକିସ୍ତାନୀ ଦଳ ଭାରତକୁ ଆସିବ କି ନାହିଁ ତାହା ଦେଖିବା ମଜାଦାର ହେବ ... ବର୍ତ୍ତମାନ ଏହା ଉପରେ କଳ୍ପନା ଜଳ୍ପନା ଚାଲିଛି, କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ପାକିସ୍ତାନ ସରକାରଙ୍କୁ ଏହାର ଅନ୍ତିମ ନିଷ୍ପତ୍ତି ନେବାକୁ ପଡିବ ।

୫ ଅକ୍ଟୋବରରେ ଦିନିକିଆ ବିଶ୍ୱକପ୍ ୨୦୨୩ ଆରମ୍ଭ ହୋଇପାରେ । ଏଥିରେ ୧୫ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାନ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ । ଏଥି ସହିତ ଚେନ୍ନାଇ ଗ୍ରାଉଣ୍ଡରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳାଯାଇପାରେ । ଏହି ବିଷୟରେ ଆଇସିସି ଦ୍ୱାରା ୨୭ ଜୁନରେ ଅଧିକାରୀକ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ । ଏହି ଦିନଠାରୁ ବିଶ୍ୱ କପ୍ ଆରମ୍ଭ ହେବାକୁ କେବଳ ୧୦୦ ଦିନ ବାକି ରହିବ ।

ଏହା ବି ପଢନ୍ତୁ: Team India’s Squad for West Indies Tour: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିସିସିଆଇ ଘୋଷଣା କଲା ଦଳ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ ଓ କିଏ ପଡିଲେ ବାଦ

ଏହା ବି ପଢନ୍ତୁ: BCCI Selection Committee: ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ବିସିସିଆଇ ଜାରି କଲା ଖାଲି ବିଜ୍ଞପ୍ତି, ଜାଣନ୍ତୁ କ’ଣ ହେବା ଉଚିତ୍ ଯୋଗ୍ୟତା?