Australia Players: ଜିତିଲେ ବିଶ୍ୱକପ୍; ରିଟାୟର ପରେ ଏହିସବୁ କାମ କରିବେ କମିନ୍ସ, ସ୍ମିଥ ଓ ଡେଭିଡ ୱାର୍ଣ୍ଣର !
Advertisement

Australia Players: ଜିତିଲେ ବିଶ୍ୱକପ୍; ରିଟାୟର ପରେ ଏହିସବୁ କାମ କରିବେ କମିନ୍ସ, ସ୍ମିଥ ଓ ଡେଭିଡ ୱାର୍ଣ୍ଣର !

Australia Players: ଅଷ୍ଟ୍ରେଲିଆ ଦଳର ପୂର୍ବ କ୍ୟାପଟେନ ଷ୍ଟିଭ୍ ସ୍ମିଥ୍ ଓ ତାଙ୍କ ପତ୍ନୀ ଡାନି ୱିଲସ୍ ସିଡନୀରେ ଏକ ଘର ୬.୬ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ନୁସାରେ ୫୪ କୋଟିର ଘରକୁ ଦୁଇ ବର୍ଷ ପରେ ୧୨.୪ ମିଲିୟନ ଡଲାର  ଅର୍ଥାତ୍ ୧୦୧ କୋଟି ଟଙ୍କାରେ ବିକ୍ରି କରିଥିଲେ। 

 

Australia Players: ଜିତିଲେ ବିଶ୍ୱକପ୍; ରିଟାୟର ପରେ ଏହିସବୁ କାମ କରିବେ କମିନ୍ସ, ସ୍ମିଥ ଓ ଡେଭିଡ ୱାର୍ଣ୍ଣର !

Australia Players: ଭାରତ ମାଟିରେ ନିଜର ଦବଦବା ଦେଖାଇଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । ୬ ୱିକେଟରେ ଭାରତକୁ ପରାସ୍ତ କରିବା ପରେ ଏବେ ସବୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା । ଭାରତ ସାକ୍ଷୀ ଅଛି ଯେ, ଅଷ୍ଟ୍ରେଲିଆ ଟିମ୍ ବୋଲିଂ ସହ ବ୍ୟାଟିଂରେ ବି ଖୁବ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିଲେ ଦଳର କମାଣ ଧରିଥିବା କ୍ୟାପଟେନ କମିନ୍ସ , ସ୍ମିଥ ଓ ଡେଭିଡ ୱାର୍ଣ୍ଣର । ତେବେ ଆସନ୍ତୁ ଜାଣିବା ଖେଳକୁ ଛାଡ଼ିଦେଲେ ଏହି ତିନି ଖେଳାଳିଙ୍କ ଅନ୍ୟ ରୋଜଗାର କେଉଁଥିରୁ ହୋଇଥାଏ । ଏହାସହ ଏକଥାକୁ ନେଇ ବି ଚର୍ଚ୍ଚା ହେଉଛି ଯେ, କ୍ରିକେଟ ଟିମରୁ ରିଟାୟର ପରେ କଣ କରିବେ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ ଓ ଡେଭିଡ ୱାର୍ଣ୍ଣର। 

କ୍ରିକେଟ ଫ୍ୟାନ୍ସ  ଷ୍ଟିଭ୍ ସ୍ମିଥଙ୍କୁ (Steve Smith) ରନ୍ କରୁଥିବା ମେସିନ୍ ରୂପ ବୋଲି କୁହନ୍ତି । ହେଲେ ଷ୍ଟିଭ୍ ସ୍ମିଥ ଓ ଦଳର ଅଧିନାୟକ ପ୍ୟାଟ କମିନ୍ସ କେବଳ ଯେ ଖେଳରୁ ରୋଜଗାର କରନ୍ତି ତାହା ନୁହେଁ ବରଂ ଏହି ଦୁଇ ଖେଳାଳି ରିଅଲ ଇଷ୍ଟେଟ୍ ରୁ ଖୁବ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି । ଅଷ୍ଟ୍ରେଲିଆ ଦଳର ପୂର୍ବ କ୍ୟାପଟେନ ଷ୍ଟିଭ୍ ସ୍ମିଥ୍ ଓ ତାଙ୍କ ପତ୍ନୀ ଡାନି ୱିଲସ୍ ସିଡନୀରେ ଏକ ଘର ୬.୬ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ନୁସାରେ ୫୪ କୋଟିର ଘରକୁ ଦୁଇ ବର୍ଷ ପରେ ୧୨.୪ ମିଲିୟନ ଡଲାର  ଅର୍ଥାତ୍ ୧୦୧ କୋଟି ଟଙ୍କାରେ ବିକ୍ରି କରିଥିଲେ। 

ଏକ ଇଣ୍ଟର ନ୍ୟାସନାଲ ରିପୋର୍ଟ (International Report) ଅନୁଯାୟୀ, ବିକ୍ରି ହୋଇଥିବା ଏହି ଆଲିସାନ ଘରେ ପୁଲ୍, ଏଣ୍ଟରଟେନମେଣ୍ଟ ଟେରେସ, ଡାଇନିଂ ହଲ୍, ଗେମସ ରୁମ ସହ ଥିଏଟର ବି ରହିଥିଲା । ଅନ୍ୟଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଷ୍ଟିଭ ସ୍ମିଥ ପାଖାପାଖି ଏକ ଦଶକରୁ ଅଧିକ ସମୟ ଧରି ରିଅଲ ଇଷ୍ଟେଟ ରେ ନିଜର ବିନିଯୋଗ କରିଛନ୍ତି। 

ସେହିପରି ୨୦୨୧ ରେ ନିଜର ବାନ୍ଧବୀ ବେକୀ ବୋଷ୍ଟନଙ୍କ ସହ ମିଶି ୯.୫ ମିଲିୟନ ଡଲାରର ସମ୍ପତ୍ତି କ୍ରୟ କରିଥିଲେ। ଏହାକୁ ପରେ ବିକ୍ରି ମଧ୍ୟ କରିଦେଇଥିଲେ। ସିଡନୀ ରେ ଥିବା ୬୭୦ ବର୍ଗ କିଲୋମିଟରରେ ତିଆରି ଆଲିସାନ ଘରେ ରହୁଥିଲେ କମିନ୍ସ (Pat Cummins) ଓ ତାଙ୍କ ବାନ୍ଧବୀ । ଏହି ଘରେ ୫ ଟି ବେଡରୁମ, ଗୋଟିଏ ପ୍ଲେ ଗ୍ରାଉଣ୍ଡ ଓ ପୁଲ୍ ରହିଥିଲା। ୨୦୨୦ ପର୍ଯ୍ୟନ୍ତ କମିନ୍ସ ଓ ତାଙ୍କ ବାନ୍ଧବୀ ଏଠାରେ ରହୁଥିଲେ । ଏହା ଘର ଛାଡ଼ିବା ପରେ କମିନ୍ସ ବିବାହ କରିଥିଲେ। ଏଠାରେ କହିରଖୁଛୁ ଯେ, କମିନ୍ସଙ୍କ ପତ୍ନୀ ଇଣ୍ଟରିୟର ଡିଜାଇନର ଅଛନ୍ତି। 

ସେପଟେ ଡେଭିଡ ୱାର୍ଣ୍ଣର (David Warner) ମଧ୍ୟ ରିଅଲ ଇଷ୍ଟେଟରେ ନିବେଶ କରିଛନ୍ତି । ରିଟାୟର ମେଣ୍ଟ ପରେ ରିଅଲ ଇଷ୍ଟେଟ ସହ ଅନ୍ୟାନ୍ୟ ବିଜିନେସ ରେ ମଧ୍ୟ ଧ୍ୟାନ ଦେବେ ୱାର୍ଣ୍ଣର। ସିଡନୀ ରେ ଥିବା ୪ ମିଲିୟନ ଡଲାର ଘରେ ନିଜ ପୂରା ପରିବାର ସହ ରୁହନ୍ତି ୱାର୍ଣ୍ଣର।

Also Read: Mitchell Marsh: ଜିତିବା ପରେ ଟ୍ରଫି ଉପରେ ଗୋଡ ରଖି ଫଟୋ ଉଠାଇଲେ ମାର୍ସ, ଫ୍ୟାନ୍ସ କହିଲେ ଭାଙ୍ଗିବ ଗର୍ବ

Also Read: World Cup Final: ଚାପର 'ଭୂତ' ବାଘ ମୁହଁରୁ ଆହାର ଛଡ଼ାଇନେଲା କଙ୍ଗାରୁ !