World Cup 2023: ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୩ ବିଶ୍ୱକପରେ ଟିମ୍ ଇଣ୍ଡିଆ ଗୋଟିଏ କିମ୍ବା ଦୁଇଟି ଖେଳାଳିଙ୍କ ଉପରେ ନିର୍ଭରଶୀଳ ନୁହେଁ, ବରଂ ଦଳର ୧୦ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି ୧୦ ଖେଳାଳିଙ୍କ ପରିସଂଖ୍ୟାନ ବାସ୍ତବରେ ଆଶ୍ଚର୍ଯ୍ୟଜନକ।
Trending Photos
World Cup 2023: ୱାର୍ଲଡ କପ୍ ରେ ଭାରତର ପ୍ରଦର୍ଶନ ଖୁବ ଚମତ୍କାର ରହିଆସିଛି। ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ସବୁ ମ୍ୟାଚ୍ ଜିତି ସାରିଛି ଭାରତୀୟ ଟିମ୍ । ଆଠଟି ମ୍ୟାଚ୍ ରୁ ସବୁ ମ୍ୟାଚ୍ ତକ ଜିତିସାରିଛି ଭାରତ ଟିମ୍। ଯାହାଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତୀୟ ଟିମ୍। ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ କୁ କେହି ମାତ୍ ଦେଇପାରି ନାହାଁନ୍ତି। ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ଦଳ ବିପକ୍ଷରେ ଭାରତ ଏକପାଖିଆ ବିଜୟ ହାସଲ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୩ ବିଶ୍ୱକପରେ ଟିମ୍ ଇଣ୍ଡିଆ ଗୋଟିଏ କିମ୍ବା ଦୁଇଟି ଖେଳାଳିଙ୍କ ଉପରେ ନିର୍ଭରଶୀଳ ନୁହେଁ, ବରଂ ଦଳର ୧୦ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି ୧୦ ଖେଳାଳିଙ୍କ ପରିସଂଖ୍ୟାନ ବାସ୍ତବରେ ଆଶ୍ଚର୍ଯ୍ୟଜନକ।
Virat Kohli: ଚଳିତ ବିଶ୍ୱକପରେ ଦୁଇଥର ଶତକ ହାସଲ କରିଥିବା ବିରାଟ କୋହଲି କ୍ରମାଗତ ଭାବେ ଦଳ ପାଇଁ ରନ୍ ସ୍କୋର ବର୍ଷା କରୁଛନ୍ତି। ଦୁଇଥର ସେ ସେଞ୍ଚୁରୀ ହରାଇଥିଲେ ମଧ୍ୟ ଏବଂ ଦୁଇଥର ସେ ତିନି ଅଙ୍କ ସ୍କୋର କରିବାରେ ସଫଳ ହୋଇଛନ୍ତି। କୋହଲି ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି । କୋହଲି ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫୪୩ ରନ୍ ସଂଗ୍ରହ କରିଛନ୍ତି।
Rohit Sharma:
ଏହି ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ଫୋକସ ଦଳକୁ ଦୃଢ କରିବା ଉପରେ ରହିଛି। ପାୱାରପ୍ଲେରେ ରୋହିତ ଚାରି ଓ ଛକା ମାରିଛନ୍ତି। ଏହା ସହିତ, ବାକି ଖେଳାଳି ମାନେ ସମୟ ନେଇ ଫିଲଡରେ ଫିକ୍ସ ହୁଅନ୍ତି ଏବଂ ତା’ପରେ ବଡ଼ ଇନିଂସ ଖେଳନ୍ତି । ରୋହିତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୪୪୨ ରନ୍ ସଂଗ୍ରହ କରିଛନ୍ତି। ତେବେ ରୋହିତ ମଧ୍ୟ ଦୁଇଥର ଶତକ ହାସଲ କରିବାରେ ବଞ୍ଚିତ ହୋଇଛନ୍ତି।
ଶ୍ରେୟସ ଆୟାର, KL Rahul ଓ Shubman Gill
ସେହିପରି ଏହି ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ମାନେ ଅଧିକ ରନ୍ କରିଛନ୍ତି। ଠିକ୍ ସେମିତି ଟିମ୍ କୁ ଯେତେବେଳେ ଦରକାର ପଡ଼ିଛି ମିଡିଲ୍ ଅର୍ଡର ବି ଟିମ୍ କୁ ଜିତେଇବାରେ ଖୁବ୍ ସାହାଯ୍ୟ କରିଛନ୍ତି । ଖେଳାଳି କେଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୯୭ ରନର ଅପରାଜିତ ଇନିଂସ ଖେଳି ଜିତାଇଥିବାବେଳେ ଶ୍ରେୟାସ ଆୟର ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ରାହୁଲଙ୍କ ନାମରେ ଏପର୍ଯ୍ୟନ୍ତ ୨୪୫ ରନ୍ ଏବଂ ଆୟରଙ୍କ ନାମରେ ଏପର୍ଯ୍ୟନ୍ତ ୨୯୩ ରନ୍ ର ରେକର୍ଡ ରହିଛି। ଟୁର୍ଣ୍ଣାମେଣ୍ଟରେ ଶୁବମନ୍ ଗିଲ୍ ୨୧୯ ରନ୍ ସଂଗ୍ରହ କରିଛନ୍ତି।
Ravindra Jadeja ଓ Kuldeep Yadav
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ବୋଲିଂ ଏବଂ ବ୍ୟାଟିଂ ସହ ରବୀନ୍ଦ୍ର ଜାଡେଜା ମ୍ୟାଚ୍ ୱିନର (Match Winer) ଭାବେ ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଡେଜା ୫ ଟି ୱିକେଟ୍ ନେବା ସହ ଭଲ ରନ୍ ସ୍କୋର ମଧ୍ୟ କରିଥିଲେ । ସେହିପରି ଦରକାର ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ଭଲ ପ୍ରଦର୍ଶନ କରିବା ସହ ମ୍ୟାଚ୍ କୁ ଜିତାଇଥିଲେ। ଜାଡେଜା ଏପର୍ଯ୍ୟନ୍ତ ୧୪ ୱିକେଟ୍ ଏବଂ ୧୦୦ରୁ ଅଧିକ ରନ୍ ନେଇଛନ୍ତି। ସେହିପରି ଟୁର୍ଣ୍ଣାମେଣ୍ଟରେ କୁଲଦୀପ ଯାଦବ ୧୨ ଟି ୱିକେଟ୍ ନେଇଛନ୍ତି।
ସିରାଜ, ଶାମି ଓ ବୁମରାହ
ଭାରତର ସବୁବେଳେ ବୋଲିଂରେ (Bowling) ଭଲ ପ୍ରଦର୍ଶନ କରିଥିବାର ଅନେକ ରେକର୍ଡ କରିଛି। ଭାରତୀୟ ଟିମର ଦ୍ରୁତ ବୋଲିଂ ଆକ୍ରମଣାତ୍ମକ ରହିଛି । ମହମ୍ମଦ ଶାମି ଏପର୍ଯ୍ୟନ୍ତ କେବଳ ଚାରୋଟି ମ୍ୟାଚ୍ ଖେଳିଛନ୍ତି। ଏତିକି ମ୍ୟାଚ୍ ମଧ୍ୟରେ ଶାମି ୧୬ଟି ୱିକେଟ ନେଇଛନ୍ତି। ସେହିପରି ବୁମରା ୧୫ଟି ୱିକେଟ୍ ନେଇଥିବା ବେଳେ ସିରାଜ ୧୦ ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି।