World Cup 2023: ସେପ୍ଟେମ୍ବର ୨୯ ରୁ ଖେଳାଯିବ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚ୍, ICC ଜାରି କଲା କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha1838443

World Cup 2023: ସେପ୍ଟେମ୍ବର ୨୯ ରୁ ଖେଳାଯିବ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚ୍, ICC ଜାରି କଲା କାର୍ଯ୍ୟସୂଚୀ

World Cup 2023 Warm-up Matches: ବିଶ୍ୱକପ୍ ୨୦୨୩ ର ୱାର୍ମ ଅପ୍ ମ୍ୟାଚ୍ ୨୯ ସେପ୍ଟେମ୍ବରରୁ ଖେଳାଯିବ । ପ୍ରଥମ ମ୍ୟାଚ୍ ଗୁଆହାଟୀରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ।

 

ସୌ: ସୋସିଆଲ ମିଡିଆ

World Cup 2023 Warm-up Matches Schedule: ବିଶ୍ୱକପ୍ ପୂର୍ବରୁ ଖେଳାଯିବାକୁ ଥିବା ୱାର୍ମ ଅପ୍ ମ୍ୟାଚ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୨୯ ସେପ୍ଟେମ୍ବରରୁ ୱାର୍ମ ଅପ୍ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଗୁଆହାଟୀରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ, ପ୍ରଥମଟି ୩୦ ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡ ସହିତ ଓ ଦ୍ୱିତୀୟଟି ୩ ଅକ୍ଟୋବରରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ।

ପ୍ରଥମ ଦିନରେ ଅର୍ଥାତ୍ ୨୯ ସେପ୍ଟେମ୍ବରରେ ମୋଟ ତିନୋଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଶ୍ରୀଲଙ୍କା-ବାଂଲାଦେଶ, ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ-ପାକିସ୍ଥାନର ମ୍ୟାଚ୍ ହେବ । ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଥିରୁବନନ୍ତପୁରମରେ ଅନୁଷ୍ଠିତ ହୋଇଥିବାବେଳେ ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ଟିମ୍ ଇଣ୍ଡିଆ ଗୁଆହାଟିରେ ଇଂଲଣ୍ଡ ବିପକ୍ଷରେ ଓ ଦ୍ୱିତୀୟରେ ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଶେଷ ୱାର୍ମ ଅପ୍ ମ୍ୟାଚ୍ ୩ ଅକ୍ଟୋବରରେ ହାଇଦ୍ରାବାଦରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ।

ଏହା ହେଉଛି ପୂରା କାର୍ଯ୍ୟସୂଚୀ
ବାଂଲାଦେଶ ବନାମ ଶ୍ରୀଲଙ୍କା - ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି (୨୯ ସେପ୍ଟେମ୍ବର)
ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ - ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁବନନ୍ତପୁରମ୍ (୨୯ ସେପ୍ଟେମ୍ବର)
ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ତାନ - ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ (୨୯ ସେପ୍ଟେମ୍ବର)
ଭାରତ ବନାମ ଇଂଲଣ୍ଡ - ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି (୩୦ ସେପ୍ଟେମ୍ବର)
ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ - ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁବନନ୍ତପୁରମ୍ (୩୦ ସେପ୍ଟେମ୍ବର)
ଇଂଲଣ୍ଡ ବନାମ ବାଂଲାଦେଶ - ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି (୨ ଅକ୍ଟୋବର)
ନ୍ୟୁଜିଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ, ଥିରୁବନନ୍ତପୁରମ୍ (୨ ଅକ୍ଟୋବର)
ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା - ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି (୩ ଅକ୍ଟୋବର)
ଭାରତ ବନାମ ନେଦରଲ୍ୟାଣ୍ଡ - ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁବନନ୍ତପୁରମ୍ (୩ ଅକ୍ଟୋବର)
ପାକିସ୍ତାନ ବନାମ ଅଷ୍ଟ୍ରେଲିଆ - ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ (୩ ଅକ୍ଟୋବର)

୫ ଅକ୍ଟୋବରରୁ ଲିଗ୍ ଆରମ୍ଭ ହେବ ମ୍ୟାଚ୍ 
କହିରଖୁଛୁ ଯେ ବିଶ୍ୱକପର ଲିଗ୍ ମ୍ୟାଚ୍ ୫ ଅକ୍ଟୋବରରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଚେନ୍ନାଇରେ ଖେଳିବ । ଏହା ପରେ ଭାରତର ଦ୍ୱିତୀୟ ମ୍ୟାଚ୍ ଆଫଗାନିସ୍ତାନ (୧୧ ଅକ୍ଟୋବର) ଓ ତୃତୀୟ ପାକିସ୍ତାନ (୧୪ ଅକ୍ଟୋବର) ବିପକ୍ଷରେ ହେବ । ଏଥି ସହିତ ୧୯ ନଭେମ୍ବରରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ । ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଧ୍ୟ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ: IND vs IRE: ଆୟର୍ଲାଣ୍ଡରେ ଦେଖାଗଲା ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଂ; ଟିମ୍ ଇଣ୍ଡିଆ ରହିଲା ସାକ୍ଷୀ

ଏହା ବି ପଢ଼ନ୍ତୁ: ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଆରମ୍ଭ ହେଲା ଶୁବମନ ଗିଲଙ୍କ ରାଜୁତି! ପଛରେ ପଡ଼ିଲେ ବିରାଟ କୋହଲି